ଇତିହାସ ଏକ ଜୀବନ୍ତ ପ୍ରକ୍ରିୟା| ଏହା ଅତୀତ ସହିତ ବର୍ତ୍ତମାନକୁ ଏବଂ ପରମ୍ପରା ସହିତ
ବ୍ୟକ୍ତିକୁ ଏକ ଅଭେଦ୍ୟ ବିକାଶର ସୂତ୍ରରେ ବାନ୍ଧିରଖେ | ଇତିହାସ ଚେତନା ଛଡା କଳା, ସାହିତ୍ୟ,
ସଂସ୍କୃତିର ପ୍ରକୃତ ବ୍ୟାଖ୍ୟା ଅସଂଭବ | ବୈଜ୍ଞନିକ ଦୃଷ୍ଟିରେ ଯେଉଁମାନେ ସଂସ୍କୃତିର ବିଚାର କରନ୍ତି ସେମାନେ ଏହି ସତ୍ୟ
ଦେଖିବାକୁ ପାଆନ୍ତି ଯେ ମଣିଷର ଜୀବନ ସଂଗ୍ରାମର ବା ପ୍ରକୃତି ଉପରେ ଆଧିପତ୍ୟ ବିସ୍ତାର କରିବାର
ମୋଟ ପରିଚୟ ହିଁ ସଂସ୍କୃତି | ସାହିତ୍ୟର ମୁଖ୍ୟତଃ ଦୁଇଗୋଟି ଧାରା ଚିରାଚରିତ ରୀତିରେ ଏହି ଦୁଇଗୋଟି ବିଭାଗକୁ
ଶୁଦ୍ଧ ସାହିତ୍ୟ ଓ ଲୋକ ସାହିତ୍ୟ ନାମରେ ଅଭିହିତ କରାଯାଇଥାଏ | କାବ୍ୟ କବିତା, କ୍ଷୁଦ୍ର ଗଳ୍ପ,
ନାଟକ, ଉପନ୍ୟାସ ଓ ପ୍ରବନ୍ଧାଦି ପ୍ରଥମ ଶ୍ରେଣୀର ଅନ୍ତର୍ଭୁକ୍ତ | ଦ୍ବିତୀୟ ଶ୍ରେଣୀର ସାହିତ୍ୟ
ସ୍ବତଃ ସ୍ଫୂର୍ତ୍ତ | ଲୋକଗୀତ, ଲୋକ କାହାଣୀ, ପ୍ରହେଳିକା, ଢଗଢମାଳି, ପ୍ରବାଦ, ପ୍ରବଚନ,
ଡାକଋଷି ବଚନ, ଲଛନା ଓ ଢୂଆ ଏହି ବିଭାଗର ଅନ୍ତର୍ଗତ | ପ୍ରବାଦ ଓ ପ୍ରବଚନ ଯେ କୌଣସି ସାହିତ୍ୟର ଅମୂଲ୍ୟ ରତ୍ନ | ସାହିତ୍ୟକୁ ସରସ, ଜୀବନ୍ତ
ଓ ଗତିଶୀଳ କରିବା ପାଇଁ ଏବଂ ସ୍ବଳ୍ପ ପରିସର ମଧ୍ୟରେ ସୁବିସ୍ତୃତ ଭାବରେ ସଂଯତ ପ୍ରକାଶ ପାଇଁ
ଏହାଠାରୁ ବଳି ଉତ୍କୃଷ୍ଟତର ଉପାଦାନ ଆଉ ନାହିଁ | ଓଡ଼ିଆ ଭାଷା ଏହିପରି ଅସଂଖ୍ୟ ପ୍ରବଚନରେ
ସମୃଦ୍ଧିବନ୍ତ |ଇତିହାସ, ସମାଜତତ୍ତ୍ବ ନୃତତ୍ତ୍ବ ଓ ରଜନୀତି ଦୃଷ୍ଟିରୁ ମଧ୍ୟ ଓଡ଼ିଆ ପ୍ରବାଦ ଓ
ପ୍ରବଚନ ଗୁଡ଼ିକ ଅତ୍ୟନ୍ତ ଉପାଦେୟ | ଓଡ଼ିଆ ଭାଷା ବଢାଇବାରେ ଏଗୁଡ଼ିକର ଦାନ ଅତୁଳନୀୟ | ପୃଥିବୀରେ ଏପରି କୌଣସି ବିଷୟ ନାହିଁ, ଯେଉଁ ବିଷୟରେ ପ୍ରବଚନ ରଚିତ ନ ହୋଇଛି | ଏପରିକି ଚୌର୍ଯ୍ୟବୃତ୍ତି ଏବଂ ବେଶ୍ୟାବୃତ୍ତି ଭଳି ଜଘନ୍ୟ ବିଷୟ ବାଦ୍ ଯାଇନାହିଁ | କିନ୍ତୁ
ଯାହା ଘୃଣ୍ୟ, ନୀଚ, କୁତ୍ସିତ ଓ ମାନବ କଲ୍ୟାଣର ପରିପନ୍ଥୀ ତା ପ୍ରତି ଏଗୁଡ଼ିକର ଆଦୌ ସମର୍ଥନ
ନାହିଁ |
1. ଅଇଲାରେ ଢେଙ୍କା ଶ୍ରାବଣ, ଭାଦ୍ରବ ତିରିଶ ଦିନ, ଆଶ୍ବିନ ମାସର ଗହଳା ଗହଳି,
କାର୍ତ୍ତିକେ ପାଇବ ଦିନ . (ଧାନ ରୋଇବା ସମ୍ବନ୍ଧରେ କୃଷି ବଚନ)
2. ଅଇଲା ପଣ୍ଡୁ ମଲେ ମଶା, ଫାଟୁଆ ଦେଲେ ମୁଡୁକିହସା (ଶୀତ ପଡ଼ିଲେ ମଶାମାନେ ମରିଯାନ୍ତି
ଓ ମୁହଁରେ ଫାଟ ହେବାରୁ ଫାଟୁଆମାନେ ଭଲ ହସି ପାରନ୍ତି ନାହିଁ)
3. ଅଇଘେରାକୁ ବାଇଗଣ ଫୋପାଡ଼ିବା (ଫଳପ୍ରାପ୍ତିର ନିଶ୍ଚୟତା ନ ଥାଇ କୌଣସି କାର୍ଯ୍ୟରେ
ହାତ ଦେବା)
4. ଅଇଲା କଳା ପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ
ଥାଳିରେ ହୀରା ପରଶିଲେ ମୁକୁନ୍ଦଦେବଙ୍କ ରାଣୀ ( କଳା ପାହାଡ଼ ଓଡ଼ିଶା ଆକ୍ରମଣ ସମ୍ବନ୍ଧରେ
ଐତିହାସିକ କିଂବଦନ୍ତୀ)
5. ଅକର୍ମ୍ୟ ଯେଣେ ଯାଏ, ଗମ୍ଭୀରାରୁ ଲିଙ୍ଗ ଛିଡ଼ି ପଳାଏ ( କର୍ମହୀନ ବ୍ୟକ୍ତି ପ୍ରତି
କୌଣସି ଦେବତା ପ୍ରସନ୍ନ ହୁଅନ୍ତି ନାହିଁ . ତାର ସମସ୍ତ ଶ୍ରମ ପଣ୍ଡ ହୁଏ)
6. ଅକାଳ କାଣ୍ଡ କପାଳ ବାଜେ ( ପାଣ୍ଡୁରାଜା ମାଦ୍ରିଙ୍କ ସହିତ ସହବାସ କରିବା ସମୟରେ ଋଷି
ଶାପରୁ ପାଷାଣ ଘର ଫୁଟି ଶୂନ୍ୟରୁ ଗୋଟିଏ କାଣ୍ଡ ଆସି ତାହାଙ୍କ ହୃଦୟରେ ବାଜନ୍ତେ ସେ
ପ୍ରାଣତ୍ୟାଗ କରିଥିଲେ . ଅଚାନକ ଦୈବୀ ବିପତ୍ତି ପଡ଼ିବା)
7. ଅକାଳେ ସକାଳେ କଲି ବେଉସା, ମୁଣ୍ଡରେ ପଡ଼ିଲା କୁରାଢ଼ି ପସା (ବ୍ୟବସାୟରେ ଅନଭିଜ୍ଞ
ବ୍ୟକ୍ତି ବାଣିଜ୍ୟ କଲେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା)
8. ଆକାମାବୈ, ପାନଗୁଆ ଖାଇ, ପାନଗୁଆ ତୋର, ମାସକ ଧର୍ମ ମୋର ( କାର୍ତ୍ତିକ ପୂର୍ଣ୍ଣିମା
ଦିନ ପ୍ରତ୍ୟୁଷରେ ସ୍ନାନ ଶେଷରେ ସ୍ତ୍ରୀ ଓ ବାଳକ ବାଳିକାଗଣ ଭଙ୍ଗାଗୁଆ ସହିତ ମୋଡ଼ା ଯାଇଥିବା
ପାନଖିଲ ଗଙ୍ଗା ଦେବୀଙ୍କୁ ଉପହାର ଦେଇ ଉପରୋକ୍ତ ବାକ୍ୟ ଉଚ୍ଚାରଣ କରନ୍ତି . ଆଷାଢ, କାର୍ତ୍ତିକ,
ମାଘ ଓ ବୈଶାଖ ମାସରେ ପ୍ରତ୍ୟୁଷରେ ସ୍ନାନ କଲେ ଧର୍ମ ହୁଏ)
9. ଅଖ ବୁଲୁଥିଲେ ଚକ ବୁଲୁଥାଏ, ବୁଲି ପଡୁଥାଏ ପହି, ସଂସାର ଭିତରେ ଘର କରିଥିଲେ ପଥର
ପଡ଼ିଲେ ସହି | (ଭାଗ୍ୟର ପରିବର୍ତ୍ତନ
ଅନୁଯାୟୀ ମନୁଷ୍ୟକୁ ସୁଖ ଓ ଦୁଃଖ ଭୋଗ କରିବାକୁ ପଡ଼େ |)
10. ଅଖାଇ ନାନୀ କରିଛି ଓଷା, ନଡ଼ିଆ ଗୋଟାକ ଛଅ ପଇସା |
11. ଅଖାଇ ଖାଇ ମନ କଲା, ବାରବାଟୀ ଶାଗ ଧୋଇରେ ଗଲା | (କୃପଣ ବ୍ୟକ୍ତି ଭୋଗ କରିବାକୁ ଇଚ୍ଛାକଲେ ପ୍ରକୃତି କିପରି ତାର ପ୍ରତିକୂଳତା ଆଚରଣ
କରେ ତହିଁର ଏକ ଉଦାହରଣ)
12. ଅଗସ୍ତି ଦାନ, କଷା ଗୁଆ ପଚା ପାନ | (କୃପଣ ବ୍ୟକ୍ତିର ବଦାନ୍ୟତା ସମ୍ବନ୍ଧରେ ବ୍ୟଙ୍ଗୋକ୍ତି)
13. ଅଙ୍ଗାଏ ମହାର୍ଦ୍ଦ ଛୁଇଁଲେ ଯେ କଣିକାଏ ନିର୍ମାଲ୍ୟ
ଛୁଇଁଲେ ସେ | (ମହାପ୍ରସାଦରେ ଅଳ୍ପ ବହୁତ
ଭେଦ ବିଚାର୍ଯ୍ୟ ନୁହେଁ )
14. ଅଗ୍ନିକି ପବନ ସାହା | (କୌଣସି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଜଗତରେ ଲୋକର ଅଭାବ ରହେ ନାହିଁ)
15. ଅଗି ଜଳିଲା ଶୀତ ଟଳିଲା, ବୋଲ ହରି ବୋଲ | (ମାଘ ମାସ ପୂର୍ଣ୍ଣିମାଠାରୁ ଶୀତର ପ୍ରକୋପ ହ୍ରାସ ପାଏ)
16. ଅଚିନ୍ତା ନାରୀ ବାପଘର ଯାଏ, ମନ ଫୁଲାଣିଆ ଗୀତ ଗାଏ
| ( ପୁଲାଛୁଆ ଜଞ୍ଜାଳ ନ ଥିବା ସ୍ତ୍ରୀ ପ୍ରତି ପ୍ରଯୁଜ୍ୟ
ବଚନ )
17. ଅଛିଆ ମାକୁ ଗଛି ଦେବା ନ୍ୟାୟ | (ଉପମାର ଅଯୋଗ୍ୟ ବିଷୟକୁ ଟାଣି ଓଟାରି ଉପମା ଦେବା)
18. ଅଜଣା ଚାଉଳର ଭାତ ଖାଇବା | ( ଅତି ସାଧାରଣ ବିଷୟରେ ନିଜର ଅଜ୍ଞତା ପ୍ରଦର୍ଶନ କରିବା)
19. ଅଜଗରକୁ ଦାତା ରାମ, ମୁଖେ ବୋଲେ ରାମ ରାମ | (ଆଳସ୍ୟପରାୟଣ ବ୍ୟକ୍ତି ପରିଶ୍ରମ ନ କରି ଜୀବନ ଧାରଣ ପାଇଁ ଦୈବ ଉପରେ ନିର୍ଭର କରିବା)
20. ଅଜା ଗଜା, ବୁଢ଼ା ମେଷ, ଦୁଧର ଉପର, ଦହିର ଶେଷ,
ମାଛମା, ଶାଗର ଝି, ୟାକୁ ନ ଖାଇବ ଖାଇବ କି ? (ଖାଦ୍ୟସମ୍ବନ୍ଧୀୟ ପ୍ରବଚନ, ଛୋଟ ଛେଳି, ବଡ଼ ମେଣ୍ଢା, ଦୁଧର ସର, ତଳତଳିଆ ଦହି, ବଡ଼
ମାଛ ଓ କଅଁଳିଆ ଶାଗ ଏମାନେ ସୁଖାଦ୍ୟ)
21. ଅଜାଗଳ ସ୍ତନ ନ୍ୟାୟ |(ଛେଳିଙ୍କ ବେକତଳେ ଓହଳିଥିବା ସ୍ତନ ସଦୃଶ ଦୁଇଟି ମାଂସ ପିଣ୍ଡ ଭଳି ଯାହା ଅନାବଶ୍ୟକ)
22. ଅଜାଗା ଘା ଦେଖି ହୁଏ ନାହିଁ କି ଦେଖେଇ ହୁଏ ନାହିଁ
| ( କୌଣସି କଳଙ୍କମୟ ଓ ଲଜ୍ଜାଜନକ ଅଥଚ ଅପ୍ରକାଶ୍ୟ ଘଟନା
ପ୍ରତି ପ୍ରଯୋଜ୍ୟ ଉପଲକ୍ଷ ବଚନ )
23. ଅଟା ଢିଲାକୁ ଚକି ଢିଲା | ( ଖାମିନ୍ଦ ଓ ଚାକର, ନିଯୋକ୍ତା ଓ ନିଯୁକ୍ତ ଉଭୟ ପକ୍ଷରୁ କାର୍ଯ୍ୟରେ ଶୈଥିଲ୍ୟ
ପ୍ରଦର୍ଶନ |)
24. ଅଟକିଲା ବଣିଆ ସଉଦା ଦିଏ | (ଦୋକାନିର ପଇସା ଗହକିଠାରେ ବାକୀ ଥିଲେ ସେ ବାକୀ ପଇସା ଆଦାୟ କରିବା ଆଶାରେ
ବାକୀଦାରକୁ ପୁଣି ସଉଦା କାଳିରେ ଦିଏ )
25. ଅଠାକାଣ୍ଡିଆରେ ପକାଇବା |
26. ଅଠାକାଠିରେ ପଡ଼ବା | ( କେଳା ପକ୍ଷୀ ଧରିବା ପାଇଁ ଯେଉଁ ନଳ ବ୍ୟବହାର କରେ, ତାର ଅଗ୍ରଭାଗରେ ଏକ ଅଠାଯୁକ୍ତ
କାଠି ଥାଏ | ପକ୍ଷୀର ପର ସେହି କାଠିରେ
ଲାଗି ଯିବାରୁ ସେ ଆଉ ଉଡ଼ି ନ ପାରି ଅଟକି ଯାଏ | ତଦ୍ରୁପ କୌଣସି ବିଷମ ପରିସ୍ଥିତିରେ ପଡ଼ିବା )
27. ଅଣ୍ଡିର ବିଲୁଆର ଡ଼ାକ, ମଡା ସାଙ୍ଗିଆକୁ ଡାକ | (ଅଣ୍ଡିରା ବିଲୁଆ ଡାକିଲେ ଶୁଣାଯିବା ଅଞ୍ଚରେ କାହାର ମୃତ୍ୟୁ ଘଟିବାର ଆଶଙ୍କା ଲୋକେ
କରନ୍ତି |)
28. ଅଣ୍ଟା ଭଙ୍ଗା ହୋଇ ଯେବଣ ଦାରୁ, ପୁଇଁ ହୋଇକରି
ଯେଉଁ କଖାରୁ, ଯେଉଁ ସ୍ତ୍ରୀଙ୍କର ଅଣ୍ଟାରେ ବାରୁ, କହେ ଦନାଇ ଏ ତିନିହେଁ ମାରୁ | (ଦନାଇ ଦାସଙ୍କ ପହଳି |)
29. ଅଣ୍ଟାରେ ନାହିଁ ଧନ, ପୁଅ ବାହାକରି ମନ | ( ଦରିଦ୍ର ବ୍ୟକ୍ତିର ଉଚ୍ଚାଭିଳାଷ ପୋଷଣ |)
30. ଅଣ୍ଟାରୁ ପଇସା ସାରିବି ନାହିଁ, ପୁଅକୁ ନୁଖୁରା
ରଖିବି ନାହିଁ | ( ଏଣେ ଅର୍ଥଲୋଭ, ତେଣେ
କାର୍ଯ୍ୟ ସାଧନ ପାଇଁ ବଳବତୀ ଇଚ୍ଛା, ଏହିପରି ଦୋଘାଇରେ ପଡ଼ି କୃପଣ ବ୍ୟକ୍ତି ହନ୍ତସନ୍ତ ହୁଏ)
31. ଅଣ୍ଟିରେ ଭୁଜା ଥିଲେ କେତେ କାଉ ଆସିବେ | ( ଧନ ଥିଲେ ଲୋକର ଅଭାବ ରହେ ନାହିଁ )
32. ଅଣ୍ଟି ଛୁରୀ ତଣ୍ଟି କାଟେ |
33. ଅଣ୍ଟି ଛୁରୀ କମର କାଟେ | ( ଆତ୍ମୀୟ ଅଥବା ସ୍ବପକ୍ଷୀୟ ବ୍ୟକ୍ତିର ବିଶ୍ବାସଘାତକତା ଆଚରଣ)
34. ଅଣ୍ଡିରିପୁଅର ଲଣ୍ଡି, ମାଇକିନିଆ ଝିଅର ଗଣ୍ଡି | ( ଯେଡ଼େ ହୃଷ୍ଟପୁଷ୍ଟ ହେଲେ ମଧ୍ୟ କର୍ମଦକ୍ଷତାରେ ପୁରୁଷ ସଙ୍ଗେ ସ୍ତ୍ରୀ ସମକକ୍ଷ ହୋଇ
ପାରେ ନାହିଁ )
35. ଅତି ଲୋଭ ତନ୍ତୀ ମରେ | ( ତନ୍ତୀ ଜାତିର ଅତ୍ୟଧିକ ଲୋଭ ସମ୍ବନ୍ଧରେ ଉକ୍ତି |)
36. ଅତି ପରିଚୟେ ଗୌରବ ନଷ୍ଟ | ( ଅତ୍ୟଧିକ ବନ୍ଧୁତା ବା ଆତ୍ମୀୟତା ସମ୍ମାନହାନିକାରକ )
37. ଅତି ଭକ୍ତି ଚୋରର ଲକ୍ଷଣ | ( ଅତ୍ୟଧିକ ବିନୟ ଭଣ୍ଡତାର ପରିଚାୟକ |)
38. ଅତି ଲେମ୍ବୁ ଚିପୁଡ଼ିଲେ ପିତା | (ଲେମ୍ବୁରସ ରୁଚିକର ହେଲେହେଁ ବେଶୀ ଚିପୁଡ଼ିଲେ ଶେଷକୁ ପିତା ଲାଗେ | ସେହିପରି ପ୍ରତ୍ୟେକ ବିଷୟରେ ମାତ୍ରାଧିକ୍ୟ ଗର୍ହିତ ଅଟେ |)
39. ଅତି ସିଅଣା କାଉ ଗୁହ ଖାଏ | ( ଅତି ବୁଦ୍ଧିମାନ୍ ବ୍ୟକ୍ତି ଶେଷକୁ ଠକାମିରେ ପଡ଼ିବା ନ୍ୟାୟ)
40. ଅତି ବେହିଆ ନାଚି ଯାଏ, ଅତିବେହିଆ ପାଚିଯାଏ |
41. ଅତି ନିର୍ଲଜ ଗୀତ ଗାଏ, ଅତି ପୋଡ଼ା ମୁହାଁ ନାଚି
ଯାଏ | (ସଂକୋଚ ତ୍ୟାଗ ନ କଲେ
ନୃତ୍ୟ ଗୀତାଦିରେ ସଫଳତା ଲାଭ ଅସମ୍ଭବ |)
42. ଅତି ଭଲ ନୁହେଁ ଚବର ଚବର, ଅତି ଭଲ ନୁହେଁ ଚୁପ,
ଅତି ଭଲ ନୁହେଁ ବର୍ଷା ବାଦଲ, ଅତି ଭଲ ନୁହେଁ ଧୂପ | (ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ ପ୍ରବଚନ |)
43. ଅତି ମଧୁର କୀରା ଖାଏ | (ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ) (ଅତି ମିଠା ପଦାର୍ଥରେ ପୋକ ଲାଗନ୍ତି)
44. ଅତି ସୁକୁମାର ରାଜଦୁହିତା, କରମରେ ଯୋଗୀ ଘଇତା | ( ଅତି ସୁକୁମାରୀ କନ୍ୟା ଭର୍ତ୍ସନାସୂଚକ ବାକ୍ୟ |)
45. ଅତି ନିଉଛୁଣା ଅନ୍ଧାର ରାତି, ଅତି ନିଉଛୁଣା
ଭଣ୍ଡାରି ଜାତି | (ଅନ୍ଧାର ରାତିପରି ଭଣ୍ଡାରି
ଜାତି ଅବିଶ୍ବାସୀ)
46. ଅତ୍ୟନ୍ତ ପ୍ରୀତି କରେ ଲଣ୍ଡଭଣ୍ଡ, ଅତ୍ୟନ୍ତ
ପ୍ରୀତି ହଗେ ବାବୁମୁଣ୍ଡ | ( ଅତ୍ୟଧିକ ପ୍ରୀତି ପରିଣାମରେ କ୍ଷତିକାରକ)
47. ଅଦା ପରଜା ଛେଚିଲେ ରସ ବାହାରେ | ( ପ୍ରଜାଙ୍କ ପ୍ରତି ଅତ୍ୟାଚାର କଲେ ସେମାନଙ୍କଠାରୁ କର ଆଦାୟ ହୁଏ )
48. ଅଦା ବେପାରିର ଜାହାଜ ମୂଲ | ( ଅନଧିକାର ଚର୍ଚ୍ଚା, ଛୋଟ ମୁହଁରେ ବଡ଼ କଥା)
49. ଅଦେଇ ଘରେ ଖୁଦୁରୁକୁଣି ଓଷା | (ବ୍ୟଙ୍ଗୋକ୍ତି, ଅସମ୍ଭବ କଥା)
50. ଅଧ ନଈରୁ ପେଲି ଦେବା | (କୌଣସି ବ୍ୟକ୍ତିକୁ ଅତର୍କିତଭାବରେ ବିପଦରେ ପକାଇବା)
51. ଅଧର୍ମ ବିତ୍ତ, ବଢ଼େ ବହୁତ, ଗଲାବେଳେ ଯାଏ ମୂଳ
ସହିତ | ( ଅନ୍ୟାୟ ଉପାୟରେ ଅର୍ଜିତ
ସମ୍ପତ୍ତିର କ୍ଷଣସ୍ଥାୟିତ୍ବ ସମ୍ବନ୍ଧରେ ସାମାଜିକ ନୀତିବାକ୍ୟ)
52. ଅଧୁଆ ମୂଳା ଯେ, ଧୁଆମୂଳା ସେ | (ଯେଉଁଠାରେ ଭଲ, ମନ୍ଦ, ଉତ୍କୃଷ୍ଟ, ନିକୃଷ୍ଟର ବିଚାର ନାହିଁ )
53. ଅଧୁଆମୁହାଁ ହାତରେ ଚୂଲୀ ଲାଗେ ନାହିଁ | ( ସାମାଜିକ କୁସଂସ୍କାର)
54. ଅନଳନଳ, ଓଦାକଞ୍ଚା ସବୁ ଜଳ | ଅଗ୍ନିର ସର୍ବଭକ୍ଷତ୍ବ ପ୍ରତି ଉପଲକ୍ଷ୍ୟ ବଚନ)
55. ଆନୁକୂଳ ପେଚା | ( ଅମଙ୍ଗଳକାରକ)
56. ଅନ୍ତ ମୋଟ ପୁଅ ହଗଣା ସହେ | (ସୁସ୍ଥ ସବଳ ଶିଶୁକୁ ଝାଡ଼ା ରୋଗ ଧରିଲେ, ସହଜରେ ବାଧେ ନାହିଁ )
57. ଅନ୍ତରରୁ ରୋଗ, ଆକାଶରୁ ମହରଗ | ( ପେଟ ଗୋଳମାଳରୁ ରୋଗ ଏବଂ ଅନାବୃଷ୍ଟି ହେତୁ ଦୁର୍ଭିକ୍ଷ ହୁଏ)
58. ଅନୁଭବୀ ଥିଲେ କହ, ପାଠ ପଢ଼ିଥିଲେ ଗୀତ ଗାଉଥାନ୍ତି
ବାଉରୀ କଣ୍ଡରା ପୁଅ | (ନୀଚଜାତୀୟ ବ୍ୟକ୍ତି ନିଜର
ବିଦ୍ୟା ଦେଖାଇ ହେବା |)
59. ଅନ୍ତେ ତିକ୍ତ ଦନ୍ତେ ଲୁଣ, ପେଟ ପୂରିବ ତିନିକୁଣ | ମଥାରେ କାପଡ ପାଦରେ ତେଲ, ବଇଦ ସଙ୍ଗତେ କରିବ ଗେଲ | ସ୍ବାସ୍ଥ୍ୟସମ୍ବନ୍ଧୀୟ ପ୍ରବଚନ |)
60. ଅନ୍ଧ ପାଣି ବୋହିଲେ ତିନିଜଣ କମେଇ (ନିକମା) |
(ଅଯୋଗ୍ୟ ବ୍ୟକ୍ତି ହାତରେ କାର୍ଯ୍ୟର ଦାୟିତ୍ବ ଦେଲେ
ଜଣକ ସ୍ଥାନରେ ତିନି ଜଣ ଲୋଡ଼ା ହୁଅନ୍ତି |)
61. ଅନ୍ଧ ଆଗେ ଦୀପ, ବଧିର ଆଗେ ଗୀତ | (ଅନ୍ଧ ଆଲୋକର ଏବଂ ବଧିର ଗୀତର ମହତ୍ତ୍ବ ବୁଝିବା ପାଇଁ ଅକ୍ଷମ |)
62. ଅନ୍ଧକୁ ଅନ୍ଧ ବାଟ କଢ଼ାଇବା | ( ଦୁଇ ଜଣ ଅନଭିଜ୍ଞ ବ୍ୟକ୍ତି ପରସ୍ପରକୁ ନିର୍ଦ୍ଦଶ ଦେବା )
63. ଅନ୍ଧର କି ଦିନ ରାତି | ( ଚକ୍ଷୁହୀନ ବ୍ୟକ୍ତି ପକ୍ଷରେ ଦିନ ରାତି ସମାନ |)
64. ଅନ୍ଧ ଲେଖାରେ ଚନ୍ଦ୍ର ସୂର୍ଯ୍ୟ ନାହାନ୍ତି | (ନିଜର ଅଜ୍ଞତା ହେତୁ ପ୍ରକୃତ ସତ୍ୟକୁ ଅସ୍ବୀକାର କରିବା)
65. ଅନ୍ଧ ଗାଁକୁ ଏକଆଖିଆ ରଜା | ( ମୂର୍ଖ ଅଥବା ଅଯୋଗ୍ୟ ଲୋକଙ୍କ ପାଖରେ ଅଳ୍ପଜ୍ଞ ବ୍ୟକ୍ତି ନିଜର ବାହାଦୁରୀ ଦେଖାଏ)
66. ଅନ୍ଧର ଗାଈକି ଖୋଦା ଜଗୁଆଳ | ( ନିଃସହାୟ ବ୍ୟକ୍ତିର ଭଗବାନ ଭରସା)
67. ଅନ୍ଧର ସାକ୍ଷୀ ସୁର ଦାସ | ( ଅନ୍ଧ କଣାକୁ ସାକ୍ଷୀଦେବା ନ୍ୟାୟ)
68. ଅନ୍ଧ ହାତରେ ରତ୍ନମୁଦି | ( ଅଯୋଗ୍ୟ ବ୍ୟକ୍ତି ହାତରେ ମହାମୂଲ୍ୟବାନ୍ ବସ୍ତୁ ଅର୍ପଣ)
69. ଅନ୍ଧ ହାତରେ ବଇଠା ଥିଲେ କି ପଦାର୍ଥ ତାକୁ ଦିଶେ | (ଅନଧିକାରୀ ବ୍ୟକ୍ତି ହାତରେ ଅଧିକାର ଦେଲେ ସେ ତହିଁର ସଦବ୍ୟବହାର କରି ଜାଣେ ନାହିଁ )
70. ଅନ୍ଧ ହାତୀ ଦେଖିବା ନ୍ୟାୟ | ( ଅନ୍ଧ ହାତୀର କୌଣସି ଗୋଟିଏ ମାତ୍ର ଅଙ୍ଗକୁ ସ୍ପର୍ଶଦ୍ବାରା ଅନୁଭବ କରି ତାହାକୁ
ହାତୀ ବୋଲି କହିବା ପରି କୌଣସି ବିଷୟରେ ଅଂଶ ମାତ୍ର ଜାଣି ତାହାକୁ ପୂର୍ଣ୍ଣ ବୋଲି ବିଚାରିବା )
71. ଅନ୍ଧାରୁଆ ଗୋହିରିକି କିଆ ଫୋପଡା ମାଡ଼ | ( ଲୋକ ଅସୁବିଧାରେ ପଡ଼ିଥିବା ବେଳେ ତହିଁ ଉପରେ ପୁଣି ଦଣ୍ଡ ଦେବା |)
72. ଅନ୍ଧାର ଘରେ କାଳୀ ଗୋରୀ ସମାନ | ( ଯେଉଁଠାରେ ଗୁଣ ବା ମହତ୍ତ୍ବ ନିର୍ଣ୍ଣୟର ସୂଯୋଗ ନାହିଁ, ସେଠାରେ ଭଲ ମନ୍ଦ ସବୁ
ସମାନ |)
73. ଅନ୍ଧାର ରାତି, ଗୋଲାମ ଜାତି | (ବର୍ଣ୍ଣସଙ୍କର ଜାତି ଅନ୍ଧାର ରାତି ପରି ଅବିଶ୍ବାସୀ)
74. ଅନ୍ଧାର ଘରେ ଜହ୍ନର ଆଲୁଅ, ଯେତିକି ଦିନ ଗଲା
ସେତିକି ଦିନ ଭଲ | (ଅପ୍ରତ୍ୟାଶିତ ଭାବରେ
ପ୍ରାପ୍ତ ଅର୍ଥ ବା ସୁଯୋଗ ଯେତିକି ଦିନ ପାଖରେ ଥିଲେ ମଧ୍ୟ ମଙ୍ଗଳକର )
75. ଅନ୍ଧାର ଘରକୁ ଟେକା ଫିଙ୍ଗିବା |
76. ଅନ୍ଧାର ଘରେ ବାଡ଼ି ବୁଲାଇବା | ( ଅନିଶ୍ଚିତ ପ୍ରାପ୍ତି ଆଶାରେ ଠାସକ ବା ଅନୁମାନ ଉପରେ ନିର୍ଭର କରି କାର୍ଯ୍ୟ କରିବା
)
77. ଅନ୍ଧାର ଘରେ ମାଣିକ | (ଅତ୍ୟନ୍ତ ଦରିଦ୍ର ଓ ଅଖ୍ୟାତ ପରିବାରରେ ପ୍ରତିଭାଶାଳୀ ଓ ଗୁଣବାନ୍ ପୁତ୍ର ଜନ୍ମଗ୍ରହଣ
କରିବା )
78. ଅନ୍ଧାରରେ ଖାଇଲେ ଯେଉଁ ଗୁଡ଼, ଆଲୁଅରେ ଖାଇଲେ ସେଇ
ଗୁଡ଼ | ( ପରିସ୍ଥିତିରେ
ପରିବର୍ତ୍ତନ ଯୋଗୁ ବସ୍ତୁର ପ୍ରକୃତ ସ୍ବରୂପରେ କୌଣସି ପରିବର୍ତ୍ତନ ହୁଏ ନାହିଁ )
79. ଅପର ଘରେ ରାଗ, ରଜାଘରେ ସଦା ଭୋଗ | (ଧନୀ ଦରିଦ୍ର ମଧ୍ୟରେ ପ୍ରଭେଦ )
80. ଅପର୍ତ୍ତିଆଣି, ନାଁରୁ ଜାଣି | ( ବଡ଼ ପୁଅ କିମ୍ବା ବଡ଼ ଝିଅ ମରି ଯାଇଥିଲେ ଲୋକେ ପରବର୍ତ୍ତୀ ସନ୍ତାନମାନଙ୍କୁ
ଅସୁନ୍ଦର, ଅପରଛନିଆ ନାଁ ଦେଇଥାନ୍ତି )
81. ଅପାଳେ ରାଇଜରେ ବିଜୁଳି ଲକ୍ଷେ ଟଙ୍କା | (ଯେଉଁଠାରେ ଯେଉଁ ବସ୍ତୁ ଦୁର୍ଲ୍ଲଭ ସେଠାରେ ତହିଁର ଆଭାସ ମାତ୍ର ମୂଲ୍ୟବାନ୍ ବିବେଚିତ
ହୁଏ)
82. ଅପାଳ ପାଉଁଶିଆର କପାଳ ବଡ଼ | ( ଅଯୋଗ୍ୟ ବ୍ୟକ୍ତି କର୍ମବଳରୁ ସମ୍ପଦ ଲାଭ କରିବା)
83. ଅପା ଘରକୁ ଗଲି କପା କିଣି, ମୂଳରୁ କରି ହାନି
ମେଞ୍ଚେ ପକାଇ ଦେଲା | (ଆତ୍ମୀୟ ବ୍ୟକ୍ତିଠାରୁ
ଅଧିକ ସଉଦା କିଣିଲେ ସେମାନେ ମୂଳରୁ ହାନି କରି ଅଧିକ ଦେଇଛନ୍ତି ବୋଲି କହନ୍ତି)
84. ଅପୂଜା ଦେବତାକୁ ଦେହୁରି ବୁଝାଏ | ( ଅପୂଜା ଦେବତାକୁ ଦେହୁରି ସନ୍ତୁଷ୍ଟ କରିବା ପରି କୌଣସି ଏକବାଗିଆ ଲୋକର ମନକଥା ବୁଝି
ତାର ସନ୍ତୋଷ ବିଧାନ କରି ପାରିବା ବ୍ୟକ୍ତି ପ୍ରତି)
85. ଅବଧାନକୁ କୁଣ୍ଡାଦେଇ ପାଠ ପଢ଼ିବା | ( ଅବଧାନେ ଦକ୍ଷିଣା ସ୍ବରୂପ କୁଣ୍ଡା ପାଇଥିବାରୁ ପୁଲାକୁ ମନଦେଇ ପଢ଼ାନ୍ତି ନାହିଁ | ଫଳରେ ପିଲା ମୂର୍ଖ ହୁଏ)
86. ଅବିବେକୀ ରାଜାଠାରେ ବୁଦ୍ଧିର ଇଚ୍ଛା, ମାଟି ଘୋଡ଼ା
ଚଢ଼ି ଯୋଜନ ଯିବାର ବାଞ୍ଛା | ( ମୁର୍ଖ ରାଜାଠାରୁ ସୁବିଚାର ଏବଂ ମାଟି ଘୋଡ଼ାଚଢ଼ି ଦୂରପଥ ଯାତ୍ରା ଉଭୟ ଦୁରାଶା)
87. ଅବୁଝାମଣା ରାଜାକୁ ପାଳବିଣ୍ଡା ମନ୍ତ୍ରୀ (ଯେଉଁ
ରାଜ୍ୟର ରାଜା ଅବିବେକୀ ଓ ମନ୍ତ୍ରୀ ଅଯୋଗ୍ୟ ସେଠାରେ ସୁବିଚାରର ଆଶା ବିଡ଼ମ୍ବନା ମାତ୍ର)
88. ଅବୋଲକରା ଭଣ୍ଡାରିକି ପଙ୍ଖାଭଙ୍ଗା ସାଆନ୍ତ
(ତୁଳନା)
89. ଅଭାଗ୍ୟକୁ ଏପରି ଘଟେ, ଅଣ୍ଟିସୁନା ପିତଳ ପାଲଟେ | (ଭାଗ୍ୟ ଖରାପ ହେଲେ ହସ୍ତଗତ ଧନ ଉଭେଇ ଯାଏ)
90. ଅଭାଗା କପାଳକୁ ସମୁଦ୍ର ଶୁଖେ | (ଭାଗ୍ୟହୀନ ବ୍ୟକ୍ତିର ଅସରନ୍ତି ଧନ ସମ୍ଫଦ କେଉଁଆଡ଼େ ଉଭାଇଯାଏ)
91. ଅଭାବରେ ସ୍ବଭାବ ନଷ୍ଟ | (ଅନୁଭବ)
92. ଅଭିଆଣରେ ଭିଆଣ ଦେଖ, ପେଜପିଆଠେଇଁ ବାଜୁଛି ଶଙ୍ଖ)
(ହାସ୍ୟାସ୍ପଦ କଥା)
93. ଅଭ୍ୟାସ ଦ୍ବିତୀୟ ପ୍ରକୃତି |
94. ଅମୃତ ହାଣ୍ଡିକେ ବିଷ କଣିକାଏ (ଦୃଷ୍ଟାନ୍ତ)
(କଣିକାଏ ବିଷ ହାଣ୍ଡିଏ ଅମୃତକୁ ବିଷମୟ କରି ପକାଏ)
95. ଅମର ଜୁମର ନିଠେଇ ଘୋଷ, ଆଉ ସବୁ ପାଠ ଚାଳରେ ଖୋସ | (ପ୍ରାଚୀନ କାଳରେ ଅମର କୋଥ ଏବଂ ଜୁମର ବ୍ୟାକରଣର ଅଧ୍ୟୟନ ଉପାଦେୟ ବିବେଚିତ ହେଉଥିଲା)
96. ଅମାନିଆ ପୁଅ କଣରେ ପଶେ, ମାନିଆ ପୁଅ କୋଳରେ ବସେ | (ଅନୁଭବ)
97. ଅରଣ୍ୟ କଣ୍ଟା ଦଇବେ ଗୋଜା | (ପ୍ରତିଭା ଭଗବଦ୍ଦତ୍ତ)
98. ଅରକ୍ଷିତକୁ ଦଇବ ସାହା | (ଭଗବାନ ଅସହାୟର ସହାୟ)
99. ଅରସ୍ଲାକେ ଅର୍ସଲି, ଦଇବ ଦେଇଛେ ଭେଟକରି | (ସମ୍ବଲପୁରୀ) (ପୁରୁଷ ଓ ସ୍ତ୍ରୀ ଉଭୟ ଅଯୋଗ୍ୟ)
100. ଅରଜି ଛଞ୍ଚି କୃପଣ ମରେ, ଗୁଡ଼ମାଠିଆ ମାଲୁଆ ମାରେ
| (କୃପଣ ବ୍ୟକ୍ତି ବହୁ କଷ୍ଟରେ ସଞ୍ଚିଥିବା ପଦାର୍ଥକୁ
ବଳବାନୁ ବ୍ୟକ୍ତି ଜୋର ଜବରଦସ୍ତି କରି ଘେନିଯାଏ)
101. ଅରନ୍କରେ ବରନ୍(ବର୍ଣ୍ଣ) ବସ୍ତର୍ (ବସ୍ତ୍ର) କରେ
ହୀନ | (ସମ୍ବଲପୁରୀ) (ଅନ୍ନ ଦେହକୁ
ପୁଷ୍ଟ କରେ ଏବଂ ବସ୍ତ୍ର ଅଭାବରେ ମର୍ଯ୍ୟଦା ହାନି ଘଟେ)
102. ଅରକ୍ଷିତ ମଡ଼ା ନାଁ ଦୁଆରେ ପଡ଼ୁଛି ଛେରା | (ଦରିଦ୍ର ବ୍ୟକ୍ତିର ଶବ ଉଠିବାବେଳେ କର୍ପୂର ଚନ୍ଦନ ଛିଞ୍ଚା ହେବା ଭଳି ଅବାସ୍ତବ ଓ
ହାସ୍ୟାସ୍ପଦ କଥା)
103. ଅରୁପ ଯାକରେ ସ୍ବରୂପ ମିଠା, ମନୁଷ୍ୟ ମିଠା ଗୋରା,
ଦେବତା ଯାକରେ କାଳିଆ ମିଠା, ସବୁରି ମିଠା କୋରା | (ଗୋରା ମଣିଷ, କାଳିଆ ଜଗନ୍ନାଥ, ସାକାରବାଦ ଓ କୋରାର ଶ୍ରେଷ୍ଠତା ଏଥିରେ ବର୍ଣ୍ଣିତ
ହୋଇଅଛି )
104. ଅର୍ଘାସୁର ପରି ବଢ଼ୁଛି | (ଭାଗବତ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଦ୍ବାରା ନିହତ ଅଜଗର
ବେଶଧାରୀ ମହାକାୟ ବ୍ୟକ୍ତି ପରି ପଢିବା)
105. ଅର୍ଥ ସବୁ ଅନର୍ଥର ମୂଳ | (ଅନୁଭବ)
106. ଅର୍ଥଗ୍ରାହୀ ସନ୍ନ୍ୟାସୀ କି ଦଣ୍ଡ ପ୍ରଣାମରେ
ସନ୍ତୋଷ | (ଅନୁଭବ)
107. ଅଳପ ଧନ ବିକଳ ମନ | (ଅଭାବଗ୍ରସ୍ତ ଲୋକ ଭଲ ଜିନିସ ଦେଖିଲେ କିଣି ନ ପାରି ମନ ଦୁଃଖ କରେ)
108. ଅଳଙ୍କାର ପିନ୍ଧିଲେ ଓଡ଼େଇ ଚାଲ, ପୁଅ ବେଇଲେ
ଘୋଡ଼େଇ ଚାଲ | (ଲୋକଙ୍କ ଦୃଷ୍ଟି ପଡ଼ିବା
ଭୟରେ )
109. ଅଲଣାରେ ସୁଆଦ କି ? ପରଠାରେ ମାନ କି ? (ନିରର୍ଥକ)
110. ଅଳପ ଲୋକର ବିସ୍ତର ବୋଝ ତାକୁ ଜାଣିବ କପା, ମହର୍ଗ
କାଳରେ ଯାଚି ପରଶେ ତାକୁ ଜାଣିବ ଅପା | (ସାନ କପା ଗଛରେ ବହୁତ ଫଳ ଫଳେ )
111. ଅଳପ ତେଣ୍ଟା, ମାଇପ ଖେଣ୍ଟା, ମଠୁଆ ବଳଦ ଯାର,
ଯମଘର ଯାଇ କି ଫଳ ମିଳିବ ନି,ତି ମରଣ ତାର | (ଏପରି ଲୋକର ଜଞ୍ଜାଳମୟ ଜୀବନ ଜୀବନ୍ତ ମରଣ ସଙ୍ଗେ ସମାନ)
112. ଅଳସୁଆ କପାଳକୁ ଗଙ୍ଗା ବିଜେ କରିବା | (ଅଳସୁଆ ଲୋକ ଗଙ୍ଗାସ୍ନାନକୁ ଯାଇପାରେ ନାହିଁ | ତା କପାଳକୁ ବାରୁଣୀ ଯୋଗ ପଡ଼ିଲେ ତା ଘର ପାଖ ନଦୀ, ପୋଖରୀ ବା ଗାଡ଼ିଆ ଗଙ୍ଗାସ୍ନାନ
ଫଲ ଦିଏ)
113. ଅଳସୁଆ ଘୋଡ଼ାକୁ ମେଘ ଆଶ୍ରା | (ଆଳସ୍ୟପରାୟଣ ବ୍ୟକ୍ତିର ବାଜେ ଛଳନା)
114. ଅଳସୁଆର ବାରବାଟି ଚାଷ | (ଅଳସୁଆ ଓ ନିକମା ଲୋକର ଗାଲୁଗିରି ଓ ବୃଥା ପ୍ରୌଢ଼ି )
115. ଅଳପ ଚାଷ କୁଟୁମ୍ବ ପୋଷ, ବହୁତ ଚାଷ ରଜାକୁ ପୋଷ | (ବହୁତ ଗୁଡ଼ାଏ ଜମି ଚାଷ କଲେ କେବଳ ଖଜଣା ଗଣିବା ସାର
ହୁଏ)
116. ଅଳଙ୍କାର ଭିତରେ ନିମ କାଠି | (ଯେଉଁଠାରେ ନିମକାଠି ଏକମାତ୍ର ଅଳଙ୍କାର)
117. ଅଲେଇ ବଲେଇ ରଜାର ମୁଣ୍ଡେ | (ରାଜ୍ୟର ପାପ, ଅପବାଦ ପାଇଁ ରାଜା ଦୋଷୀ ବିବେଚିତ ହୁଅନ୍ତି)
118. ଅଳ୍ପ ବିଦ୍ୟା ଭୟଙ୍କରୀ | (ଅନୁଭବ)
119. ଅଳ୍ପ ଦୁହିଁଲେ ଗୋସେଇଁ ଋଷେ, ବହୁତ ଦୁହିଁଲେ
ବାଛୁରୀ ଋଷେ, ପର ଗାଈ ଦୁହାଁ ମୋତେ ନ ଆସେ | (ଉଭୟ ପକ୍ଷର ସନ୍ତୋଷ ବିଧାନ କରି କାର୍ଯ୍ୟ କରିବା
ଅତ୍ୟନ୍ତ କଠିନ )
120. ଅଳପ ଆୟୀ, ବହୁତ ବ୍ୟୟୀ, ଛୋଟ ପଣତ ପରାୟେ ସେହି | (ସ୍ବଳ୍ପ ଆୟ ଛୋଟ ପଣତ ପରି ସର୍ବଦା ନିଅଣ୍ଟ ହୁଏ )
121. ଅଶି ଗରଗଡ଼ ନଉ ବାଳୁଙ୍ଗା | (କୃଷି ବଚନ) (ଗରଗଡ଼ 80 ଦିନେ ଏବଂ ବାଳୁଙ୍ଗା 90 ଦିନେ ପାଚେ)
122. ଅସଙ୍ଗରେ ସଙ୍ଗିତା, ଅସଙ୍ଗରେ ସଙ୍ଗ ହେଲେ କାଠ
ଘଣ୍ଟ ଲମ୍ବିତା | (ଦୋଷୀ ଲୋକର ସଙ୍ଗ ହେତୁ
ନିର୍ଦ୍ଦୋଷର ଦଣ୍ଡ )
123. ଅସତୀ ଭୁଞ୍ଜଇ ପଲଙ୍କ ସୁପାତି, କୁଳବତୀ ହୁଏ
ଦାସୀ, ସାଇ ସାଇ ହୋଇ ବୁଲଇ ଗୋରସ ମଦ ବିକାଯାଏ ବସି | (ଅନୁଭବ)
(ଆ)
1. ଆ କୁରାଢ଼ି ବେକରେ ବସ |
2. ଆ ବଳଦ ମୋତେ ବିନ୍ଧ | (ବିପଦକୁ ବରଣ କରିବା)
3. ଆଁ କଲେ ବତିଶ ଦାନ୍ତ ଦିଶେ | (ପାଟିରେ ଗୁମର ପଦାରେ ପଡ଼ିଯାଏ)
4. ଆଇଲା ବ୍ରାହ୍ମଣ ମାଇଲା ଥାଳି, ଘେନିଗଲା ମୋର
ଖେଚଡ଼ି ଥାଳି | (ଉପକାର କରିବା ବାହାନାରେ ସର୍ବସ୍ବ ଲୁଟି ନେବା)
5. ଆୟୁଷ ନଥିଲେ କେହି ନରଖେ | (ଅନୁଭବ)
6. ଆଉରି ହେଉ ଆଉରି ହେଉ | ଖୋସା ଉପରେ ଚଉଁରି ହେଉ | (ବଢ଼ତି ହେବା)
7. ଆଉ ସେ ଭାବ ନାହିଁଲୋ ସଜନୀ, କୃଷ୍ଣ ଯମୁନା ପାର ହୋଇ
ଗଲେଣି | (କୃଷ୍ଣ ଗୋପୀମାନଙ୍କୁ ଛାଡ଼
ମଥୁରା ଚାଲିଯିବା ସମ୍ବନ୍ଧରେ ଉକ୍ତି)
8. ଆଉଁଷିଲା କୁକୁର ମୁହଁରେ ବୋକ | (ଛୋଟ ଲୋକକୁ ମୁହଁ ଦେଲେ ସେ ଉପରେ ଚଢ଼େ )
9. ଆକାଶ କୟାଁ ଚିଲିକା ମାଛ | (ଆକାଶରେ ତିନ୍ତୁଳି ଫଳିବା ଅସମ୍ଭବ ଏବଂ ଚିଲିକାରେ ମାଛ ମିଳିବା ଅନୁଶ୍ଚିତ | ସେହିପରି ଅନିଶ୍ଚିତ ଓ ଅସମ୍ଭବ ବସ୍ତୁ ପ୍ରତି ଅଭିଳାଷ ପୋଷଣ )
10. ଆକାଶକୁ ଢେଲା ମାରିଲେ ଆପଣା ମୁଣ୍ଡରେ ପଡ଼େ | (ଅସମ୍ଭବ ପ୍ରଚେଷ୍ଟା କ୍ଷତିର ସମ୍ଭାବନା)
11. ଆଖି କଜଳ ସହି ହୁଏ, ଟିରିକି କଜଳ ସହି ହୁଏ ନାହିଁ | (ପ୍ରତିବେଶୀ ବା ଶତ୍ରୁସ୍ଥାନୀୟ ବ୍ୟକ୍ତି ଟିରିକି (ଗୁହ୍ୟଦ୍ବାରା) ବା ଅସ୍ଥାନରେ
କଜ୍ଜ୍ବଳ ଘେନିଲେ ଦର୍ଶକ ତାହା ଆଦୌ ବରଦାସ୍ତ କରିପାରେ ନାହିଁ | ପ୍ରତିବେଶୀର ବିଳାସ ମନୁଷ୍ୟ ପକ୍ଷରେ ଅସହ୍ୟ)
12. ଆଖି ଥାଉଁ ଥାଉଁ ଅନ୍ଧ ହେବା ନ୍ୟାୟ | (ଅନ୍ୟମନସ୍ବତା ଯୋଗୁଁ ଦେଖି ନ ପାରିବା)
13. ଆଖି ଫୁଟୁ ବଥା ପାଉ | (ଅନୁଭବ)
14. ଆଖି ଗଲେ ସବୁ ଗଲା | (ଅନୁଭବ)
15. ଆଖି ବୁଜିଲେ କୁଆଙ୍କର ରାଇଜ | (ନିଜର ବିଷୟ ସମ୍ପତ୍ତ ପ୍ରତି ଦୃଷ୍ଟି ନ ଦେଲେ ତାହା ବାର ଲୋକେ ଖାଇଯାନ୍ତି )
16. ଆଖିରେ
ଆଙ୍ଗୁଠି ଗେଞ୍ଜିବା ନ୍ୟାୟ | (କୌଣସି ଲୋକକୁ ଯୋର ଜବରଦସ୍ତି କରି ଦେଖାଇ ଦେବା )
17. ଆଖି ଆଗରେ ଆଙ୍ଗୁଠି ହଲାଇବା | ( ଅବଜ୍ଞା ବା ବରକ୍ତି ପ୍ରକାଶ କରିବା)
18. ଆଖି ବୁଜିଲେ ଦୁନିଆ ଅନ୍ଧାର | (ଅନୁଭବ)
19. ଆଖିରୁ କଜଳ କାଢ଼ି ନେବା ନ୍ୟାୟ | ( ଲୋକ ଜାଣୁ ଜାଣୁ ତାକୁ ଠକି ତାଠାରୁ ପଦାର୍ଥ ଘେନି ଯିବା)
20. ଆଖିରେ ଧୂଳି ପକାଇବା | (ଠକିବା ବା ଭଣ୍ଡିନେବା)
21. ଆଖିଟି ବଡ଼ ପେଟଟି ସାନ | ( ଯେଉଁ ଲୋକର ଆପଣା ପେଟର ଅଟକଳ ନଥାଏ ଓ ପତରରେ ବହୁତଗୁଡ଼ାଏ ଖାଦ୍ୟ ବଢ଼ାଏ, ଅଥଚ
ଖାଇପାରେ ନାହିଁ )
22. ଆଖି ନ ଫିଟୁଣୁ ମହାଭାରତ | ( ଅତି ବାଲ୍ୟ ବୟସରୁ ବଡ଼ ବଡ଼ କଥାରେ ମୁଣ଼୍ଡ ପୁରାଇବା)
23. ଆଖି ବଡ଼ ପେଟ ସାନ, ହାଣ୍ଡି, କୁଣ୍ଡେଇ ପୋଛି କରି
ଆଣ | (ଅତ୍ୟଧିକ ଖାଦ୍ୟ ଲାଳସା)
24. ଆଖିର ଭୋକ କେବେ ଯାଏ ନାହିଁ |( ଯେତେ ସୁନ୍ଦର ଦୃଶ୍ୟ ଦେଖିଲେ ମଧ୍ୟ ପୁଣି ଦେଖିବାକୁ ମନ ହୁଏ )
25. ଆଖୁ କିଆରୀରେ ପଶିବା | (ସବୁ ଆଖୁଗଛ ସମାନ ଦେଖି କେଉଁଟି ନେବ ନିର୍ଣ୍ଣୟ କରି ନ ପାରିବା)
26. ଆଖୁବାଡ଼ିରେ ଭାଲୁ ପଶିବା ନ୍ୟାୟ | ( ଭାଲୁ ଯେପରି ଆଖୁ ବାଡ଼ ଧ୍ବଂସ କରେ, ସେହିପରି କରିବା)
27. ଆଖୁ, କାକୁଡ଼ି, ନଡ଼ିଆ, ମକା, ଦାନ୍ତ ପଡ଼ିଲେ
ତଳକୁ ପକା | ( ଦାନ୍ତ ନଥିବା ଲୋକ ଏ ସବୁ
ପଦାର୍ଥ ଚୋବାଇ ଖାଇ ପାରେ ନାହିଁ )
28. ଆଖୁ ଖଣ୍ଡିଏ ଦବୁନି, ଗୁଡ଼ ଖଣ୍ଡିଏ ଦେବୁ | ( ଅଳ୍ପକରେ ଋଣମୁକ୍ତ ନ ହୋଇ ବହୁ ଅର୍ଥ ଦେବାକୁ ବାଧ୍ୟ ହେବା )
29. ଆଖେଇଲା, ଆଖଉ ଆଖଉ ପାଖେଇଲା, ପାଖଉ ପାଖଉ
ଦେଖେଇଲା, ଦେଖାଉ ଦେଖାଉ ଚଖେଇଲା | (ଆଙ୍ଗୁଠି ପଶୁ ପଶୁ ବାହା ପଶିବା ନ୍ୟାୟ )
30. ଆଗତ କୁହା ପର ଗାଈଦୁହାଁ ଏ ଦୁହେଁ ସମାନ | ( ଉଭୟ ବିଶ୍ବାସର ଅଯୋଗ୍ୟ)
31. ଆଗତ ଭବିଷ୍ୟର ଜାଣଇ ଯେ ଗଣ୍ଠିଆ ପାଖରୁ ଟାଣଇ ସେ | ( ଭାଗ୍ୟ ଗଣନା କରି ଭବିଷ୍ୟତ କଥା କହିବା ଲୋକ ଅତି କୃପଣ ଲୋକଠାରୁ ମଧ୍ୟ ଧନ ଲାଭ
କରି)
32. ଆଗତ ଚଢେଇକି ବେଶରବଟା | (ଚଢେଇ ଶିକାର କରି ଘରକୁ ଆଣିବା ପୂର୍ବରୁ ଚଢେଇ ମାଂସ ରାନ୍ଧିବା ପାଇଁ ବେଶର ବାଟି
ରଖିବା ପରି ଅନିଶ୍ଟିତ ଫଳପ୍ରାପ୍ତି ପାଇଁ ଆଗରୁ ପ୍ରସ୍ତୁତ ରହିବା )
33. ଆଗତ ପଞ୍ଚା, ସବୁ କଞ୍ଚା |
34. ଆଗତ ପାଞ୍ଚ ଭଲ ନୁହେଁ | (କଞ୍ଚା ଫଳ ପାଚିଲେ ଖାଇବାର ଆଶା ଓ ଭବିଷ୍ୟତରେ ଫଳିବା କଥାକୁ ଭାବିବା ଏକା କଥା )
35. ଆଗ ପୁଅ ବାଘ | (ଜ୍ୟେଷ୍ଠ ପୁତ୍ର ସବୁ ପୁଅଙ୍କ ଅପେକ୍ଷା ବଳୁଆ ବା ଶ୍ରେଷ୍ଠ ବିବେଚିତ ହୁଏ)
36. ଆଗ ସୁନା ପାଗ, ପଛ ଗୁହ ପୋଛ | ( ମା, ମାନେ ପିଲାଙ୍କୁ ଶୀଘ୍ର କାର୍ଯ୍ୟ ସମାପନ କରିବା ପାଇଁ ଉତ୍ସାହିତ କରିବା
ବାକ୍ୟ)
37. ଆଗ ଚଲାଏ, ପଛ ବୋଲାଏ, ମଝି ବନ୍ଧୁ ଦର୍ଶନ କରାଏ | (ଗୋଡ଼ ତଳିପାର ଆଗ, ମଝି ଓ ପଛ ଅଂଶ କୁଣ୍ଡାଇ ହେଲେ ଯଥାକ୍ରମେ ପଥଭ୍ରମଣ, କଳି କଜିଆ ଓ
ବନ୍ଧୁଦର୍ଶନ ଫଳ ଘଟେ ବୋଲି ଲୌକିକ ସଂସ୍କାର ଅଛି)
38. ଆଗ ଚଲା, ପର ଗାଈ ଦୁହାଁ, ଦୀପ ପେଲା, ନାଥ ବୋଲେ
ପୁତାରେ ଜୀଉଁ ଥାଉଁ ଥାଉଁ ମଲା | ( ଏମାନେ ଲୋକଙ୍କୁ ବିପଦରେ ପକାନ୍ତି)
39. ଆଗ ମାଧିଆ କି, ମାଧିଆ ହାତରେ ଟଙ୍କା ଟୋକର, ମାଧିଆ
ମଣିଷ ଚିହ୍ନଇ କି ? )ଦରିଦ୍ର ବ୍ୟକ୍ତି ଧନୀ ହେଲେ ସେ ଅନ୍ୟକୁ ଖାତିର କରେ ନାହିଁ )
40. ଆଗ କାଳକୁ ବାଘ ଖାଇଲାଣି | (ସମୟର ପରିବର୍ତ୍ତନ)
41. ଆଗ ଯାର, ପାଗ ତାର |
42. ଆଗ ନୋହିଲେ ପାଗ | (କୃଷି ବଚନ)
43. ଆଗେ ଚାନ୍ଦ, ପଛେ ଚାନ୍ଦ ତାକୁ ନେଇ ମଝି ଖୁଣ୍ଟରେ
ବାନ୍ଧ | ( ଗୋପାଳନ ସମ୍ବନ୍ଧୀୟ
ଉକ୍ତି)
44. ଆଗେ ଉଦର, ପଛେ ସୋଦର | ( ଆଗେ ଆପଣା ପେଟ ଚିନ୍ତା କରି ସାରି ପରେ ଅନ୍ୟ ଚିନ୍ତା କରିବା )
45. ଆଗେ ପୁଅ, ପଛେ ଦିଅଁ | (ଦିଅଁକୁ ଭୋଗ ଦେବା ପୂର୍ବରୁ ପ୍ରଥମେ ପୁଅ କଥା ବୁଝିବା )
46. ଆଗେ ଗଲେ ବାଘ ଖାଏ, ପଛେ ଗଲେ ସୁନା ପାଏ | (ଅଗ୍ରଗାମୀ ଲୋକ ଉପରେ ସର୍ବଦା ବିପଦ ପଡ଼େ)
47. ଆଗେ ମାଡ଼, ପଛେ ବିଚାର | (ପ୍ରଥମେ ଦଣ୍ଡ ଦେଇ ପରେ ସାନ୍ତ୍ବନା ଦେବା)
48. ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁ ଟୁଣୁ | (ଆଗେ ହେଉ ବା ପଛେ ହେଉ, ବୁଣା ହୋଇଥିବା ସବୁ ଧାନ ଗର୍ଭଣା ସଂକ୍ରାନ୍ତିକୁ ଥୋଡ଼ ହୁଏ
)
49. ଆଗେ ତେନ୍ତୁଳି ପଛେ ତାଳ, ଘର ଗୁସିଆଁର ପୂରିଲା
କାଳ | (ଲୌକିକ ସଂସ୍କାର, ଦାଣ୍ଡରେ
ତେନ୍ତୁଲି ଓ ବାଡ଼ିପଟେ ତାଳ ଗଛ ଲଗାଇବା ଅଶୁଭ)
50. ଆଙ୍ଗୁଠି ପଶୁ ପଶୁ ବାହା ପଶିବା |
51. ଆଙ୍ଗୁଠି ଦେଖାଇଲେ ବାହା ଗିଳିବା | ( ଅଳ୍ପ ଅଳ୍ପ କରି ସମୁଦାୟ କରାୟତ୍ତ କରିବା)
52. ଆଚାରେ ବ୍ରାହ୍ମଣ, ବିଚାରେ ପଣ୍ଡିତ |
53. ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତା | (ଆଚାର ଓ ବିଚାର ଉଭୟରେ ଯେ ଶ୍ରେଷ୍ଠ)
54. ଆଜି କଥା କାଲିକି ଅନ୍ତର
55. ଆଜିର ମଳୁ କାଲିକି ବଇଦ | (ଅଭିଜ୍ଞତାରୁ ଶିକ୍ଷା କରି କୌଣସି ବିଷୟରେ ବିଶେଷଜ୍ଞ ହେବା)
56. ଆଜି ନଗଦ, କାଲି ବାକୀ | (ବିକା କିଣା ସମ୍ବନ୍ଧୀୟ ପ୍ରବଚନ)
56. ଆଜି ନଗଦ, କାଲି ବାକୀ | (ବିକା କିଣା ସମ୍ବନ୍ଧୀୟ ପ୍ରବଚନ)
57. ଆଜିର ମନୁଷ୍ୟ କାଲିକି ନାହିଁ | (ମନୁଷ୍ୟ ଜୀବନ କ୍ଷଣଭଙ୍ଗୁର)
58. ଆଜି ଦେବା କାଲି ଦେବା, ଦେବା ଦେବା କହୁଥିବା,
ଯାବତୁଇନ୍ଦ୍ର ଦିବାକର | (ଦେବା ଦେବା କହି ସମୟ
ଗଡ଼ାଇବା)
59. ଆଜି ମଲେ କାଲିକି ଦି ଦିନ |
60. ଆଜି ମଲେ କାଲିକି ମାଟି | (ଦିନ ବସି ରହେ ନାହିଁ)
61. ଆଜହୁଁ ଏତେ, ପାଣି ପଡ଼ିଲେ ହେବୁ କେତେ | (ଛତୁ ଫୁଟିବା ସମ୍ବନ୍ଧରେ ଉକ୍ତି)
62. ଆଜି ଖାଉଁ, କାଲି ପଳାଇ ଯାଉଁ, କୁଦୋ (କୋଦୁଅ)
ପୁଆଳେ ଜୁଇ ଲଗାଇ ଦେଉଁ | (ଦରିଦ୍ର ଯାଯାବର ଜୀବନ
ସମ୍ବନ୍ଧରେ ଉକ୍ତି)
63. ଆଟିକା ଚୁହାଁର ମାଇପ ମରେ | (ଯେଉଁ ଲୋକ ଆଟିକାରେ ଥିବା ରନ୍ଧାଦ୍ରବ୍ୟ ପ୍ରତି ସର୍ବଦା ଦୃଷ୍ଟିରଖେ ତାର ସ୍ତ୍ରୀ
ଖାଇବାକୁ ନପାଇ ଉପାସ ରହେ )
64. ଆଟିକା ମାପକୁ ପଲମ |
65. ଆଠ ଦୁମୁକାଣି, ଷୋଳ ଅସରା, ବତିଶି ଝିପି ଝିପି
ଚଉଷଠି କୁଣ୍ଡାଝରା, ତେବେ ଯାଇ ଚଷାର ପେଟହୁଏ ପୁରା | (ଧାନ ଫସଲପାଇଁ ବର୍ଷା ପାଣିର ଆବଶ୍ୟକତା ସମ୍ବନ୍ଧରେ
ଉକ୍ତି)
66. ଆଠରଚକା ଷୋଳ ବଢ଼ି, ତେବେ ଦେଖିବ ଧାନର କଢ଼ି | (କୃଷିବଚନ)
67. ଆଠ ବିହୁଡ଼ା ଷୋଳ କୋଡ଼ା, ତେବେ ଖାଇବ ବାଇଗଣ
ପୋଡ଼ା (ପାଇଗଣ ଚାଷ ସମ୍ବନ୍ଧରେ ଉକ୍ତି)
68. ଆଠ ହଗା ଷୋଳ ମୂତା, ତେବେ କରିବୁ ବ୍ରାହ୍ମଣର
ବୁତ୍ତା | (ବ୍ରାହ୍ମଣ ଘରେ ଚାକିରି
କରିବା ବଡ଼ କଷ୍ଟ)
69. ଆଣରେ ପିଲାଏ ମୂଷ ମାଟି, ମେଘ ଯାଉ ଫସର ଫାଟି | (ମେଘଉଠାଇବା ସମୟରେ ପିଲାମାନେ କୌତୁକରେ ବୋଲିବା ଗୀତ )
70. ଆଣି ପୋତିଲି ତାଳ, ସେ ହେଲା ମୋତେ କାଳ | (ବାସ ଗୃହ ନିକଟରେ ତାଳଗଛ ପୋତିଲେ ତାହା ଭବିଷ୍ୟତରେ ପରିବାରସ୍ଥ ଲୋକଙ୍କର ବିପଦର
କାରଣ ହୋଲାପରି ଉପକୃତ ବ୍ୟକ୍ତିଦ୍ବାରା ଆପଣାର ଅନିଷ୍ଟ ହେବା )
71. ଆଣିଥିବୁ ମୂଳାଶିଙ୍ଗାକୁ ରସି, କାନ୍ଦୁଥିବୁ ହିଡ଼
ମୁଣ୍ଡରେ ବସି | (ବଳଦ କିଣିବା ସମ୍ବନ୍ଧରେ
ପ୍ରବଚନ)
72. ଆଣ୍ଠୁକୁଡ଼ା ଘରେ ଶୁକୁଟା ଟିକକ ଲକ୍ଷେ ଟଙ୍କା | (ଅପୁତ୍ରିକ ଘରେ ଶୁକୁଟା ରୋଗଣା ପୁଅଟିଏ ଜନ୍ମିଲେ ମଧ୍ୟ ପିତାମାତା ତାକୁ ବହୁମୂଲ୍ୟ
ମନେ କରନ୍ତି)
73. ଆତଙ୍କ କାଳେ ଯାଚନ୍ତି, କୁକୁଡା, ଆତଙ୍କ ଗଲେ
ଦିଅନ୍ତି ଲେଫଡ଼ା (ବିପଦ ସମୟରେ ଲୋକେ ମାନସିକ କରି ଦେବତାଙ୍କୁ ବଳି ଯାଚନ୍ତି, କିନ୍ତୁ ବିପଦରୁ
ପାର ହୋଇଗଲେ ପ୍ରତିଶ୍ରୂତି ପାଳନ କରିବା ପାଇଁ କୁଣ୍ଠିତ ହୁଅନ୍ତି )
74. ଆଦର ନଥାଇ ଯେଉଁ ଭୋଜନ, ଲବଣ ନଥାଇ ଯେଉଁ ତିଅଣ,
ଗାମୁଛା ନଥାଇ ଯେଉଁ ସ୍ନାହାନ, ସଖୀଗୋ ମନ୍ଦ ଏ |
75. ଆଦରେ ଭୋଜନ, କି କରେ ବ୍ୟଞ୍ଜନ | (ଆଦର ଥିଲେ ବିନା ତରକାରୀରେ ମଧ୍ୟ ଆହାର ତୃପ୍ତିପ୍ରଦ ହୁଏ)
76. ଆପ କଥା, କାଟେ ମଥା | (ନିଜେ ନିଜର ବିନାଶର କାରଣ ହେବା)
77. ଆପ କଥା, ଲୋକ ବ୍ୟଥା | (ମନୁଷ୍ୟ ଭାବେ ଯେ, ସଂସାରଯାକ ଲୋକ ତାରି କଥା ଭାବୁଛନ୍ତି)
78. ଆପ କାର୍ଯ୍ୟ ତାତପର୍ଯ୍ୟ, ପରକାର୍ଯ୍ୟଂ ହେବା ଗେବା
| (ବ୍ୟଙ୍ଗ ଶ୍ଳୋକ | ଲୋକେ ନିଜେ କାର୍ଯ୍ୟ ପ୍ରତି ଯେପରି ଦୃଷ୍ଟି ଦିଅନ୍ତି, ପର କାର୍ଯ୍ୟ ସେପରି ଦୃଷ୍ଟି
ଦିଅନ୍ତି ନାହିଁ )
79. ଆପେ ଜାଣେ ପାପ୍, ମା ଜାଣେ ବାପ | (ଦ୍ବିତୀୟ ବ୍ୟକ୍ତି ଜାଣିବା ଅସମ୍ଭବ)
80. ଆପଣା ଘରେ କୁକୁର (ବାଘ) ରଜା | (ନିଜ ଘରେ ନିଜେ ରଜା ହେବା)
81. ଆପଣା ବୁଦ୍ଧିରେ ଠାକୁର, ପରବୁଦ୍ଧିରେ କୁକୁର |
82. ଆପଣା ବୁଦ୍ଧିରେ ଯୋଗୀ ହେବ ପଛକେ, ପରବୁଦ୍ଧିରେ
ରଜା ହେବ ନାହିଁ |(ପରବୁଦ୍ଧିରେ ଚାଲିବା ଲୋକ
ବିପଦରେ ପଡ଼େ)
83. ଆପଣା ଚିତ୍ତ ଯେବେ ଦୃଢ଼, ତେବେ ଦାରୀ ସାହିରେ ଘର |
84. ଆପଣା ହାତ, ଜଗନ୍ନାଥ |(ମନୁଷ୍ୟ ନିଜ ହାତରେ ଯାହା କରିଥାଏ, ତାହା ଭଲ ହେଉ ବା ମନ୍ଦ ହେଉ, ତହିଁ ପ୍ରତି ତାର
ଆଦର )
85. ଆପଣା ଆପଣା ରାଜି, କିସ କରିବ କାଜି | (ପକ୍ଷମାନେ ଆପୋଷରେ ରାଜି ହୋଇଗଲେ, ମୋକଦ୍ଦମାରେ ବିଚାରପତିଙ୍କ ଦରକାର ହୁଏ ନାହିଁ )
86. ଆପଣା ଗାଁ ମଶାଣି, ପର ଗାଁ ପାଣି | (ଏ ଦୁଇଟି ସ୍ଥାନପ୍ରତି ଲୋକଙ୍କ ମନରେ ସର୍ବଦା ଭୟ ଥାଏ)
87. ଆପଣା ଦେଶରେ ଚାକିରି କରି କୁକୁର, ପରଦେଶରେ
ଚାକିରି କଲେ ଠାକୁର |
88. ଆପଣା ଦୋଷେ ମରଣ ଯାର, କି କରିବେ ବ୍ରହ୍ମା ଶଙ୍କର
ତାର |
89. ଆପଣା କିଆକୁ ଇଲାଜ କିଆ | (ଅନେକ ସମୟରେ ଲୋକେ ନିଜ ଦୋଷ ବୁଝିନପାରି କେହି ଗୁଣି ଗାରୁଡ଼ି ଓ ଔଷଧି ପ୍ରୟୋଗ କରି
ଅନିଷ୍ଟ ଭିଆଇଛି ବୋଲି ମନେ କରନ୍ତି )
90. ଆପଣା ଦୋଷରେ ଆପେ ମରି, ପର ଦୋଷରେ ବ୍ରହ୍ମଚାରୀ |
91. ଆପଣା ମୁହଁରେ ଆପେ ମିଆଁ ମିଠୁ ବନିବା | (ଆତ୍ମବଡ଼ିମା ଦେଖାଇ ହେବା)
92. ଆପଣା ସେରକ ଯେ ପରକୁ ଦିଏ ତା ମୁଣ଼୍ଡଟା ପୋଡୁ | (ନିଜର ଅଧିକାର ପରକୁ ଦେବା ବ୍ୟକ୍ତି ପ୍ରତି ଉପଲକ୍ଷ୍ୟ ବଚନ)
93. ଆପଣାକୁ ଆପେ ବୁଝିଲେ ସରଇ ଅଡୁଆ, ବଳଦକୁ ଯେସନେ
ଲଦନ ଗରୁଆ |
94. ଆପଣା ନାକ କାଟି ପରର ଯାତ୍ରାଭଙ୍ଗ | ( ପରର ସାମାନ୍ୟ ଅନିଷ୍ଟ କରିବାକୁ ଇଚ୍ଛାକରି ନିଜର ଘୋର କ୍ଷତି ଘଟାଇବା )
95. ଆପ ରୁଚି ଭୋଜନ, ପରରୁଚି ପହରଣ | (ହିନ୍ଦୀ ପ୍ରବଚନର ଅନୁକରଣରେ ରଚିତ )
96. ଆପଦ ପଡ଼ିଲେ ଗୋସେଇଁକୁ (ଭାଇ ନନାଙ୍କୁ) ଡାକରା | (ଯେଉଁ ଲୋକ ତାହାର ହିତାକାଂକ୍ଷୀ ବନ୍ଧୁମାନଙ୍କୁ ଅନ୍ୟ ସମୟରେ ପଚାରେ ନାହିଁ, ଅଥଚ
ବିପଦ ବେଳେ ସେମାନଙ୍କର ଦ୍ବାରସ୍ଥ ହୁଏ )
97. ଆପ ଖାଏ ଗୀତା, ବଂଶ ଖାଏ ଚଣ୍ଡୀ | (ଗୀତା ପାଠରେ ଭୁଲ କଲେ ପାଠକର ଅଧର୍ମ ହୁଏ କିନ୍ତୁ ଚଣ୍ଡୀ ପାଠରେ ଭୁଲ କଲେ ବଂଶ ନାଶ
ହୁଏ)
98. ଆପଣା ସ୍ବାର୍ଥକ ବଣିଚଢ଼େଇ | (ଅତ୍ୟନ୍ତ ସ୍ବାର୍ଥପର ବ୍ୟକ୍ତି)
99. ଆପଣା ସୁନାତ ଭେଣ୍ଡି, ପର ସଙ୍ଗେ କିଆଁ ବାଳ
ଧରାଧରି | ( ନିଜର ପୁତ୍ର, କନ୍ୟା ବା
ଅନ୍ୟ ଆତ୍ମୀୟ ବ୍ୟକ୍ତିର ଅଯୋଗ୍ୟତା ହେତୁ କୌଣସି ବିବାଦ ଉପୁଜିଲେ ବୃଥାରେ ଅନ୍ୟ ସଙ୍ଗେ ଝଗଡ଼ା
କରି ଲାଭ ନାହିଁ )
100. ଆପଣା ଶିଙ୍ଗରେ ଭୂଇଁ ତାଡ଼ିବା ( ସ୍ବାବଲମ୍ବୀ
ହେବା)
101. ଆପଣା ଗୋଦର ଗୋଡ଼ ଦୁଆରେ ଚଳୁନାହିଁ, ପରଘରେ ବାତ
ଚିକିତ୍ସା କରୁଛି | (ବହୁଦୋଷଯୁକ୍ତ ବ୍ୟକ୍ତି
ଅପର ବ୍ୟକ୍ତିର ଦୋଷ କ୍ଷାଳନ ପାଇଁ ଉପଦେଶ ପ୍ରଦାନ କରିବା)
102. ଆପୁଆ ଚୋର, ଗଞ୍ଜେଇଆ ଭୋଳ, ଧୂଆଁ ପତୁରିଆର ଘରେ
ନିତି ଗୋଳ |
103. ଆପେ ବଣିଜ ପୁତେ ଚାଷ, ଗୋତି କରେ ସର୍ବନାଶ (
କୃଷି ବଚନ)
104. ଆପେ ଚଷିବୁ ପୂରା ଚାଷ, ଛତା ଜୋତା ଅଧା ଚାଷ,
ମୂଲିଆ ଚାଷ ଫସରଫାସ | (କୃଷିବଚନ)
105. ଆପେ ଆଖି ବୁଜିଲେ, ସଂସାର ଅନ୍ଧାର | (ମୃତ ବ୍ୟକ୍ତି ପକ୍ଷରେ ସଂସାର ନିରର୍ଥକ)
106. ଆପେ ଭଲ ତ ଦୁନିଆ ଭଲ |
107. ଆପେ ମଲେ ସ୍ବର୍ଗ ଯାଏ, ପର ମଲେ ବୁଡ଼ ଦିଏ |
108. ଆପେ ମଲେ ଯୁଗବୁଡ଼, ପରମଲେ ପାଣି ବୁଡ଼ |
109. ଆପେ ମଲେ ଯୁଗ ଯାଏ, ପର ମଲେ କାନ୍ଦୁଥାଏ |
110. ଆପେ ନ ମଲେ ଯମ ଦର୍ଶନ ନାହିଁ | (ସାକ୍ଷାତ ଅନୁଭୂତି ବିନା କୌଣସି ବିଷୟରେ ପ୍ରକୃତ ଜ୍ଞାନଲାଭ ଅସମ୍ଭବ)
111. ଆପେ ବଞ୍ଚିଥିଲେ ବାପର ନାଁ | (ନିଜେ ବଞ୍ଚିଥିଲେ ବାପର ନାଁ ରହିବ ଏହି ଛଳନାରେ କୌଣସି ପ୍ରକାର ଆତ୍ମରକ୍ଷା କରିବା)
112. ଆପେ ମରି ସଙ୍ଗେ ଲୋଡି | ( ବିପନ୍ନ ବ୍ୟକ୍ତି ଅନ୍ୟମାନଙ୍କୁ ସମଦଶାପନ୍ନ ହେବାକୁ ଇଚ୍ଛା କରିବା)
113. ଆପେ ରାଣ୍ଡତ ସାହି ପଡ଼ୋଶୁଣୀ ଗୋଡ଼େଇ ରାଣ୍ଡ | (ବିଧବା ଗ୍ରାମର ଅନ୍ୟାନ୍ୟ ସ୍ତ୍ରୀମାନଙ୍କୁ ସମଦସାପନ୍ନ ହେବାକୁ ଇଚ୍ଛା କରିବା ନ୍ୟାୟ
)
114. ଆପେ ରାନ୍ଧେ ଆପେ ଖାଏ, ସୁଆଦ ସୁଆଦ ବୋଲୁଥାଏ | (ନିଜ କାର୍ଯ୍ୟର ପ୍ରଶଂସା ନିଜ ମୁଖରେ ବଖାଣିବା)
115. ଆବେ ପର୍ଶୁଆ, ଯାବେ ପର୍ଶୁଆ, ବାବୁ ପରଶୁରାମ | (ଲୋକର ପ୍ରତିପତ୍ତି ବଢ଼ିବା ସଙ୍ଗେ ଗଙ୍ଗେ ସମାଜରେ ତାର ଆଦର ଓ ସମ୍ମାନ ବଢ଼ିଥାଏ )
116. ଆମ୍ବ ପାଚେ, ପଣସ ପାଚେ, ତହିଁ ସଙ୍ଗେ ନେଉଳ ନାଚେ
| (ସଂପର୍କହୀନ ବ୍ୟକ୍ତି କୌଣସି ଉତ୍ସବରେ ଆନନ୍ଦ ପ୍ରକାଶ
କରିବା)
117. ଆମ୍ବ କାଳେ ହାଡ଼ିକୁ ଜୁହାର | (କାର୍ଯ୍ୟ ସାଧନ ଉଦ୍ଦେଶ୍ୟରେ କୌଣସି ହୀନବ୍ୟକ୍ତିର ଶରଣାପନ୍ନ ହେବା )
118. ଆମ୍ବ ଦିନେ ପଣସର ଚିନ୍ତା | (ଏକ ସୁଖକୁ ପାଇବା ବେଳେ ଅନ୍ୟସୁଖକୁ ଚିନ୍ତା କରିବା)
119. ଆମ୍ବ ଦିନେ ପଣସ, କଥା ନ କହନ୍ତି ମଣିଷ | ( ସମ୍ପଦର ପ୍ରାଚୁର୍ଯ୍ୟ ହେତୁ ଗର୍ବ ପ୍ରକାଶ କରିବା)
120. ଆମ୍ବ ଶିମ୍ବ(ପଣସ) ଅଢ଼େଇ ଦିନ, ଛାତି (ଅଣ୍ଟା)
ଦମ୍ଭକରି ମଣିଷ ଚିହ୍ନ | (କ୍ଷଣିକ ସମ୍ପଦରେ ଭୋଳ ହୋଇ
ସାଇପଡ଼ିଶା ବନ୍ଧୁବାନ୍ଧବମାନଙ୍କୁ ଭୁଲି ନ ଯିବା ପାଇଁ ଉପଦେଶ )
121. ଆମ୍ବ ଝଡ଼ିବାକୁ କାଉ ଖୁମ୍ପିବାକୁ | (କାର୍ଯ୍ୟ କାରଣ ସମ୍ପର୍କ ନ ଥାଇ ଆଗପଛ ଘଟିବା ଘଟଣା)
122. ଆମ୍ବ ଗଛରେ ପାଣି ଦଉ ଦଉ ଶିମ୍ବଗଛ ମଲା | (ଜଣକୁ ରକ୍ଷାକରିବାକୁ ଯାଇ ଅନ୍ୟ ଲୋକକୁ ମାରିବା)
123. ଆମ୍ବନାଁରେ ଆମ୍ବଡ଼ା ଭଣ୍ଡାଇବା ନ୍ୟାୟ |(ଅସଲି ଜିନିସ ବୋଲି କହି ନକଲି ଜିନିସ ଭଣ୍ଡାଇବା)
124. ଆମ୍ବଖିଆ ପୁଅ ଟାକୁଆରେ ବୋଧହେବ |
125. ଆମ୍ବ ପାଚିଲେ ଯମ ରାଜା, ନଈ ବଢ଼ିଲେ କେଉଟ ରଜା | (ଆମ୍ବ ପାଚିଲେ ଛୋଟ ଜାତିର ଲୋକେ ଆମ୍ବ ଖାଇ ବଞ୍ଚନ୍ତି | ନଈବଢ଼ିରେ କେଉଟର ରୋଜଗାର ହୁଏ)
126. ଆମ୍ବର ବଣ, ଆମ୍ବ ସରିଗଲେ ଟାକୁଆ ବଣ |
127. ଆମ୍ବ ସଡ଼କା, ତେନ୍ତୁଳି ବଙ୍କା, କୁକୁର ଲଙ୍ଗୁଡ଼
ନୁହେଁ ସଳଖା | (ଯେତେ ଯତ୍ନ କଲେ ମଧ୍ୟ
ଏଗୁଡ଼ିକ ସିଧା ହୁଏ ନାହିଁ )
128. ଆମ୍ବ କଡମଡ, ତେନ୍ତୁଳି ଚେମଡ | (ତୁଳନା)
129. ଆୟ ଦେଖି ବ୍ୟୟ କର | (ଉପଦେଶ)
130. ଆୟୁଷ ପୂରିଲେ କେହି ନ ରଖେ |
131. ଆର ଜନମରେ ଲୁହା ଚୋରଣୀ | (ଦେଢଶୁର ଅଇଁଠାଖାଇ) ଏ ଜନମରେ ପେଚା
(ଅନ୍ଧ ବିଶ୍ବାସ)
132. ଆରେ ଚଷା ଭାଇ ମୋ ବୋଲ ଶୁଣ, ବେଳଥାଉଁ ଥାଉଁ
ବୁଣିବୁ ଧାନ (କୃଷି ବଚନ)
133. ଆରେ ଅଳସୁଆ ମଠ ନ କର, ଯେତେବେଳେ ହେଲେ ତୋହ ଉପର |(ଉପଦେଶ)
134. ଆରେ ରେ, ଯେତେବେଳେ ଯେ | (ସୁବିଧାବାଦୀ ବ୍ୟକ୍ତି ପ୍ରତି ଉପଲକ୍ଷ୍ୟ ବଚନ)
135. ଆରେ ଲଣ୍ଡା, ତୋର ଖାଇ ତୋତେ ଖଣ୍ଡା | (ଉପକାରୀ ବ୍ୟକ୍ତିର ଅପକାର କରିବା)
136. ଆରେ ଭାଇ, ଅର୍ଜି ପାରିଲେ ଗର୍ଜି ଖାଇ |
137. ଆର ଜନ୍ମରେ ଲଙ୍କା ମରିଚ (ଲେଉଟିଆ କିଆରି) ହୋଇ
ଶୁଝିବା (ଲୋକବିଶ୍ବାସ)
138. ଆଳି ଝୁଲଣ, ଓଳକଣା ମେଲଣ, ଅସୁରେଶ୍ବର ରାମନବମୀ,
ପୁରୀ ଚନ୍ଦନ | (ଏ ଚାରିଗୋଟି ପ୍ରଧାନ)
139. ଆଳି ରାଇଜରେ ଭିନେ ନିଷାପ, ଫାଟରେ କିମ୍ଭୀର ଖାଏ | (ଅବୁଝାମଣା ରାଜ୍ୟର ବିଚାର)
140. ଆଳିଆ ଲେଖାରେ ବାଳିଆ ବନ୍ଧୁ | (ଲେଖାଯୋଖାରେ ଦୂର ସମ୍ପର୍କୀୟ ବ୍ୟକ୍ତି)
141. ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟ | (ଗୋଟିଏ ବିଷୟ ଅନୁସନ୍ଧାନ କରୁ କରୁ ଅନ୍ୟ ଏକ ରହସ୍ୟ ପ୍ରକାଶ ପାଇବା |)
142. ଆଲୋ ସଖି, ଆପଣା ମହତ ଆପେ ରଖି | (ନିଜର ସମ୍ମାନ ନିଜ କାର୍ଯ୍ୟ ଉପରେ ନିର୍ଭର କରେ)
143. ଆଲୋ ମଉସା | ଜଡ଼ ପଇସା | (ଅର୍ଥବିନା କୌଣସି ସିଦ୍ଧ
ହୁଏ ନାହିଁ )
144. ଆଶା ବୈତରଣୀ ନଦୀ | (ମନୁଷ୍ୟର ଆଶାର ସୀମା ନାହିଁ)
145. ଆଶା କରିଥା ଆଶଲୀ, ତୋର ମାମୁଁ ଯାଇଛି ଭଟଲୀ | (ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ | ଅନିଶ୍ଚିତ ବିଷୟ ପ୍ରାପ୍ତି ପାଇଁ ଆଶାୟୀ ହୋଇ ରହିବା )
146. ଆଷାଢ଼େ ରୁଏ ବଲକେ, ଶ୍ରାବଣେ ରୁଏ ଫଲକେ,
ଭାଦ୍ରବେ ରୁଏ ତୁଷକେ, ଆଶିନେ ରୁଏ କିସକେ | (ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ କୃଷିବଚନ)
147. ଆଷାଢ଼ ମାସରେ ବତୁରି ଚାଷ, ଅତି ଭାଗ୍ୟ ଥିଲେ
ପାଇ, ଠିଆ ହୋଇ ବୁଣିଥିଲେ ବସି କରି ଖାଇ | (କୃଷିବଚନ)
148. ଆସ୍ ଯା ନ କଲେ ବନ୍ଧୁ ପର |
149. ଆସିଛୁ ଏକା, ଯିବୁ ଏକା, କେହି ନଥିବେ ସାଙ୍ଗ ସଖା
| (ଜନ୍ମ ମୃତ୍ୟୁସମ୍ବନ୍ଧୀୟ ବଚନ)
150. ଆହାର ଉପରେ ପାହାର | (କୌଣସି ବ୍ୟକ୍ତିକୁ ଖାଇବାକୁ ଦେଇ ପରକ୍ଷଣରେ ପ୍ରହାର କରିବା)
151. ଆହାର ଛଟ, ଜଗି ନ ରହିଲେ ଯମର ଭେଟ | (ଅପସ୍ନାର ରୋଗାକ୍ରାନ୍ତ ବ୍ୟକ୍ତିକୁ ସର୍ବଦା ନ ଜଗିଲେ କେତେବେଳେ ମୁର୍ଚ୍ଛା ଯାଇ
ମୃତ୍ୟୁ ଘଟିବା ସୁନୁଶ୍ଚିତ )
152. ଆହେ ନନା, ପେଟକୁ ନାହିଁ ଦାନା, ତହିଁର ଅଧା କନା | (ଖାଦ୍ୟ ଓ ବସ୍ତ୍ର ଏହି ଦୁଇଟି ପଦାର୍ଥ ମନୁଷ୍ୟର ଏକାନ୍ତ ପ୍ରୟୋଜନ )
ଇ
1.
ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ, ତମର ଆମର ନାଲ ପଇଁଚ, ନାଲ ପେଁ ପେଁ ବାଜଇ ହୀରା,
ଗୋଟିକ ଉପରେ ଗୋଟିଏ ଚିରା | (ଯାହା ବାହାରକୁ ସୁନ୍ଦର ଦେଖାଗଲେ ମଧ୍ୟ ନାନା ଦୋଷ ଦୁର୍ବଳତାରେ ପୂର୍ଣ୍ଣ )
2.
ଇଷ୍ ବୋଇଲେ କି ଚୋଟ କାଟେ ? )କୁରାଢ଼ିରେ ଚୋଟ ମାରିବା ବେଳେ ମୁହଁରୁ ଇଷ୍ ଶଦ୍ଦ ବାହାରି ବଡ଼େ | କିନ୍ତୁ କେବଳ ଇଷ୍ ଶଦ୍ଦ ଉଚ୍ଚାରଣ କଲେ ଯେ ଚୋଟ କାଟିବ ତାହା ନୁହେଁ |)
3.
ଇଲିଶି ମାଛର କଣ୍ଟା ସାର |
4.
ଇନ୍ଦ୍ର ଶହ ଶହ ଗଲେଣି, ଶଚୀ ଗୋଟିଏ ବସିଛି | (ପୌରାଣିକ ବଚନ | ଇନ୍ଦ୍ରଙ୍କର ପରିବର୍ତ୍ତନ ହୁଏ, କିନ୍ତୁ ଶଚୀ ସେହିପରି ରହିଥାନ୍ତି )
5.
ଈଶ୍ବର ଯାହା କରନ୍ତି ପ୍ରାଣୀର ମଙ୍ଗଳ ନିମନ୍ତେ |
ଉ
1.
ଉଆ ଉଷୁନା କେଉଟୁଣୀଙ୍କ ମୁହଁରେ |(ଉଆ ରୁଡ଼ା ଉଷୁନା ଚୁଡ଼ା, ଚିହ୍ନିବା ସହଜ ନୁହେଁ | ତେଣୁ କେଉଟୁଣୀ ଯେଉଁ ଚୁଡ଼ାକୁ ଉଆ ଚୁଡ଼ା ବୋଲି କହିବ, ତାକୁ ଉଆ ବୋଲି ଗ୍ରହଣ କରି
କିଣିବକୁ ବାଧ୍ୟ)
2.
ଉଆଁସୀ କନ୍ୟାକୁ ଅଳ୍ପେଇଷିଆ ବର | (ଯେଉଁ କନ୍ୟା ଅମାବାସ୍ୟା ଦିନ ଜାତ ହୁଏ ସେ ବିଧବା ହୁଏ ବୋଲି ଲୋକପ୍ରବାଦ ଅଛି )
3.
ଉଇଁ ନ ଦିଶେ, ହସି ପଶେ, ଉତ୍ତର ମେଘ ଦକ୍ଷିଣ ଆସେ, ସଜ ଗୋବରରେ ଅଶେଁଇ ବସେ, ନାଥ ବୋଲେ
ପୁତା ନିଶ୍ଚେ ବରଷେ | (ଡ଼ାକ ଚାଷୀବଚନ | ଶିଘ୍ର ବର୍ଷାହେବାର ଲକ୍ଷଣ)
4.
ଉଇ, ଓଡ଼ଶ, ପିମ୍ପୁଡ଼ି, ମଶା, ଏହି ଚାରି ଜାତି ଭାଙ୍ଗନ୍ତି ବସା |
5.
ଉକୁଣି ମୁଣ୍ଡରେ ଖୋଷା, ପଛବୁଣା ଚଷା, ଛଇତଳିଆ ବେଉଷା, ଇନ୍ତୁଡ଼ି ପୁଅକୁ ଆଶା, ସଖି
ଗୋ, ମନ୍ଦ ଏ |
6.
ଉଖୁଡ଼ା ପାଇଲେ ପୁରାଣ ଶୁଣା ଶେଷ | (କେବଳ ପ୍ରସାଦ ପାଇବା ଲାଗି ଯେଉଁମାନେ ପୁରାଣ ଶୁଣିବାକୁ ଆସନ୍ତି ସେମାନଙ୍କ ପ୍ରତି
ଉପଲକ୍ଷ୍ୟ ବଚନ)
7.
ଉଞ୍ଚାଇଥିବୁ ମାରିବୁ ନାହିଁ, ଗୋଡ଼ାଇଥିବୁ ଧରିବୁ ନାହିଁ | (ଉପଦେଶ | ଲୋକମାନଙ୍କୁ ଶାସନ କରିବାର
ପ୍ରକୃଷ୍ଟ ଉପାୟ)
8.
ଉଚ୍ଚ ଗଛର ତୋଫାନକୁ ଡର |
9.
ଉଜି ଗାଁରେ କୁଜୀ, ଯେଉଁ ଗାଁରେ ଦେବତା ନାହାନ୍ତି ଶିଳପୁଆଟାଏ ପୂଜି | (ଯେଉଁଠାରେ ଯୋଗ୍ୟ ଲୋକ ନାହାନ୍ତି, ସେଠାରେ ଅତି ସାମାନ୍ୟ ଲୋକ ମଧ୍ୟ ପୂଜା ପାଏ )
10.
ଉଠିଲା ମାଛ ମୁହଁରେ ପାହାର | (ଯେ କୌଣସି ବିଷୟରେ ଆଗୁଆ ଲୋକ ଉପରେ ପ୍ରଥମେ ଆପଦ ପଡ଼େ )
11.
ଉଠିଲା ଗଛ ପତ୍ରରୁ ଜାଣି |
12.
ଉଠି ନ ପାରି ମାରେଙ୍ଗା | (ଅପାରଗ ଲୋକ ମୁହଁଭଡ଼କ ଦେଖାଇବା)
13.
ଉଠ୍ କହିଲେ ଉଠିବା, ବସ୍ କହିଲେ ବସିବା | (ଅତ୍ୟନ୍ତ ଆଜ୍ଞାନୁବର୍ତ୍ତିତାର ଚିହ୍ନ)
14.
ଉଡ଼ନ୍ତା ଖଇ ଗୋବିନ୍ଦାୟ ସ୍ବାହା | (ପବନରେ ଉଡ଼ି ଯାଉଥିବା ଖଇ ଗୋବିନ୍ଦଙ୍କୁ ନୈବେଦ୍ୟ କଲାପରି ଯେଉଁ ପଦାର୍ଥ ଆପଣାର
ହସ୍ତଚ୍ୟୁତ ହୋଇ ଯାଉଥିଏ ତାହାକୁ ଅନ୍ୟ ବ୍ୟକ୍ତି ବା ଅନୁଷ୍ଠାନକୁ ଦାନ କରି ବାହାଦୁରି
ନେବାପାଇଁ ଚେଷ୍ଟା କରିବା )
15.
ଉଡ଼ିଗଲା ଚଢ଼େଇର ପରଗଣି ଦେବା | (ତୀକ୍ଷଣ ବୁଦ୍ଧିମତ୍ତାର ଚିହ୍ନ)
16.
ଉଡ଼ି ନ ଜାଣି ପୋଷା ମାନିବା | (ଉଡ଼ି ଜାଣି ନ ଥିବା ଚଢ଼େଇ ମନୁଷ୍ୟହସ୍ତରେ ଧରା ପଡ଼ିବା ମାତ୍ର ପୋଷା ମାନିବା ପରି
ହାରିବା ଲୋକ ଆଗରୁ ଚଲାଖ ହୋଇ ଶରଣ ପଶିବା)
17.
ଊଣା ଲୋକ ପଦ ପାଏ, ହଗି ଗଲେ ଗୀତ ଗାଏ | (ଅଳ୍ପକ ଲୋକ ଉତ୍ତମ ପଦ ପାଇଲେ ତାର ଗର୍ବର ସୀମା ରହେ ନାହିଁ )
18.
ଊଣା ଲୋକର ଦୁଇ ଗୁଣ ସରେ | କୃପଣ ଲୋକର ମାଇପ ମରେ |
19.
ଊଣା ହିଡ଼ ଯେଉଁଠି, ଜଳ ଗଡ଼େ ସେଇଠି | (ଦୁର୍ବଳ ଲୋକଙ୍କର ଦୁର୍ବଳତାର ସୁଯୋଗ ନେଇ ଲୋକେ ତାପରେ ଅଧିପତ୍ୟ ବିସ୍ତାର କରନ୍ତି)
20.
ଉଦୟ ବେଳେ ଅସ୍ତ ନାହିଁ କି ଅସ୍ତବେଳେ ଉଦୟ ନାହିଁ | (ସମୃଦ୍ଧି ବେଳେ ପତନ ନାହିଁ କି ପତନ ବେଳେ ଉନ୍ନତି ନାହିଁ )
21.
ଉଧାର ମାଣକ ତିନିପା | (ଲୋକେ ଧାନ, ବିରି ଆଦି ଶସ୍ୟ ଉଧାର ବା କରଜ ଦେଲାବେଳେ କମ୍ କରି ଦିଅନ୍ତି)
22.
ଉଧାର ମାଣକ ପାଞ୍ଚପା ଶୁଖ | (ମାଣେ ଜିନିଷ ଉଧାର ବା କରଜ ଆଣିଲେ ପାଞ୍ଚପା ଶୁଝିବାକୁ ହୁଏ )
23.
ଉଧାର ମିଳିଲେ କିଣନ୍ତି ହାତୀ, ଶୁଝିଲେ ଶୁଝିବେ ପୁଅଙ୍କ ନାତି | (ନିଜକୁ ଶୁଝିବାକୁ ନ ପଡ଼ିଲେ ଲୋକେ ବହୁମୂଲ୍ୟର ବସ୍ତୁ ଧାର କରି ଆଣନ୍ତି)
24.
ଉପର କେଡ଼େ ସୁନ୍ଦର, ଭିତର ପୋଡ଼ା ଅଙ୍ଗାର, ଜାତି ମହାକାଳ ଫଳ | (ବାହାରେ ମିଷ୍ଟଭାଷୀ ଓ ଭିତରେ କବଟାଚାରୀ ବ୍ୟକ୍ତି ପ୍ରତି ଉପଲକ୍ଷ୍ୟ ବଚନ)
25.
ଉପରେ ଉପରେ ପାଣି ଛିଞ୍ଚୁଛି, ଭିତରେ ଭିତରେ ଶିଅ କାଟୁଛି | (ଗଛ ଉପରେ ପାଣି ଢାଳି ଭିତରୁ ଶିଅ କାଟିଲେ ଗଛ ମରିଯାଏ | ସେହିପରି ଉପରେ ମଧୁରିଆ କଥା କହି ଗୋପନରେ ଅନିଷ୍ଟ ସାଧନ କରିବା )
26.
ଉଭା ମୁଠି, ଆଡ଼ ଦି’ମୁଠି, କିଆରି ମଝିରେ ପୋତିବୁ କାଠି, ବିଲରେ ରଖିବୁ ପାଣି ସମାନ, ପର୍ବତ ଶିଖରୁ ବୁଣିବୁ
ଧାନ, ଯେବେ ନୋହିବ ତହିଁରେ ଧାନ, ତେବେ କାଟିବୁ ଡାକର କାନ | (ଧାନ ଫସଲ ସମ୍ବନ୍ଧରେ ଡାକ ଚାଷୀ ବଚନ)
27.
ଉଭା ତାଳ, ପୋତା ଶାଳ, ରୁଅ ହେନ୍ତାଳ, ଗଣ୍ଠି ବେତାଳ, ଘରଣୀ ଚେତୁଆଳ, ତେବେ ସେ ଘର ଯାଏ
ଅପାର କାଳ | (ତାଳ ଶେଣୀ, ଶାଳ କାଠର
ଖୁଣ୍ଟ, ହେନ୍ତାଳ ରୁଅ ଏବଂ କାମଡ଼ା ବତରା ପାଇଁ ବେତ ଲଇ ବ୍ୟବହାର କଲେ ଏବଂ ଉଇ ଓ ନିଆଁ ପାଣିକୁ
ଘରଣୀ ସର୍ବଦା ସାବଧାନ ଥିଲେ ସେ ଘର ବହୁତ କାଳ ଯାଏ )
28.
ଉଲୁରା ଘର, ମୁକୁଳା ବାଳ, ଏହା ନ ରଖିବ ବହୁତ କାଳ | (ଘର ଉଲୁରା ରଖିଲେ ସର୍ପ, ମୂଷିକ ଆଦି ଜନ୍ତୁ ଘରେ ପଶିବାର ଏବଂ ବାଳ ମୁକୁଳା ରଖିଲେ
ଉକୁଣି ପଶିବାର ଭୟ ଅଛି)
29.
ଉଲାରିଲା ଘର, ମଙ୍ଗୁଳିଲା ବର, ୟାଙ୍କୁ ନ ରଖିବ ବହୁତ କାଳ |
30.
ଉଲିଆ ଗାଈ ବଉଁଶ ଖାଇ | (ଉଲିଆ ଗାଈ ଗୃହସ୍ବାମୀକୁ ନାନା ବିପଦରେ ପକାଏ )
31.
ଉଷୁନା ଧାନ ଗଜା ହେବା ନ୍ୟାୟ | (ଅସମ୍ଭବ କଥା)
ଋ
1.
ଋଣ ଶେଷ, ବ୍ୟାଧି ଶେଷ, ଶତ୍ରୁ ଶେଷ, ଏ ତିନିକି ନ ରଖିବ ଲେଶ | (ସମୂଳେ ଉତ୍ପାଟିତ ନ କଲେ ପଛନ୍ତେ ଘୋର ବିପଦର ସମ୍ଭାବନା)
2.
ଋଷି ବାଳ ଛିଣ୍ଡାଇ ମରିବା ନ୍ୟାୟ | (ଅତି ସହଣିକ ଲୋକ ମଧ୍ୟ ଯେଉଁ କଥାକୁ ବରଦାସ୍ତ କରି ନ ପାରି କ୍ରୋଧରେ ବାଳ ଛିଣ୍ଡାଇ
ପକାଇବାକୁ ବାହାରିବା)
3.
ଋଷି ଗୋଡ଼ରେ କୁକୁର ଚାବିବ ବୋଲିକି ଋଷି କୁକୁର ଗୋଡ଼ ଚାବିବ | (ଜଣେ ନୀଚ ବ୍ୟକ୍ତି କୌଣସି ମହତ୍ ବ୍ୟକ୍ତିଙ୍କୁ ଅପମାନ
ଦେଲେ ମହତ୍ ବ୍ୟକ୍ତି ଯେଷାକୁ ତେଷା ନୀତିରେ ତାହାଙ୍କୁ ଅପମାନ ଦେବା ତାଙ୍କ ମହତ୍ତ୍ବର ପରିଚାୟକ
ନୁହେଁ )
ଏ
1.
ଏକ ଆଖି ଆଖି ନୁହେଁ, ଏକ ସାକ୍ଷୀ ସାକ୍ଷୀ ନୁହେଁ |
2.
ଏକ ଆକାଶରେ ଦୁଇ ଚନ୍ଦ୍ରମା ରହି ପାରନ୍ତି ନାହିଁ | (ଏକ ସ୍ଥାନରେ ସମାନ ଯୋଗ୍ୟତାସମ୍ପନ୍ନ ବ୍ୟକ୍ତି ଚଳିପାରନ୍ତି ନାହିଁ )
3.
ଏକ ରାଣ୍ଡ, ଦୁଇ ରାଣ୍ଡ, ତିନି ରାଣ୍ଡ ହେଲେ କମ୍ପଇ ବ୍ରହ୍ମାଣ୍ଡ | (ଲୋକପ୍ରବାଦ | ଏକାଧିକ ବିଧବା ଏକତ୍ର
ରହିଲେ ଅଶାନ୍ତି ଉପୁଜେ)
4.
ଏକ ଖୁଣ୍ଟରେ ଦୁଇ ଘୋଡ଼ା ବନ୍ଧା ହେବା ନ୍ୟାୟ | (ଦୁଇ ଜଣ ପ୍ରତିଦ୍ବନ୍ଦୀ ସମକକ୍ଷ ବ୍ୟକ୍ତି ଏକ ସ୍ଥାନରେ ରହିବା)
5.
ଏକ କୁତା ଶଶୁର ଘରେ ଜ୍ବାଇଁ, ଏକ କୁତା ଭଉଣୀ ଘରେ ଭାଇ | (ଶଶୁର ଘରେ ଜ୍ବାଇଁ ଓ ଭଉଣୀ ଘରେ ଭାଇ ଅଧିକ କାଳ ରହିଲେ ଅବଜ୍ଞାର ପାତ୍ର ହୁଅନ୍ତି)
6.
ଏକ ଦେଶର ଗାଳି, ଅନ୍ୟ ଏକ ଦେଶର ବୋଲି | (ଏକ ଦେଶର ଭର୍ତ୍ସନାସୂଚକ ଶଦ୍ଦ ଅନ୍ୟ ଦେଶର ଭାଷାରେ ଭଲ ଅର୍ଥ ବୁଝାଏ)
7.
ଏକା ଛେଳିକୁ ତିନି ଜବେ | (ଥରେ ହଣା ଯାଇଥିବା ଛେଳିକୁ ପୁଣି ହାଣିବା ଅସଙ୍ଗତ | ସେହିପରି ଏକ ବ୍ୟକ୍ତିକୁ ଦୁଇଥର ଦଣ୍ଡିବା ଅନ୍ୟାୟ )
8.
ଏକ ପାଆ ନ ଖାଏ ଭୋଗୀ, ଦୁଇ ପାଆ ନ ଖାଏ ରୋଗୀ, ତିନିପା ନଖାଏ ମୂଲିଆ ବାପୁଡ଼ା, ଚାରି
ପାଆ ନ ଖାଏ ଯୋଗୀ | (ଏମାନେ ବିଭିନ୍ନ କାରଣରୁ
ପେଟପୁରା ଖାଆନ୍ତି ନାହିଁ )
9.
ଏକ ପୁଅ ପୁଅରେ ଲେଖା ନୁହେଁ | (ଯାହାର ଗୋଟିଏ ବୋଲି ପୁଅ ସେ ବଂଶରକ୍ଷା ସମ୍ବନ୍ଧରେ ନିଃସନ୍ଦେହ ହୋଇ ପାରେ ନାହିଁ )
10.
ଏକ ହାତରେ ତାଳି ବାଜେ ନାହିଁ | (ଯେପରି ତାଳି ମାରିବା ପାଇଁ ଦୁଇ ହାତ ଲୋଡ଼ା ହୁଏ, ସେହିପରି ଦୁଇ ପକ୍ଷରୁ ତତପରତା ନ
ଥିଲେ ବିବାଦ, କଳହ ବା ଯୁଦ୍ଧ ଇତ୍ୟାଦି ସମ୍ଭବପର ନୁହେଁ )
11.
ଏକ ସଲମି ନ କରି ଦୋ ସଲମି କରିବା | (ଯାହାର ଯାହା ପ୍ରାପ୍ୟ ବା ଦେୟ ତାହାକୁ ତାହା ନ ଦେଇ ପରେ ଅବସ୍ଥାଚକ୍ରରେ ବଡ଼ି
ବାଧ୍ୟ ହୋଇ ଦୁଇ ଗୁଣରେ ଶୁଝିବା ନ୍ୟାୟ)
12.
ଏକ ପୁଅର ଆଶ, ନଈ କୂଳରେ ଚାଷ | (ନଈକୂଳିଆ ଚାଷ ପରି ଗୋଟିଏ ପୁଅ ଦ୍ବାରା ବଂଶରକ୍ଷା ଅନିଶ୍ଚିତ)
13.
ଏକ ମନ ହେଲେ ସମୁଦ୍ର ଶୁଖେ | (ଏକତା ବଳରେ ଅସାଧ୍ୟ ସାଧନ କରି ହୁଏ)
14.
ଏକ ଠେଙ୍ଗାକୁ ସହସ୍ରେ ହାଣ୍ଡି | (ଗୋଟିଏ ଠେଙ୍ଗାରେ ସହସ୍ରେ ହାଣ୍ଡି ଭାଙ୍ଗି ପାରିବା ସଦୃଶ ଜଣେ ବଳୁଆ ଅଥବା
ବୁଦ୍ଧିମାନ ବ୍ୟକ୍ତି ବହୁ ଦୁର୍ବଳ ଅଥବା ନିର୍ବୋଧ ଲୋକଙ୍କୁ ଅନାୟାସରେ ଜବତ କରିବା)
15.
ଏ କାନରେ ପଶି ସେ କାନରେ ବାହାରିଯିବା | (ମନଯୋଗ ଦେଇ ନ ଶୁଣିବା କିମ୍ବା କଥା ଅନୁସାରେ କାର୍ଯ୍ୟ ନ କରିବା)
16.
ଏକ କାନରୁ ଦୁଇ କାନ ହେଲେ ମନ୍ତ୍ର ଭେଦ | (କୌଣସି ଗୁପ୍ତ କଥା ଜଣକରୁ ଅଧିକ ଲୋକର କାନରେ ପଡ଼ିଲେ କଥାଟା ଫୁଟି ଚାରିଆଡ଼େ ପ୍ରଘଟ
ହୋଇଯାଏ )
17.
ଏକା ନଈ ସହସ୍ରେ କୋଶ | (ଗୋଟିଏ ନଈ ପାରି ହେବା ହଜାର କୋଶ ବାଟ ଚାଲିବାଠାରୁ ଅଧିକ କଷ୍ଟକର)
18.
ଏ କାନରୁ ସେ କାନ ନ ହେବା | (ଗୁପ୍ତ ରଖିବା)
19.
ଏକା ମାଘକେ ଶୀତ ଯାଏ ନାହିଁ | (ଗୋଟିଏ ମାଘରେ ଶୀତ ଶେଷ ହୁଏ ବୋଲି ଭାବିବା ପରି ଏକା ଥରକେ ସବୁ ଅସୁବିଧା ଦୂର
ହୋଇଗଲା ବୋଲି ଭାବିବା ଭ୍ରମାତ୍ମକ)
20.
ଏକା ମାଳୀ ତିନି ଦେଉଳ ପୂଜିବା | (ଜଣେ ଲୋକ ଏକାଧିକ ଲୋକଙ୍କୁ ସେବା କରିବା)
21.
ଏକା ବକା | (ଲୋକ ଏକୁଟିଆ ଥିଲେ ତାହାର
ସବୁ ବୁଦ୍ଧି ହଜିଯାଏ )
22.
ଏକା ଚାହାଳିର ପାଠ, ଏକା ଅବଧାନ ଚାଟ | (ଦୁଇଜଣ ବ୍ୟକ୍ତି ସମାନ ନୀତି, କୌଶଳ ବା ଚତୁରୀ କରିବା ସ୍ଥଳରେ ଉଲ୍ଲେଖ କରାଯାଏ )
23.
ଏକା ତୁଣ୍ଡରେ ଉଆ ଉଷୁନା | (ଜଣେ ଲୋକ ଗୋଟିଏ ପ୍ରକାର କଥା କହି ଭିନ୍ନ ସମୟରେ
ସମ୍ଫୂର୍ଣ୍ଣ ବିପରୀତ ମତ ପୋଷଣ କରିବା)
24.
ଏକା ମାଧିଆ ବାଇଶି ପଳ | (ଅର୍ଥ, ବିଦ୍ୟା ଅବା ବୁଦ୍ଧିରେ ଜଣେ ବହୁ ଲୋକଙ୍କୁ
ଅତିକ୍ରମ କଲେ ଏହି ଉପଲକ୍ଷ୍ୟ ଦିଆ ଯାଇଥାଏ)
25.
ଏକା ଲାଉର ମଞ୍ଜି | (ସମାନ ସ୍ବଭାବବିଶିଷ୍ଟ ବ୍ୟକ୍ତି)
26.
ଏକାଟିଆ ବାହାରା, ମୁଣ୍ଡି ମୁଣ୍ଡି ସାହାରା | (ଗାଳି)
27.
ଏକେ ଶିରୀ ତ ଏକେ ହତଶିରୀ | (ମନୁଷ୍ୟମାନଙ୍କ ଭିତରୁ ଜଣକର ସୁପୁଣ୍ୟ ହେତୁ ଗୃହର ଶ୍ରୀ ବଢ଼ିଲା ବେଳକୁ ଆଉ ଜଣକର
ମନ୍ଦ ଗୁଣ ହେତୁ ଶ୍ରୀ ତୁଟିବାର ଦେଖାଯାଏ )
28.
ଏକୋଇର ବଳା ବିଶିକେଶନ | (ପୁରାଣବର୍ଣ୍ଣିତ କର୍ଣ୍ଣରାଜାଙ୍କ ଏକମାତ୍ର ପୁତ୍ର)
29.
ଏ ଘର ମାଉସୀ ସେ ଘର ପିଉସୀ | (ଯେଉଁ ଲୋକ ଉଭୟ ପକ୍ଷରେ ଥାଏ )
30.
ଏଣ୍ଡୁଅ ଧାଉଡ଼ି କିଆ (ସିଝୁ) ବା (ବୁଦା) କୁ ଯାଏ | (ଯାହାର ଶକ୍ତି ସୀମାବଦ୍ଧ)
31.
ଏଣୁ ମାଇଲେ ବ୍ରହ୍ମହତ୍ୟା, ତେଣୁ ମାଇଲେ ଗୋହତ୍ୟା | (ଦୋଘାଇ ବା ଦୋସନ୍ଧିରେ ପଡ଼ି କର୍ତ୍ତବ୍ୟ ନିର୍ଣ୍ଣୟରେ ଅକ୍ଷମ ହେବା )
32.
ଏଣ୍ଡୁଅ ଉପରେ ଓଉ ବୋଝ | (ଅନୁତାପଯୁକ୍ତ ବ୍ୟକ୍ତି ଉପରେ କୌଣସି ଗୁରୁଦାୟିତ୍ବ ନ୍ୟସ୍ତ କରିବା)
33.
ଏଣ୍ଡାର ଦଉଡ଼ କୁଢ଼ ଯାଏ | (ଯେଉଁଠାରେ କୌଣସି ବ୍ୟକ୍ତିର ବଳ, ବୁଦ୍ଧି ବା ସାମର୍ଥ୍ୟ ଅତ୍ୟନ୍ତ ସୀମାବଦ୍ଧ
ସେହିପରି ସ୍ଥଳରେ ଏହି ଉଦାହରଣ ଦିଆଯାଏ) (ଗଞ୍ଜାମ ଅଞ୍ଚଳରେ ପ୍ରଚଳିତ ପ୍ରବଚନ)
34.
ଏ ବର୍ଷର ମଳୁ ଆର ବର୍ଷକୁ ବୈଦ୍ୟ | (ଅନୁଭୂତିରୁ ଅଭିଜ୍ଞତା ଅର୍ଜ୍ଜନ କରିବା)
35.
ଏ ବର୍ଷର ମାଗଣ ଆର ବର୍ଷକୁ କର |
36.
ଏ ପୁନିଅରେ ସେ ପିଠା ନାହିଁ | (କୌଣସି ବିଷୟ ଉପସ୍ଥିତ ଘଟନାରେ ଅନୁପଯୋଗୀ ହେବା ସ୍ଥଳେ କୁହାଯାଏ )
37.
ଏନ୍ତା ଲୋକ କେନ୍ତା, ଖଲିଖିଆ ଲୋକ ଥିଲିଥିଁ ଖାଏଲେଁ ଲୋକ ଚିନଭା ସେ କେନ୍ତା ? (ଲୋକର ଅବସ୍ଥାରେ ଉନ୍ନତି ହେଲେ ସେ ମଣିଷ ଚିହ୍ନେ ନାହିଁ | ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ ପ୍ରବଚନ)
38.
ଏ ମନ ଭାବୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା |
39.
ଏମିତି ଗଲାଣି କାଳକ, କାଉ ନେଇଗଲା ଫାଳକ | (ଏକ ଅବସ୍ଥାରେ ଜୀବନର ଦୀର୍ଘକାଳ ଅତୀତ ହେବା)
40.
ଏ ମୁଣ୍ଡ ପୋଡ଼ିଲେ ଯୋଗୀ ସେ ମୁଣ୍ଡକୁ ଯାଏ | ସେ ମୁଣ୍ଡ ପୋଡ଼ିଲେ ଯୋଗୀ ଶିଙ୍ଗାନାଦ ବାଏ | (ଭିକ୍ଷାନ୍ନ ଉପରେ ନିର୍ଭର କରି ଚଳୁଥିବା ଲୋକର କେଉଁଥିକି ପରୁଆ ନ ଥାଏ )
41.
ଏମନ୍ତ ଭାବରେ କହି ଯାଉଥିବ କେହି ନ ବୋଲିବ ଝୁଟ, ଏମନ୍ତ ସଜରେ ବସି ଯାଇଥିବ କେହି ନ
ବୋଲିବ ଉଠ, ଏମନ୍ତ ମଜାରେ ଚାଲି ଯାଉଥିବ କେହି ନ କହିବ ଝୁଣ୍ଚ | (ଉପଦେଶ)
42.
ଏସା କରେଙ୍ଗା ତେସା କରେଙ୍ଗା, ସିପେଇ ଦେଖିଲେ ଶୋଇ ପଡ଼େଙ୍ଗା | (ହିନ୍ଦୀମିଶା ବ୍ୟଙ୍ଗୋକ୍ତି) (କଥାରେ ଭାରି ନିର୍ଭୀକ ବୋଲି ପରିଚୟ ଦେଇ ଅସଲ କାର୍ଯ୍ୟ
ବେଳକୁ ଭୀରୁ ଭଳି ଆଚରଣ କରିବା )
43.
ଏହି ଦେହ ଫେର ଏମନ୍ତ ହୋଇ ହାତୀକୁ ପାରଇ ବାନ୍ଧି | ଏହି ଦେହ ଫେର ଏମନ୍ତ ହୋଇ ମୁଷାକୁ ନ ପାରେ ଛନ୍ଦି | (ଦେହରେ ବଳ ଥିଲାବେଳେ ମନୁଷ୍ୟ ଅସାଧ୍ୟ ସାଧନ କରିପାରେ | ପୁନର୍ବାର ଦେହ ଦୁର୍ବଳ ହୋଇଗଲେ ସେହି ମନୁଷ୍ୟ ଅତି ସାମାନ୍ୟ କାର୍ଯ୍ୟ ମଧ୍ୟ କରିବା
ପାଇଁ ଅକ୍ଷମ ହୁଏ )
44.
ଏହି ପେଟ, ଏହି ପେଟଲାଗି ବଙ୍ଗଳା ବାଟ, ଏହି ପେଟଲାଗି ଛଟପଟ, ଏହି ପେଟ ଲାଗି ଧାନକୁଟ,
ଏହି ପେଟଲାଗି ନଟକୂଟ, ଏହି ପେଟଲାଗି ବସିଛି ହାଟ, ଏହି ପେଟଲାଗି ତେନ୍ତୁଳି ଛାଟ, ଏହି ପେଟ
ଲାଗି ତଣ୍ଟି କାଟ, ଏହି ପେଟଲାଗି ବଦନ ହେଟ, ଏହି ପେଟଲାଗି ଦେଖ ସୁକୁଟ, ଏହି ପେଟଲାଗି ଯମର ଭେଟ
|
45.
ଏହି ମନ ଯେବେ ପ୍ରସନ୍ନ ହୁଅଇ ଦିଅଇ ଅଭୟ ବର, ଏହି ମନ ଯେବେ ପ୍ରସନ୍ନ ନୁହଇ କରୁଥାଏ ହରବର
|
46.
ଏହିଁକି ଏତେ, ମୁଦି ନାଇଁ ଗୋଡ଼ କଚାଡୁ କେତେ ?
47.
ଏଭୁଁ ଏତେ, ପାଏନ୍ ପଡ଼ିଲେ ହେବୁ କେତେ ? (ସମ୍ବଲପୁର)
48.
ଏହି କଥାକୁ, ନାଆ ପେଲିଦେଲି କଲିକତାକୁ |
ଓ
1.
ଓଟ ମୁଁହକୁ ଜିରା | (ଯେ ବହୁତ ଖାଦ୍ୟ ଖାଏ ତାକୁ ଅଳ୍ପ ମୁଠାଏ ଖାଦ୍ୟଦେବା)
2.
ଓଡ଼, ଗଉଡ଼, ଭଣ୍ଡାରି ଏ ତିନିହେଁ ଧର୍ମର ବଇରୀ |
3.
ଓଡ଼ଶ ବିଆଣ | (ବହୁ ସନ୍ତାନ ପ୍ରସବ କରିବା
ସ୍ତ୍ରୀ ପ୍ରତି ପ୍ରଯୁଜ୍ୟ)
4.
ଓଧ ସଙ୍ଗେ ବଣଭୁଆ ବାଇ | (ଦୁହେଁ ମାଛ ଲୋଭୀ | କିନ୍ତୁ ଓଧ ପାଣିରେ ବୁଡ଼ିପାରେ | ମାତ୍ର ଭୁଆ ପାରେ ନାହିଁ | ଧନୀ ବା ସମର୍ଥ ଲୋକ ସହିତ ଗରିବ କିମ୍ବା ଅସମର୍ଥ ଲୋକ ଏକାଠି ମାତିବା )
5.
ଓପରି ଲାଭରେ ନ ପୁରେ ପେଟ, ଯେଉଁ ନିଅଣ୍ଟକୁ ସେହି ନିଅଣ୍ଟ | (ଉତ୍କୋଚ ନେଇ କେହି ନିଜର ଅଭାବ ମେଣ୍ଟାଇ ପାରେ ନାହିଁ )
6.
ଓର ଉଣ୍ଡି ମାରିବ ହାତ, ରଖିବେ ମାରିବେ ଜଗନ୍ନାଥ | (ଚୋରଙ୍କ ପ୍ରତି ଅନ୍ୟ ଚୋରଙ୍କର ଉପଦେଶ)
7.
ଓର ଉଣ୍ଡି ବସିଥା, ବେଳ ଉଣ୍ଡି ହଗିଯା |
8.
ଓଲଟି ଦାସେ ଘୋଡ଼ା ଚଢିବା | (କୌଣସି ନ୍ୟାୟ ନିଷାପରେ ଯେଉଁ ପକ୍ଷର ଦୋଷ ବା କାଇଲି ସେ ଓଲଟି କରି ଅପର ପକ୍ଷକୁ
ଦୋଷୀ ବୋଲି କହିବା)
9.
ଓଲମି ଲୋ ଘରେ ଥା, ଓଲେଇ ଲୋ ଘରୁ ଯା |
10.
ଓଲେଇ ଦରକଞ୍ଚା ଖାଏ, ଦୁଆରବୁଲୀର ପୋଡ଼ଯାଏ |
11.
ଓଲେଇର ଦରଦର କଞ୍ଚା, ହାଣ୍ଡିଖାଈର ଦରଦର ସିଝା |
12.
ଓଲେଇ ହାତରେ ଶୁଖୁଆ ପୋଡ଼ା | (ଓଲେଇ ହାତରେ ଶୁଖୁଆ ପୋଡ଼ା ଦେଲେ ସେ ଖାଇଦେବା ପରି ଠିକ ବା ଅସାଧୁ ବ୍ୟକ୍ତି ହାତରେ
ଧନ ସମ୍ପଦ ଭାର ନ୍ୟସ୍ତ କରିବା)
13.
ଓଲୁ ନା ଓଲୁଙ୍କ ବୁକୁଚାବୁହା | (ନିପଟ ମୁର୍ଖ ଲୋକ)
14.
ଓଳିତଳେ ଚାଷ କି ଓଳିତଳେ ବାସ | (ଓଳିତଳ ଚାଷ କିମ୍ବା ଅନ୍ୟର ଓଳିତଳେ ଘରକରି ରହିବା ଭଲ ନୁହେଁ )
15.
ଓଳିଘେନି କୋଳି, ପଲମ ଘେନି ସରୁଚକୁଳି | (ମାଟିଗୁଣେ କୋଳି ମିଠା ବା ଖଟା ଏବଂ ପଲମ ଘେନି ଚକୁଳି ସରୁ ବା ମୋଟ ହେବା ପରି
ପିତାମାତା ଗୁଣେ ପୁତ୍ର ଭଲ ବା ମନ୍ଦ ହୋଇଥାଏ )
16.
ଓଳିଆରୁ ପଡ଼ି ଗଜା | (ଶସ୍ୟ ବୁଣା ହେବା ପୂର୍ବରୁ ସେଥିରୁ ଗଜା ବାହାରିଥିବା ପରି ଉପଯୁକ୍ତ ସମୟ ପୂର୍ବରୁ
ଯେ ବାହାଦୂରି ଦେଖାଏ)
17.
ଓଲୁଅ ତିଆରେ ବଣ ସାରୁକୁ ତୁ ଗଲୁ ମୁଁ ଗଲୁ ସାଙ୍ଗ ହୋଇ ଯିବା ବାହାଘରକୁ | (ଦୁଇ ମନ୍ଦ ବା ଦୁଷ୍ଟ ଲୋକ ଏକତ୍ର ହେଲେ ଭଲ କାର୍ଯ୍ୟରେ ବିଘ୍ନ ଘଟେ )
18.
ଓଷଦ ଜାଳାରେ (ରାଗରେ)ତାଟିଆ କାମୁ଼ଡ଼ିବା | (ଜଣକ ଉପରେ ରାଗର କାରଣ ଥାଇ ରାଗି ନ ପାରି ଅନ୍ୟ ଜଣକ ଉପରେ ରାଗିବା)
ଔ
1.
ଔଷଧାର୍ଥେ ସୁରା ପାନ | (ଔଷଧ ପାଇଁ ବ୍ୟବହାର କରାଗଲେ ସୁରାପାନ ଦୂଷଣୀୟ ନୁହେଁ )
କ
1.
କଅଁଳ ଲୁହାକୁ ବିରାଡ଼ି କାମୁଡ଼େ |
2.
କଅଁଳ (କୋହଳ) ଲୁହାକୁ ଉଇ ଖାଏ | (ସରଳ, ଶାନ୍ତଶିଷ୍ଟ ବ୍ୟକ୍ତିକୁ ସମସ୍ତେ ଦଣ୍ଡ ଦିଅନ୍ତି )
3.
କଉଡ଼ି ଥିଲେ ମା ବାପ ଛଡ଼ି ସବୁ ମିଳେ |
4.
କଉଡ଼ି ଥିଲେ ବାଘଦୁଧ ମିଳେ | (ଧନ ଥିଲେ କୌଣସି ବସ୍ତୁ ଦୁର୍ଲ୍ଲଭ ହୁଏ ନାହିଁ)
5.
କଉଡ଼ି ନବ ଗଣି ପାଣି ପିଇବ ଛାଣି | (ଉପଦେଶ)
6.
କଉଡ଼ି ନ ଚିହ୍ନି ବନ୍ଧୁ ଅବନ୍ଧୁ | (ପଇସା ନିକଟରେ ଆପଣା ସ୍ଥାନ ନାହିଁ )
7.
କଙ୍ଗଡ଼ାକୁ ଗୋଳି ପାଣି ସୁହାଏ | (ମାଛ ଆଦି ଜଳଚା ଜନ୍ତୁଙ୍କୁ ଗୋଳିପାଣି ଭଲ ଲାଗେନାହିଁ | କିନ୍ତୁ କଙ୍ଗଡ଼ାର ଗୋଳିପାଣିରେ ରହିବାର ଅଭ୍ୟାସ ଥିବାରୁ ତାକୁ ଭଲ ଲାଗେ | ସେହିପରି ଅସାଧୁ ବ୍ୟକ୍ତି ଗୋଳିମାଳିଆ କାରବାରକୁ ଭଲ
ପାଏ )
8.
କଙ୍କଡ଼ାଆଖିଆ ମୁହଁ ବୋର, ନ, ନିଏ ଗୋସେଇଁ ନ ନିଏ ଚୋର | (ଗୋନିର୍ବଚନ ସମ୍ବନ୍ଧରେ ପ୍ରବଚନ |)
9.
କକଡ଼ା ହତା, ସିଂହ ଚଉଠା, କନ୍ୟେ ନୁଘଞ୍ଚେ ରୋ, ତୁଳରେ ରୋଇଲେ ମୂଳରେ ଫଳେ, ବିଡ଼ି
ବିଡ଼ି କରି ଥୋ | (ଧାନ ରୋଇବା ସମ୍ବନ୍ଧରେ
କୃଷିବଚନ)
10.
କଙ୍କଡ଼ା ବରଷା ମହୀରେ ସାର | (ମିଥୁନ ବରଷା ନଈରେ ଧାର ) (ବର୍ଷା ସମ୍ବନ୍ଧରେ ପ୍ରବଚନ)
11.
କଙ୍କଡ଼ାକଣିଆ ବହିଲା ବା, ମୂଲ ଲେଉଟାଇଦିଅ ଲୋ ମା | (କୃଷି ବଚନ)
12.
କଖାରୁ ଚୋରକୁ ମୁଣ୍ଡକାଟ ଶାସ୍ତି | (ଲଘୁ ଅପରାଧ ପାଇଁ ଗୁରୁ ଦଣ୍ଡର ବ୍ୟବସ୍ଥା)
13.
କଖାରୁ ଚୋର, ଲାଉ ଚୋର, ଚୋରଉ ଚୋରଉ ବଡ଼ ଚୋର | (ଅଳ୍ପ ଅଳ୍ପ ଚୋରି କରି ପବେ ବଡ଼ ଚୋରରେ ପରିଣତ ହେବା |)
14.
କଖାରୁ କାଟି ଦାନ ଦେବା | (କୃପଣ ପ୍ରତି ଆକ୍ଷେପୋକ୍ତି)
15.
କଞ୍ଚାନିଦ ଭଙ୍ଗେଇବ ନାହିଁ | (ଅଳ୍ପକ୍ଷଣ ପୂର୍ବେ ଶୋଇଥିବା ବ୍ୟକ୍ତିର ନିଦ ଭଙ୍ଗାଇବା ଉଚିତ ନୁହେଁ )
16.
କଟକ ଭଣ୍ଡାରି ଦେଶକୁ ରଜା | (କଟକ ବା ସେହିପରି କୌଣସି ବଡ଼ ସହରର ସାମାନ୍ୟ ଭୃତ୍ୟର ଚାକଚକ୍ୟ ଓ ଠାଣିମାଣି ଦେଖି
ମଫସଲ ଗାଁର ଲୋକ ତାକୁ ପ୍ରଭୁ ଭଳି ଭୟ ଓ ସମ୍ମାନ ପ୍ରଦର୍ଶନ କରନ୍ତି )
17.
କଟକ ସହରରେ କି ଘୋଡ଼ା ଅପୂର୍ବ ? (ପୂର୍ବେ କଟକରେ ବହୁତ ଘୋଡ଼ା ଥିଲେ)
18.
କଟକରେ ରାତି ନାହିଁ, ପୁରସ୍ତମରେ ଜାତି ନାହିଁ |
19.
କଟକ ଧୋବଣୀ ଦେଶରେ ରାଣୀ | (ରାଣୀପରି ବେଶଭୂଷାଯୁକ୍ତ)
20.
କଟକୀ ପାହୁ, ଛଟକ ଦେଖାଇ ଅଟକି ନେଉ, ବାଲେଶ୍ୱରୀଆ, କଥା କହୁଥିଲେ ଲାଗେ ଗରୁଆ |
21.
କଟକ ଚିନ୍ତା ବାଇମୁଣ୍ଡିକୁ | (ଐତିହାସିକ କିମ୍ବଦନ୍ତୀ) (ପୂର୍ବେ କଟକରେ ବାଇମୁଣ୍ଡି ନାମରେ ଜଣେ ସାମାନ୍ୟ ଲୋକ
ଥିଲା | ନଈ ବଢ଼ିରେ କଟକ ସହର
ଭାସିଯିବ ବୋଲି ସେ ରାଜାଙ୍କୁ ଗୁହାରି କରି କାଠଯୋଡ଼ି ନଦୀରେ ପଥର ବନ୍ଧ ପକାଇଥିଲା ବୋଲି
ପ୍ରବାଦ ଅଛି ) (ସେହିପରି ସାମାନ୍ୟ ଲୋକ ହୋଇ କୌଣସି ଗୁରୁତର ବିଷୟରେ ମୁଣ୍ଡ ଖେଳାଇବା )
22.
କଟା ଘାରେ ଚୁନ (ଲୁଣ) | (କଷ୍ଟ ବା ଅପମାନ ଉପରେ ଆହୁରି ଅପମାନ ବା ଯନ୍ତ୍ରଣା ଦେବା)
23.
କଟାଶ ବୁଦ୍ଧିରେ ବିରାଡ଼ି ମାତାଲ | (ଓଧ ସଙ୍ଗେ ବଣଭୁଆ ବାଇ ଦେଖ)
24.
କଟକ ପାଏନ୍ ବାରିତରାର ଘୋଡ଼ା | (ସମ୍ବଲପୁର ଅଞ୍ଚଳରେ ପ୍ରଚଳିତ) (ବାଡ଼ିତଳେ ଥିବା ଘୋଡ଼ାଠାରୁ କଟକ ଆଡ଼ୁ ବର୍ଷି
ଆସୁଥିବା ମେଘ ଅଧିକ ଦ୍ରୁତଗାମୀ)
25.
କଡ଼ାକେ ତରି, କଡ଼ାକେ ମରି, କଡ଼ାକେ ଘର ଦୁଆର କରି | (ଅତି ସାମାନ୍ୟ ଧନ ହେତୁ ଲୋକ ଯେପରି ରକ୍ଷାପାଏ ସେହିପରି ସାମାନ୍ୟ ଧନ ଯୋଗୁ ପ୍ରାଣ
ଯିବାର ଭୟ ମଧ୍ୟ ଅଛି | ପୁଣି ଅଳ୍ପ ଧନକୁ
ପାଣ୍ଠିକରି ଲୋକେ ବଡ଼ ଲୋକ ହୁଅନ୍ତି )
26.
କଣା କହେ ଦୋହରାରେ ଦେଖ ଖଲିଆ ଚାଲିକି | ତୁ ମୁଁ ଦିହେଁ ସାଙ୍ଗ ହେଲେ ଗୋସେଇଁ ଖାଇବା କାଲିକି ? (କଣା ବଳଦ ଓ ଖଲିଆ ବଳଦ ସମ୍ବନ୍ଧରେ ଡାକଋଷି ବଚନ)
27.
କଣା ଲୋଡୁ ଥାଇ କନକ ରାତି | (ଦୁର୍ବଳ ବ୍ୟକ୍ତି ସବୁବେଳେ ଅପୂର୍ବ ସୁଯୋଗକୁ ଅପେକ୍ଷା କରିବା )
28.
କଣା ଥରେ ବାଡ଼ି ହଜାଇଳା ବୋଲି କଣ ଦିହକ୍ ଯାକ ହଜାଇବ | (ଅଭିଜ୍ଞତାରୁ ଶିକ୍ଷା କରିବା)
29.
କଣ୍ଟାରେ ବସନ ପକାଇ ଛଟୁ ହେଉଛୁ କାହିଁକି ? (ନିଜେ ବିପଦ ବରଣ କରି ଛଟ ପଟ ହେବା)
30.
କଣ୍ଟା ବାଡ଼ରେ ଲୁଗା ପକାଇ କଳି କରିବା | (ବିବାଦକୁ ଆହ୍ୱାନ କରିବା)
31.
କତରା ଘୋଡ଼େଇ ହେଲେ ଯମ କି ଛଡ଼ିବ |
32.
କଥାକେ ଦଣ୍ଡପାଟ, କଥାକେ ମୁଣ୍ଡ କାଟ | (ମଧୁର କଥାରେ ରାଜ୍ୟ ବା ପୁରସ୍କାର ମିଳେ ଏବଂ କର୍କଣ କଥା ଯୋଗୁ ମୁଣ୍ଡକାଟ ଶାସ୍ତି
ମଧ୍ୟ ମିଳେ )
33.
କଥାଟାକୁ ଲଥାଟାଏ | (କଥା ସଙ୍ଗରେ ଯୋଡ଼ା ଯାଇଥିବା ଅର୍ଥହୀନ ଶଦ୍ଦର ଆଳଙ୍କରିକ ପ୍ରୟୋଗ ଯଥା – ଘର ଫର, ବାଘ ଫାଗ, ଶାଗ ମାଗ)
34.
କଥାରେ ପେଞ୍ଚ ଅଛି, ଚାଲିକୁ ଜର କରି ଜର କରିଛି | (କୌଣସି ଗୁପ୍ତ କାରଣ ହେତୁ ଅସୁସ୍ଥତାର ଛଳନା କରିବା )
35.
କଥା ମାଜିଲେ ମୋଟ, ସୂତା ମାଜିଲେ ସରୁ | (ଗୋଟିଏ କଥାକୁ ଧରି ବସି ବାରମ୍ବାର ଆଲୋଚନା କଲେ ତାହା କ୍ରମେ ବଡ଼ ଆକାର ଧାରଣ କରେ )
36.
କଥା ହୁଁ କୁ, ଗୀତ ମୁହଁକୁ | (ଶୁଣିବା ଲୋକ ହୁଁ କହିବା ଦ୍ୱାରା କଥକ ଏବଂ ଶ୍ରୋତାର ଉପସ୍ଥିତି ଦ୍ୱାରା ଗାୟକ ସ୍ୱ
ସ୍ୱ କାର୍ଯ୍ୟରେ ଉତ୍ସାହିତ ହୁଅନ୍ତି )
37.
କଥା କହୁଥିବ ଜଗି, ଚାଷକୁ ଥିବଟି ସଙ୍ଗୀ | କେବେ ନୋହିବାର ରୋଗୀ, ସଖି ଗୋ ଭଲ ଏ |
38.
କଥା ରସକୁ ଫୁଲ ବାସକୁ | (ରସମୟ କଥା ଓ ବାସଯୁକ୍ତ ଫୁଲ ଭଲ)
39.
କଥା କହୁଥାଏ ଭରମକୁ, ଭିତରେ ଭିତରେ ଯାହା ହେଉଥାଏ ସାକ୍ଷୀ ଦେଉଥାଏ ମରମକୁ | (ମରମର ବେଦନା ପ୍ରକାଶ କରି ନପାରି ଲୋକଦେଖାଣକୁ କଥାବାର୍ତ୍ତା କରିବା)
40.
କଦଳୀ ଗଛରେ ମଞ୍ଜକୀଳା ମୋରିବା ନ୍ୟାୟ | (ଅଲକ୍ଷିତ କାରଣରୁ କୌଣସି ବ୍ୟକ୍ତିର ସର୍ବସ୍ୱ ନଷ୍ଟ ହେବା )
41.
କଦଳୀ ପୁଅ ବାଉଁଶର ନାତି, ଆପଣା ଇଚ୍ଛାରେ ବଢ଼ାନ୍ତି ଜାତି | (କଦଳୀ ଓ ବାଉଁଶ ଚାଷ ସମ୍ବନ୍ଧରେ ପ୍ରବଚନ)
42.
କଦଳା, ପାଉଁଶ, କିଆ, ଏ ତିନିରୁ ନାହିଁ ପରଖିଆ | (ପାଖରେ ଥିବା ଅନ୍ୟ ଗଛର ସାର ଗ୍ରହଣ କରି ଏମାନେ ନିଜକୁ ପୁଷ୍ଟ କରନ୍ତି )
43.
କନ୍ୟାଦେଖା ବାଇଗଣବିକା ଏକା ହାଟରେ ହେବା ନ୍ୟାୟ | (ଏକ ସ୍ଥାନକୁ ଯାଇ ଦୁଇ ଉଦ୍ଦେଶ୍ୟ ସାଧନ କରିବା)
44.
କନ୍ୟା ଯେଉଁ ଈଶାଣରେ ଚାଉଳ ପକାଇଛି, ଧରି ବାନ୍ଧି ସେଇଠିକି ଯିବ | (ଲୋକସଂସ୍କାର)
45.
କନ୍ୟେ କଦଳୀ ମିଥୁନେ ଆମ୍ବ | (କୃଷିବଚନ)
46.
କପା କପୂର ଏକା ମୁଲ | (ଯେଉଁଠାରେ ଭଳ ମନ୍ଦର ପ୍ରଭେଦ ପ୍ରତି ଉଚିତ ଦୃଷ୍ଟି ଦିଆଯାଏ ନାହିଁ )
47.
କପା କିଆରରେ ଗୋରୁ ମୁଣ୍ଡ ଥାପିବା | (ତାହା ହେଲେ ରାତ୍ରରେ ମନୁଷ୍ୟ, ଭ୍ରମରେ ଜନ୍ତୁମାନେ ଫସଲ ନଷ୍ଟ କରିବେ ନାହିଁ | ଗୋଟିଏ ଅସାର ଓ ପ୍ରକୃତ ଶକ୍ତିରହିତ ବସ୍ତୁକୁ ଉପଲକ୍ଷ୍ୟ ମାତ୍ର କରି କାର୍ଯ୍ୟ ସାଧନ
କରିବା )
48.
କପାଖାଇରେ ଲୁଗା ପଶିବା | (ଦୋସନ୍ଧିରେ ପଡ଼ିବା)
49.
କପା ବିଶାକ ଯେତେ କପୂର ବିଶାକ ତେତେ ମୂଲ | (ଅନ୍ୟାୟ ବିଚାର)
50.
କପାସିଆ ଛ’ ମାସିଆ | (କପାସୂତାରେ ତିଆରି ଲୁଗା ବ୍ୟବହାର କଲେ ଛ’ମାସରୁ ଅଧିକ ଯାଏ ନାହିଁ )
51.
କପାଳ ଥିଲେ ଗୋପାଳେ ଦେବେ |
52.
କପାଳେ ନ ଥିଲେ ଗୋପାଳେ କାହୁଁ ଦେବେ ? (କର୍ମ ଅନୁସାରେ ଫଳ)
53.
କପାଳ ଗୁଣେ ଗୋପାଳ ଗୋସେଇଁ | (କର୍ମ ବଳରେ ଗୋପାଳ ନାମକ ଜଣେ ମୁର୍ଖ ବ୍ରାହ୍ମଣ ପୂଜା ପାଉଥିବା ପ୍ରବାଦକୁ ଲକ୍ଷ୍ୟ
କରି କୁହା ଯାଇଛି)
54.
କପାଳ ଛଡ଼ା ବାଟ ନାହିଁ |
55.
କପାଳ ଫାଟିଲା ବେଳକୁ ଘରଢ଼ିଙ୍କି କିମ୍ଭୀର ହୁଏ | (ଅଭାଗ୍ୟ ବେଳକୁ ଆପଣା ଲୋକେ ଶତ୍ରୁତା ଆଚରଣ କରନ୍ତି )
56.
କପୂର ଉଡ଼ି ଗଲାଣି, କନାଟା ପଡ଼ି ରହିଛି | (ଅସଲ ପଦାର୍ଥ ଚାଲିଗଲାଣି, କେବଳ ନାମମାତ୍ର ବାକି ଅଛି )
57.
କପୋତ ଯୋଗୁ କପୋତୀ ହେଲା ଜାଲେ ବନ୍ଧନ | (ପୌରାଣିକ ପ୍ରବାଦ | କପୋତକୁ ଜାଳରେ ଧରାବଡ଼ିବା ଦେଖି କପୋତୀ ନିଜ ଇଚ୍ଛାରେ ଧରା ଦେଇ ମୃତ୍ୟୁ ବରଣ
କଲା)
58.
କବି ତୁଣ୍ଡ ମେଣ୍ଢା ମୁଣ୍ଡ | (ମେଣ୍ଢା ମୁଣ୍ଡ ବଡ଼ ଟାଣ ଓ କବି ତୁଣ୍ଡ ବଡ଼ ନିର୍ଭୀକ)
59.
କବି ଆଗରେ କାବ୍ୟ ପଢ଼ିବା ନ୍ୟାୟ | (କବିକୁ କାବ୍ୟ ଶୁଣାଇ ହାସ୍ୟାସ୍ପଦ ହେବା)
60.
କମଳ (କମ୍ବଳ) ଯାକ ବାଳ | (ଅସଂଖ୍ୟ ଦୋଷରେ ପରିପୂର୍ଣ୍ଣ)
61.
କମଳରୁ ବାଳ ବାଛିବା | (ଯାହା ଅସଂଖ୍ୟ ଦୋଷର ପୂର୍ଣ୍ଣ ତହିଁରୁ ଗୋଟାଏ ଗୋଟାଏ ଦୋଷ ବାଛି କିଛି ଲାଭ ନାହିଁ )
62.
କମାର ଲୁହା ଜାଣି ପାଣି ଦିଏ | (ଯେ ଯେପରି ତାହା ପ୍ରତି ତଦ୍ରୁପ ବ୍ୟବହାର କରିବା )
63.
କରକଟେ ଝର ଝର କନ୍ୟାରେ କାନ, ବିନେ ବାଏ ତୁଳେ ବରଷିଲେ କାହିଁ ରଖିବୁ ଧାନ | (କୃଷିବଚନ)
64.
କରଣ ସାଆନ୍ତଙ୍କ ଢମ | (ପୂର୍ବେ କରଣ ସମାଜରେ ପରିଲିକ୍ଷିତ ଅତିରିକ୍ତ ବାହ୍ୟାଡ଼ମ୍ବରକୁ ଲକ୍ଷ୍ୟ କରି )
65.
କରମ ଗୁଣେ କରମଙ୍ଗା ଫଳେ, ଲାଭ ଲଗେଇଲେ ଚଲଣା ଫଳେ |
66.
କରତର ଘା ସହେ ଯେ, ଖଣ୍ଡ ଖଣ୍ଡ ମୁଣ୍ଡା ମୁଣ୍ଡା ଖାଏ ସେ | (ଦୁଃଖ ସହିଥିବା ଲୋକ ପରେ ସୁଖ ଭୋଗ କରି )
67.
କରମ ବଡ଼ିଲେ ଧରମ ଛାଡ଼େ, ସରମ କଥାରେ ମରମ ସଢେ |
68.
କରମରେ ଥାଇ ଯାହାର ଦଶା ସେ କିପାଁ କରଇ ପରକୁ ଆଶା | ପର ସ୍ତିରୀ ଯେବେ ହରଇ ପୁଂସା | କହେ ଦନାଇ ଏ ପାପ ଦୁର୍ଦ୍ଦଶା |
69.
କର ରାଜ କାର୍ଯ୍ୟ ଛାଡ଼ ପିତୃକାର୍ଯ୍ୟ |
70.
କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ | (ପୌରାଣିକ ପ୍ରବାଦ | କୁନ୍ତୀ ଦେବୀ କର୍ଣ୍ଣଙ୍କୁ ପାଣ୍ଡବମାନଙ୍କ ସଙ୍ଗରେ ମହାଭାରତ ଯୁଦ୍ଧରେ ଯୋଗ ଦେବା
ପାଇଁ ଅନୁରୋଧ କରିବାରୁ ସେ ତାହାଙ୍କୁ ନାସ୍ତି ବାଣୀ ଶୁଣାଇ କହିଲେ ଯେ ତୁମ୍ଭେ ପାଞ୍ଚ
ପାଣ୍ଡବଙ୍କର ଜନନୀରୂପେ ଖ୍ୟାତି ଲାଭ କରିଅଛ | କର୍ଣ୍ଣ ବା ଅର୍ଜ୍ଜୁନ ଯେ କେହି ମରନ୍ତୁ ପଛକେ ତୁମର ପୁତ୍ର ସଂଖ୍ୟା ପାଞ୍ଚ ରହିବ )
(ସଂଖ୍ୟା ବା ସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବା)
71.
କରମ ମନ୍ଦ, ଦିଅଁ, ଦେବତା କିପାଁ ନିନ୍ଦ |
72.
କର୍ମ ଅବଳକୁ ଭଉଣୀ ଜୋଇଁ ଘଇତା | (ଅବସ୍ଥାଚକ୍ରରେ ବାଧ୍ୟ ହୋଇ କୌଣସି ଅନୁଚିତ ବା ଅସମ୍ମାନଜନକ କାର୍ଯ୍ୟ କରିବା)
73.
କରିଆ ବି ଗଲା, କଛିମ ବି ଗଲା | (ଗାମୁଛାରେ ବାନ୍ଧି ରଖିଥିବା କଇଁଛ ଗାମୁଛା ସହ ପଳାଇ ଯିବା ପରି ଏକତ୍ର ଦୁଇଟି ବସ୍ତୁ
ହରାଇବା )
74.
କରୁ ଯେବେ ଡରୁ କାହିଁକି, ଡରୁ ଯେବେ କରୁ କାହିଁକି |
75.
କଳମ ଶାଗକୁ ଘିଅ ପରଜା | (ସାମାନ୍ୟ କାର୍ଯ୍ୟ ନିମନ୍ତେ ବିଶେଷ ଆଡ଼ମ୍ବର)
76.
କରମ ଲିଖନ କେ କରିବ ଆନ |
77.
କଳନ୍ତର ଆଗରେ ଘୋଡ଼ା ଦୌଡ଼ି ପାରେ ନାହିଁ | (କରଜ ଟଙ୍କାର ସୁଧ ହୁ ହୁ ବଢିଯାଏ )
78.
କଳାକୁଡ଼ିଆ ନୁହେ ଯେ କଳଙ୍କକୁଡ଼ିଆ (ପରିବାରରେ କିଛି ନା କିଛି କଳଙ୍କ ଥାଏ )
79.
କଳଙ୍କି ଅବତାରରେ ତେରହାତ ଖଣ୍ଡାକୁ ବାରହାତ ଖୋଳ | (ଲୋକବିଶ୍ୱାସ)
80.
କଳାକନା ବୁଲାଇବା | (ସର୍ବସ୍ୱ ଲୁଟି ନେବା)
81.
କଳାକୁ ଧଳା ଓ ଧଳାକୁ କଳା କରିବା | (ସତକୁ ମିଛ ଓ ମିଛକୁ ସତ୍ୟ ରୂପେ ପ୍ରତିପାଦିତ କରିବା)
82.
କଳା କମ୍ବଳ, ନୁହେଁ ଉଜଳ | (ଯାହାର ପ୍ରକୃତ ମନ୍ଦ, ତାହାକୁ ପରିବର୍ତ୍ତନ କରିବା
ସହଜ ନୁହେଁ |)
83.
କଳି ନ ଥିଲେ ଦୁଇ ମାଇପ କର, କଉଡ଼ି ନଥିଲେ ଦୋହରା ଘର |
84.
କଳି ଯେବେ କରି ବସିବ ସଙ୍ଗେ ଥିବ ଭାଇ, ଦୁଧ ଯେବେ ଖାଇ ବସିବ ଘରେ ଥିବ ଗାଈ |
85.
କଳିଷଠା ଷାଠିଏ | (କଳି କାଳରେ ସାଧାରଣତଃ
ମନୁଷ୍ୟର ଆୟୁ ଷାଠିଏ ବୋଲି ଧରାଯାଏ)
86.
କଷ୍ଟ କଲେ କୃଷ୍ଣ ମିଳେ | (ଇଷ୍ଟସିଦ୍ଧି ପାଇଁ ଉଦ୍ୟମ ଆବଶ୍ୟକ)
87.
କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର |
88.
କହି ଜାଣିଲେ କଦଳୀ ମୁଣ୍ଡା ବିକାଯାଏ, କହି ନ ଜାଣିଲେ ମାଗୁର ମାଛ ଚାହିଁଥାଏ |
89.
କହି ଜାଣିଲେ ପୁଇଁ ଚୁଙ୍ଗୁଡ଼ି ବିକାଯାଏ, କହି ନ ଜାଣିଲେ ଲାଉ କଖାରୁ ଗଡ଼ଗଡ଼ଉ ଥାଏ |
90.
କହି ଜାଣିଲେ ବାର ହାତ କାକୁଡ଼ିର ତେର ହାତ ମଞ୍ଜି | (କଥାର ଚାତୁରୀ ବଳରେ ଅବାସ୍ତବକୁ ବାସ୍ତବ ଓ ମିଥ୍ୟାକୁ ସତ୍ୟ ବୋଲି ପ୍ରତିପାଦିତ
କରିବା)
91.
କହି ପୋଛି ଜାଣେ ଯେ ପୁଇଁ ଚୁଙ୍ଗୁଡ଼ି ବିକେ ସେ |
92.
କହି ଦେଉଥାଏ ପରକୁ, ବୁଦ୍ଧି ନ ଆସଇ ଘରକୁ |
93.
କହିଲା ଲୋକକୁ ଯୁଦ୍ଧ ନିଆରା | (ଯେଉଁ ଯୁଦ୍ଧରେ ସହସ୍ର ସହସ୍ର ଲୋକ ପ୍ରାଣ ଦିଅନ୍ତି
ତାକୁ ଜଣେ ଅକ୍ଳେଶରେ ବର୍ଣ୍ଣନା କରିଯାଏ)
94.
କହି ନ ଜାଣିଲେ କଥା ଅଡ଼ୁଆ, ଧରି ନ ଜାଣିଲେ ସୂତା ଅଡ଼ୁଆ |
95.
କହିବା ଲୋକ ବଡ଼ ନୁହେଁ ସହିବା ଲୋକ ବଡ଼ |
96.
କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି | (ପରିବାର ହିତ ଦୃଷ୍ଟିରୁ କୌଣସି ଲଜ୍ଜାଜନକ ଘଟନା ବା ବିଷୟ ପ୍ରକାଶ କରିବାସୁ ବାଧ୍ୟ
ହେବା )
97.
କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ | (ଅପ୍ରକାଶ୍ୟ ଲଜ୍ଜାଜନକ ବିଷୟ ପ୍ରତି ଉପଲକ୍ଷ୍ୟ ବଚନ)
98.
କହେ ଯେ କରେ ନାହିଁ, କରେ ଯେ କହେ ନାହିଁ | (ଅନୁଭବ)
99.
କହ୍ନେଇ ଛଡ଼ା କୀର୍ତ୍ତନ ନାହିଁ ?
100.
କହ୍ନେଇ ଯୋଗେ ଗାଈ ଗୁହାଳ | (କୌଣସି କାର୍ଯ୍ୟ ବା ଅନୁଷ୍ଠାନର ମୂଳରେ ଥିବା ବ୍ୟକ୍ତିପ୍ରତି ପ୍ରଯୁଜ୍ୟ ବଚନ)
101.
କଂନା ବନ୍ଧାଦେଇ ହଳଦୀ ଆଣ, ଶୋଇଲେ ଶୋଇବା ଉପାସ ପୁଣ | (ନିରାହାର ରହି ବିଳାସ ସାମଗ୍ରୀ କିଣିବା ଭଳି ମୁର୍ଖତା)
102.
କଂସାରି ଘର ପାରା, ତାକୁ କୁଲା ଢାଉଁ ଢାଉଁ
ଡରା | (କଂସାରି ଘରେ ଯେଉଁ ପାରା ବଢି ଆସିଛି ସେ କୁଳା ଢାଉଁଢାଉଁକୁ ଖାତିର ନ କଲା ପରି
ନିର୍ଭୀକ ଅଭିଜ୍ଞ ବ୍ୟକ୍ତି ସାମାନ୍ୟ ଭୟ ପ୍ରଦର୍ଶନରେ ଭୀତ ଚକିତ ନ ହେବା )
103.
କଂସା ଧନ ଅଧେ ଧନ, ଗୋରୁ ଧନ ନିଧନ | (କଂସା ଭାଙ୍ଗିଗଲେ ପୁରୁଣା କଂସା ଅଧା ଭାଉରେ ବିକାଯାଏ, କିନ୍ତୁ ଗୋରୁ ମରିଗଲେ କିଛି
ମିଳେ ନାହିଁ )
104.
କଂସ ତୁଣ୍ଡରେ ପୁଣି କୃଷ୍ଣ କଥା | (ଦୁଷ୍ଟବ୍ୟକ୍ତି ମୁହଁରୁ ଭଲ କଥା ଶୁଣାଯିବା ଭଳି
ଦୁରାଶା)
105.
କାଉ ଖୁମ୍ପବାକୁ ତାଳେ ଖସିବାକୁ | (କାର୍ଯ୍ୟକାରଣ ସମ୍ବନ୍ଧ ନ ଥାଇ ଦୁଇଟି ଘଟନା ଏକାବେଳକେ
ଘଟିବା ଦ୍ୱାରା ତହିଁରେ କାର୍ଯ୍ୟକାରଣ ସମ୍ୱନ୍ଧର ଆରୋପ)
106.
କାଉ କୋଇଲି ଏକା ବର୍ଣ୍ଣ, ରାବବେଳେ ଭିନ୍ନ ଭିନ୍ନ |
107.
କାଉ ବସାରେ କୋଇଲି ଡିମ୍ବ ଦେଇ ନିଶ୍ଚିନ୍ତ ହେବା | (ନିଜର ଦାୟିତ୍ୱ ଅନ୍ୟର ଅଜାଣତରେ ତା ଉପରେ ଅର୍ପଣ କରି
ନିଜେ ନିଶ୍ଚିନ୍ତ ହେବା)
108.
କାଉ ତୁଣ୍ଡରେ ପୁଣି କୃଷ୍ଣ କଥା | (ଦୁରାଶା | ଶୁଆ କୃଷ୍ଣ କଷ୍ଣ କହେ, କାଉ କହେ ନାହିଁ )
109.
କାଉ ଖାଏ ପଣସ, ବଗ ମୁଣ୍ଡରେ ଅଠା |
110.
କାଉ ଖାଏ ଧାନ, ବକ ପଡ଼େ ବନ୍ଧନ |
111.
କାଉ ହଗି ଦେଇ ଚମ୍ପଟ, ବଗ ବିଚରା ଧରା ପଡ଼ିଲା | (ଅନ୍ୟର ଅପରାଧ ନିମିତ୍ତ ଆଉ ଜଣେ ନିର୍ଦ୍ଦୋଷ ବ୍ୟକ୍ତି ଦଣ୍ଡ ଭୋଗ କରିବା )
112.
କାଉ କୋଇଲିର ଭେଟ ନାହିଁ | (କୋଇଲି କାଉ ବସାରେ ଡ଼ିମ୍ବ ଦେଇଥାଏ | କାଉ ତାହାକୁ ଆପଣା ଡ଼ିମ୍ବ ବିଚାରି ଅତି ଯତ୍ନରେ ଫୁଟାଏ ଓ ପାଳେ | କିନ୍ତୁ କୋଇଲି ପର ଲାଗିବା ମାତ୍ରେ ସେ କାଉକୁ ଛାଡ଼ି ପଳାଏ | ଉପକାରୀ ବ୍ୟକ୍ତିକୁ ତ୍ୟାଗ କରି ଅନ୍ୟତ୍ର ଚାଲିଯିବା )
113.
କାଉ ବସାରେ ଢାମଣା | (ଶାନ୍ତିପ୍ରିୟ ବ୍ୟକ୍ତି ଘରେ ଗୋଳମାଳ କରିବା)
114.
କାଉ | ମଲା ଉପରେ ଶଗଡ଼ ଯାଉ | (ଦଣ୍ଡିତ ବ୍ୟକ୍ତିକୁ ପୁନର୍ବାର ଦଣ୍ଡଦେବା ନିରର୍ଥକ)
115.
କାଉଁରିଆ କାଠି ଭାଙ୍ଗିବ ପଛକେ ନଇଁବ ନାହିଁ | (ଟାଣୁଆ ଲୋକ)
116.
କାଉରେ | ବେଲ ପାଚିଲା, ନାଁ ମୋର କି
ଗଲା | କାଉରେ | ଆମ୍ବ ପାଚିଲା, ନାଁ ମୋର ଯେ ଦୁଃଖ ଗଲା |
117.
କାକର ଧରି ଘଡ଼ା ପୁରାଇବା | (ବୃଥା ଚେଷ୍ଟା, ଅସମ୍ଭବ କଥା)
118.
କାକୁଡ଼ିଆ ଘାସକୁ ହଡ଼ା ବଳଦ ଛିଣ୍ଡାଇ ଖାଇ ପାରେ ନାହିଁ |
119.
କାକସ୍ନାନ, ଗଧଭୋଜନ, କୁକୁରଧାଉଡ଼ି, ତେବେ ଯାଇ ଖାଇବ ସରକାର ଘର କଉଡ଼ି |
120.
କାକୁଡ଼ି ଚୋରକୁ ମୁଣ୍ଡକାଟ ଶାସ୍ତି | (ସାମାନ୍ୟ ଦୋଷପାଇଁ ଗୁରୁତର ଦଣ୍ଡ ବିଧାନ କରିବା)
121.
କାକୁଡ଼ି ଚୋର, ଲାଉଚୋର, ଚୋରଉ ଚୋରଉ, ପୁରୁଣା ଚୋର | (ସାମାନ୍ୟ ପଦାର୍ଥ ଚୋରି କରୁ କରୁ ମନୁଷ୍ୟ ବଡ଼ ଚୋର
ପାଲଟେ |
122.
କାକୁଡ଼ି ପରାୟେ ପୀରତି ଦେଖ, ବାହାରକୁ ତୁଲ ଭିତର ଫାଙ୍କ | (କପଟବନ୍ଧୁତା)
123.
କାଙ୍କ ନ ଚିହ୍ନି ଗଡ଼ିଆ ନାହିଁ | (ପୋଖରୀ ଖୋଳା ହେବା ପାଇଁ କାଙ୍ଗ ଅପରିହାର୍ଯ୍ୟ ବିବେଚିତ ହେଲାପରି କୌଣସି କାର୍ଯ୍ୟ
ପାଇଁ କୌଣସି ବ୍ୟକ୍ତିର ଉପସ୍ଥିତି ଏକାନ୍ତ ଲୋଡ଼ା ହେଲେ, ଏହା କୁହାଯାଏ )
124.
କାଖବାଳିଅ ଚାରକୁ କାଠଫାଳିଆ ପାହାର | (ବୟସ୍କ ଛାତ୍ରକୁ ଶାରୀରିକ ଦଣ୍ଡ ଦେଇ ଗୁରୁ ନିଜେ ହାସ୍ୟାସ୍ପଦ ହୁଅନ୍ତି)
125.
କାଚ କାଚ ମଣି ମଣି, କ୍ରୟ ବିକ୍ରୟ କାଳେ ଜାଣି |
126.
କାଚ ଘଡ଼ିକୁ ମୁଣ୍ଡି ଶିଳପୁଆ |
127.
କାଛୁ ଗାଣ୍ଡିକୁ ତେଲ ମିଳୁନି କପିଳାସରେ ଜାଗର ଜାଳୁଛି | (ଅତ୍ୟାବଶ୍ୟକ ଆବଶ୍ୟକତା ମେଣ୍ଟାଇବା ପାଇଁ ଯାହାର ଅର୍ଥ ନାହିଁ ସେ ବିଳାସ ବ୍ୟସନରେ
ଅର୍ଥବ୍ୟୟ କରିବା ଅସମ୍ଭବ )
128.
କାଠ କହିଲା ମୋତେ କିଏ ହାଣୁଛ ? କୁରାଢ଼ି କହିଲା ତୋ ଭାଇ ମୋ ଭିତରେ ପଶି ତୋତେ ହାଣୁଛି | (ଆପଣ ପକ୍ଷର କୌଣସି ଲୋକ ଶତ୍ରୁ ପକ୍ଷରେ ଯୋଗଦେଇ ନିଜ ଦଳର ଅନିଷ୍ଟ ଘଟାଇବା)
129.
କାଠିକଠାରୁ କାଠି ହଜା | (କାଠି ଗଣନାର ଶେଷ ସୀମା | ସେଠାରୁ ଆଉ ଗଣନା ନାହିଁ )
130.
କାଠିକର ପାଠ | (ଅତ୍ୟନ୍ତ କଷ୍ଟସାଧ୍ୟ )
131.
କାଠି ପାଞ୍ଚଣ ଛୁଆଁଇ ନ ଦେବା | (କୌଣସି ଅଧିକାର ନ ଦେବା)
132.
କାଣି ଆଙ୍ଗୁଠି ବଢିଲେ କି ବୁଢୀ ଆଙ୍ଗୁଠି ସରି ହେବ | (ଯାହାର ବିକାଶ ଅତ୍ୟନ୍ତ ସୀମାବଦ୍ଧ)
133.
କାଣି କଉଡ଼ିକି ପିତା ତାଳ, ୟାକୁ ଦଉଥିବ ରାତ୍ରକାଳ | (ଅନ୍ଧାରରେ ଠକିବା ସହଜ)
134.
କାଣୀ ବିରାଡ଼ି କୁଜୀ ଅସରପା ଉପରକୁ ଟାଣ | (ଯେ ଦୁର୍ବଳ ସେ ତାହାଠାରୁ ଆହୁରି ଦୁର୍ବଳ ବ୍ୟକ୍ତି ଉପରେ ନିଜର ପ୍ରତାପ ଦେଖାଏ )
135.
କାଦୁଅରେ ପଶିବ କାହିଁକି ? (ଗୋଳମାଳ ବା ଅଡ଼ୁଆ ଭିତରକୁ ପଶିଲେ, ସେଥିରୁ ମୁକ୍ତ ହେବା ପାଇଁ ତଦନୁଯାୟୀ ଶ୍ରମ
କରିବାକୁ ହେବ )
136.
କାନକୁ ନ ଅଣ୍ଟେ ଗୀତ, ଆଖିକୁ ନ ଅଣ୍ଟେ ବିତ୍ତ |
137.
କାନକୁ ନ ଅଣ୍ଟେ ଗୀତ, ମାଆକୁ ନ ଅଣ୍ଟେ ସୁତ |
138.
କାନମୁଣ୍ଡା ଆଉଁସି ଆଉଁସି ଘରକୁ ଫେରିଯିବା | (କୌଣସି ବ୍ୟକ୍ତିଠାକୁ ଲାଭ ପାଇବା ଆଶାରେ ଆସି ହତାଶ ହୋଇ ଫେରିଯିବା)
139.
କାନିରେ ଗଣ୍ଠି ପକାଇବା | (ସଂକଳ୍ପ କରିବା)
140.
କାନ ଥିଲେ ସୁନା ନାହିଁ , ସୁନା ଥିଲେ କାନ ନାହିଁ | (ଧନ ଥିଲେ ମନ ନ ଥାଏ, ମନ ଥିଲେ ଧନ ନ ଥାଏ)
141.
କାନ କାଟିଲେ ବଚନ ନ ବାହାରିବା | (ଅତ୍ୟନ୍ତ ଧୀରସ୍ଥିର ଲୋକ)
142.
କାନ୍ତହୀନ ନବ ଯଉବନ ତା ଜୀବନଟା ବୃଥା, ମାତୃହୀନ ଶିଶୁଜୀବନ ତା ଜୀବନଟା ବୃଥା)
143.
କାନ୍ଦୁଥିବୁ, ଯାହା ପାଇବୁ ତା ବାନ୍ଧୁଥିବୁ | (ଉପରେ ଦୁଃଖର ଛଳନା କରି ଗୋପନରେ ନିଜର ସ୍ୱାର୍ଥସାଧନ କରିବା)
144.
କାନ୍ଧରେ ପଡ଼ିଲେ ବଜାଇ ଶିଖନ୍ତି | (ଆପଣା ଉପରେ କୌଣସି ଦାୟିତ୍ୱ ପଡ଼ିଲେ ଲୋକେ ଅଭିଜ୍ଞତା ଅର୍ଜନ କରନ୍ତି)
145.
କାନ୍ଧରେ ଜୁଆଳି ପଡ଼ିବା | (ସଂସାରର ଭାର ବହନ କରିବାର ଦାୟିତ୍ୱ ପଡ଼ିବା)
146.
କାମ୍ପି ଲୋକର ଦିଗୁଣ ସରେ |
147.
କାମ୍ପି ମହାଜନକୁ ନେଭେଡା ଖାତକ |
148.
କାମ ନ ଥାଇ ମୁକୁର ସେବା | (କାମ ନଥିଲେ ଆରସି ଧରି ମୁହିଁ ଦେଖିବା ବା ସେହିପରି ଅନ୍ୟ କୌଣସି ମୂଲ୍ୟହୀନ କାର୍ଯ୍ୟ
କରିବା)
149.
କାମ ସାରି ବସ, ଭଗାରି ମାରି ହସ | (ଉପଦେଶ)
150.
କାମ କରି କରି କୂର୍ମ ପାଲଟିଯିବା | (ଐତିହାସିକ କିମ୍ୱଦନ୍ତୀ | ଇନ୍ଦ୍ରଦ୍ୟୁମ୍ନ ରାଜା ଜଗନ୍ନାଥଙ୍କ ମନ୍ଦିର ତୋଳାରେ ପଥର ବୋହିବା ପାଇଁ ବହୁ ଶ୍ରମିକ
ନିଯୁକ୍ତ କରିଥିଲେ | ସେମାନେ କଠିନ ପରିଶ୍ରମ କରି
ଶେଷରେ କୂର୍ମ ପାଲଟି ଯାଇଥିଲେ ବୋଲି ଲୋକବିଶ୍ୱାସ)
151.
କାମ ପଡ଼ିଲା ବେଳେ ଭଗବାନ ଗଧ ପାଦ ଧରିଥିଲେ, ମଣିଷ କିବା ଛାର | (ପୌରାଣିକ ପ୍ରବଚନ) (ମହା ଭାରତରେ ବର୍ଣ୍ଣିତ ଅଛି ଯେ, ଭୀମ ଜରାସନ୍ଧକୁ ବଧ କରିବାସୁ
ଯିବା ସମୟରେ ସଦର ଦର଼ଜାରେ ଥିବା ଗଧ ବୋବାଳି ନ ଛାଡ଼ିବା ପାଇଁ ଶ୍ରୀକୃଷ୍ଣ ତା ମୁହଁରେ ଗୋଟିଏ
ଶଙ୍ଖ ଗୁଞ୍ଜି ଦେଇଥିଲେ, ସେହିପରି ଦରକାର ବେଳେ ଅତ୍ୟନ୍ତ ନୀଚ ଲୋକର ଦ୍ୱାରସ୍ଥ ହେବାକୁ ପଡ଼େ )
152.
କାମ ସରିଲେ ମେରିମୁହଁ ଖୋଳା | (ସ୍ୱାର୍ଥସିଦ୍ଧି ପରେ ଲୋକେ ଉପକାରୀର ଉପକାରକୁ ଭୁଲି ଯାଇ ତାକୁ ଆଡ଼େଇ ଦିଅନ୍ତି )
153.
କାର୍ତ୍ତିକ ମାସରେ ଦଣ୍ଡରେ ପାଣି, ହାଟୁଆ କାଢ଼ିଲେ ବଡ଼ ଗଉଣି | (କାର୍ତ୍ତିକ ମାସରେ ବର୍ଷା ହେଲେ ଧାନ ଫସଲ ଭଲ ହେବା ଫଳରେ ଧାନ ଶସ୍ତା ହୁଏ )
154.
କାର୍ତ୍ତିକ ଶୀତ କରେ ରାତିକ, ମଗୁଶୀର ଶୀତ କରେ ଶିରଶିର, ପୁଷ ଶୀତ କରେ ଭୁଷ୍ ଭୁଷ,
ମାଘ ଶୀତର ବଡ଼ ରାଗ | ଫଗୁଣ ଶୀତ ଯାଏ ଦିଗୁଣ, ଚଇତ
ଶୀତ ଯାଏ ବୋଇତ | (କାର୍ତ୍ତିକ ମାସରେ ଶୀତ
ଆରମ୍ଭ ହୋଇ ଚଇତ୍ରକୁ ଏକାବେଳେକେ ଛାଡ଼ିଯାଏ )
155.
କାର୍ତ୍ତିକେ ନ ଥାଏ ଅପୁଲା, ମଗୁଶିରେ ନ ଥାଏ ଅପାଚିଲା | (ଧାନ ସମ୍ୱନ୍ଧରେ କୃଷିବଚନ)
156.
କାଳ ଆଗରେ କି ବିକଳ | (କାଳ ବା ଯମ କାହାରି ଗୁହାରି ଶୁଣେ ନାହିଁ )
157.
କାଳ ପୁରିଲେ କେହି ନ ରଖେ |
158.
କାଳର ଅଟେ ବିପରୀତ ରୀତି, ଦାଣ୍ଡକେ କୋରଡ଼ା ଦଣ୍ଡକେ ଛତି | (କେତେବେଳେ ଦୁଃଖ ତ କେତେବେଳେ ସୁଖ)
159.
କାଳକ ଯାକ ଥିଲା ବସି, ଆଷାଢ଼ ମାସରେ ପାରୁଛି ଘସି | (ଦୀର୍ଘସୂତ୍ରୀ ବ୍ୟକ୍ତି)
160.
କାଳୀ ଗାଈର ଦୁଧ ମିଠା | (ଲୋକବିଶ୍ୱାସ)
161.
କାଳୀ ଗାଈର ଭିନେ ଗୋଠ | (ଜଣେ ଲୋକ ଅନ୍ୟ ସମସ୍ତଙ୍କ ସାଙ୍ଗରେ ନ ମିଶି, ନିଜର ଗୋଟିଏ ଛୋଟିଆ ଗୋଷ୍ଠୀ ଗଢ଼ିଲେ
ଏହି ଉପମା ଦିଆଯାଏ)
162.
କାଳନେମିର ଲଙ୍କା ଭାଗ | (ପୌରାଣିକ ପ୍ରବଚନ) (ହନୁମାନ ଗନ୍ଧମାର୍ଦ୍ଦନ ପର୍ବତରୁ ମହୌଷଧିଆଣି ଲକ୍ଷ୍ମଣଙ୍କୁ
ବଞ୍ଚାଇବା ପୂର୍ବରୁ ତାକୁ ରାତିକ ଅଟାକାଇ ଦେଲେ ରାବଣ କାଳନେମି ନାମକ ରାକ୍ଷସକୁ ଲଙ୍କାର ଅଧେ
ଦେବ ବୋଲି କହିଥିଲା | କାଳନେମି ତହୁଁ କାର୍ଯ୍ୟ
ସାଧନ ପୂର୍ବରୁ ଲଙ୍କାର କେଉଁ ଭାଗକ ନେବ ବୋଲି ପ୍ରଥମେ ବିଚାର କରି ବସିଲା – ଅସାର କଳ୍ପନା)
163.
କାଳିଆ ବଳଦ କସରା, ୟାଙ୍କୁ ନ କରିବ ପସରା |
164.
କାଳିକାଙ୍କର ଏକ ମୁଣ୍ଡ, ବ୍ରହ୍ମଙ୍କର ଚାରି ମୁଣ୍ଡ |
165.
କାଲ ଆଗରେ ମୂଳା ଚୋବାଇବା | (ମୂଳା ଚୋବାଇବାର ଶଦ୍ଦ କାଲକୁ ଶୁଭେ ନାହିଁ | ସେହିପରି ଯାହାର ଯେଉଁଥିରେ ପ୍ରବେଶ ନାହିଁ ସେ ସମ୍ବନ୍ଧରେ ତାହା ଆଗରେ କହିଲେ ସେ
କିଛି ବୁଝେ ନାହିଁ )
166.
କାଲ ଠାରେ କାଲ ମା ଜାଣେ | (ଯାହା ସଙ୍ଗେ ଯେ ସର୍ବଦା ଚଳପ୍ରଚଳ ହୁଏ ସେ ତାର ପ୍ରକୃତି, ଉଦ୍ଦେଶ୍ୟ ଓ କାର୍ଯ୍ୟ
ଉତ୍ତମ ରୂପେ ବୁଝିପାରେ )
167.
କାଲାକା ଯୋଗୀ ମୁଣ୍ଡରେ ଜଟା | (ଅଳ୍ପଦିନ ହେଲା ଗୃହ ଛାଡ଼ି ବାବାଜି ହୋଇଥିବା ବ୍ୟକ୍ତିର ମୁଣ୍ଡରେ ଜଟା ଦେଖିଲେ
ଜାଣିବ ଯେ ସେ ଜଟା କୃତ୍ରିମ ଜଟା | ସେହିପରି ଅନଭିଜ୍ଞ ବ୍ୟକ୍ତି ବଡ଼ ବଡ଼ କଥା ଶୁଣାଇଲେ ଏହି ଉପମା ଦିଆଯାଏ )
168.
କାଲିର କଥା ଆଜିକୁ ଅନ୍ତର | (ସଂସାର ପରିବର୍ତ୍ତନଶୀଳ)
169.
କାଲି ମଲେ ଆଜିକୁ ଦୁଇଦିନ | (ସମୟରଗତି ଅତ୍ୟନ୍ତ କ୍ଷିପ୍ର)
170.
କାଲି ତରକା ପାଇଛି, ନିଦରୁ ଉଠି ଧାଇଁଛି | (ପୂର୍ବ ଅନୁଭୂତିରୁ ସାବଧାନ ହେବା)
171.
କାଶିଆ କପିଳାର ଭେଟ କାହିଁ ? )ଐତିହାସିକ କିଂବଦନ୍ତୀ) (କପିଳେନ୍ଦ୍ରଦେବ ପିଲାଦିନେ କାଶୀନାଥ ମିଶ୍ର ନାମକ ଜଣେ
ବ୍ରାହ୍ମଣ ବାଳକ ସଙ୍ଗେ ଏକାଠି ଗାଈ ଚରାଉଥିଲେ | କପିଳେନ୍ଦ୍ରଦେବ ନିଜର ପ୍ରତିଭା ଓ ସାଧନା ବଳରେ ଉତ୍କଳ ସିଂହାସନରେ ଅଧିରୂଢ଼ ହୋଇଥିଲେ
| ବହୁକାଳ ପର୍ଯ୍ୟନ୍ତ ଦୁଇ ବନ୍ଧୁଙ୍କ ମଧ୍ୟରେ ଭେଟ ହୋଇ
ନ ଥିଲା)
172.
କାହାଣେ କଉଡ଼ିକି ପନିକି ବନ୍ଧା | (ବେଶୀ ଧନ ଋଣ କରିବାକୁ ଯାଇ ସାମାନ୍ୟ ଜିନିଷ ବନ୍ଧାଦେବା ଭଳି ହାସ୍ୟାସ୍ପଦ କଥା)
173.
କାହା ମୁହଁରେ ଯୁଇ ଫୁଟେ, କାହା ମୁହଁରେ ମଦରଙ୍ଗା ଛୁଟେ | (ଦୁନିଆରେ ମଧୁରଭାଷୀ ଓ କର୍କଶଭାଷୀ ଉଭୟ ପ୍ରକାର ଲୋକ ଦେଖାଯାନ୍ତି )
174.
କାହାକୁ ନ ରୁଚେ ଖଣ୍ଡ କ୍ଷୀରିସା | କିଏ ପାଉନାହିଁ ପଣସଖୋସା |
175.
କାହାରୁ ରୁଚେ ସରଲବଣୀ, କିଏ ଲୋଡ଼ିଲେ ନ ପାଏ କାକରପାଣି |
176.
କାହାର ପାଲିଙ୍କି ଉପରେ ପାଟଛତା, କାହାର ବେଡ଼ି ଉପରେ କୋରଡ଼ା |
177.
କାହାର ପୁଷମାସ, କାହାର ସର୍ବନାଶ | (ଦୁନିଆରେ ଲୋକମାନଙ୍କ ଅବସ୍ଥାରେ ତାରତମ୍ୟ ପ୍ରତି ଉପଲକ୍ଷ୍ୟ ବଚନ)
178.
କାହାର ଘର ପୋଡ଼େ କିଏ ନିଆଁ ପୁହାଏ | (ଜଣକର ବିପଦରୁ ଅନ୍ୟ ଜଣେ ଲାଭ ଉଠାଇବା)
179.
କାହାର କିଛି ଯିବ ନାହିଁ, ମରିବ ବୈଷ୍ଣବ ଗୋସାଇଁ | (କୌଣସି କାର୍ଯ୍ୟରେ ଲିପ୍ତ ସବୁ ଲୋକ ଖସିଯାଇ ଜଣେ ଧରା ପଡ଼ିବା)
180.
କାହିଁ ମୁକୁନ୍ଦଦେବ ମହାରାଜା କାହିଁ ମୁକୁନ୍ଦା ଭଣ୍ଡାରି | (ଗୁଣୀ ଓ ପ୍ରତିଷ୍ଠିତ ବ୍ୟକ୍ତି ସହିତ ନିର୍ଗୁଣ, ଅନାମଧେୟ ବ୍ୟକ୍ତିର ତୁଳନା)
181.
କାହିଁ ରାଣୀ କାହିଁ ଚନ୍ଦ୍ରୀକାଣୀ, କାହିଁ ହାତୀଦାନ୍ତ କାହିଁ ବାଉଁଶ କଣି | (ବଡ଼ ଲୋକ ସଙ୍ଗେ ଛୋଟଲୋକ ସରି ହେବାକୁ ବସିବା ହାସ୍ୟାସ୍ପଦ କଥା)
182.
କି ଗୁଣ ବାହୁନିବି ଖଜୁରି ଗଛର, ସେତ ମୂଳରୁ ପାହାଚ, ପାହାଚ | (ଯାହା ମୂଳରୁ ଚୂଳ ଯାଏ ଅସଂଖ୍ୟ ଦୋଷରେ ପରିପୂର୍ଣ୍ଣ, ସେଥିରୁ ଗୋଟିଏ ଦୋଷ ବାଛି
ବାହାର କରିବା ଅସଙ୍ଗତ)
183.
କିଏ ସାତ କିଏ ସତର, କିଏ ନିଦା କିଏ ପଥର | (ସାମାନ୍ୟ ଭେଦ ସତ୍ତ୍ୱେ ଯେଉଁଠି ପ୍ରତ୍ୟେକଙ୍କର କିଛି ନା କିଛି ଦୋଷ ବା ଗୁଣ ରହିଛି |)
184.
କିଏ ଘୋଡ଼ା ପାଲିଙ୍କିରେ ବସି ହକରହକର, କିଏ ଖଣ୍ଡିଆ କାନ୍ଥରେ ବସି ହକର ହକର | (ଦରିଦ୍ର ବ୍ୟକ୍ତିର ମୁହଁଫୁଟାଣି)
185.
କିମ୍ଭୀରିଆ ନଈ, ଜୁଆରିଆ ପାଣି, ଗାଧୋଇଯିବ ବେଳକାଳ ଜାଣି |
186.
କିମ୍ଭୀରକୁ ଗୋଳିଆ ପାଣି ସୁହାଏ | (ଗୋଳିଆ ପାଣିରେ ଆତ୍ମଗୋପନ କରି ଶିକାର ଧରିବା ସହଜ ହେବ ବୋଲି | ସେହିପରି ଅସାଧୁ ଲୋକ ଗୋଳମାଳିଆ ପରିସ୍ଥିତିର ସୁଯୋଗ ନେଇ ଲାଭ ଉଠାଏ )
187.
କିମ୍ଭୀର ନେଇ ନଈ ମଝିରେ କଲାଣି, ମନ ଘର ଧରୁ ନାହିଁ | (ଘୋର ବିପଦରେ ଉବେଇ ଟୁବେଇ ହୋଇ ମଧ୍ୟ ମନରେ ଚେତା ନ ପଶିବା)
188.
କୀଚକ ବାହୁବଳେ ବିରାଟ ରାଜା | (ପୌରାଣିକ ପ୍ରବଚନ) (ମହାଭାରତବର୍ଣ୍ଣିତ ବିରାଟ ରାଜାଙ୍କର ନିଜର ବାହୁବଳ ନଥିଲା | କିନ୍ତୁ ସେ ନିଜର ଶ୍ୟାଳକ କୀଚକର ଶାରୀରିକ ବଳକୁ ସମ୍ୱଳ କରି ରାଜ୍ୟ ଚଳାଉଥିଲେ | ଅନ୍ୟର ପରିକ୍ରମ ବା ସାହସ ବଳରେ କୌଣସି ଅଯୋଗ୍ୟ ବ୍ୟକ୍ତି ସମ୍ପଦ ବା ଅଧିକାର ପାଇଲେ
ଏହି ଉପମା ଦିଆଯାଏ )
189.
କୁଆ ବୋବାଏ ଚାଲେ ନ ବସେ, ତରା ବୁଡ଼ିଥାଏ ରୁମ ନ ଦିଶେ – ତାକୁ ବୋଲିବ ଉଷା, ସବୁ ଗ୍ରହଯାକ ଥାଇ ବୋଇଲେ ଆମେ ସେତେବେଳେ ମୂଷା | (ଉଷା କାଳରେ ଯାତ୍ରା ଅନୁକୂଳ କରିବା ଶୁଭ)
190.
କୁଆ ଧାନ ଟୋକିବା ଦେଖି, ବଗ ଧାନ ଟୋକିବା | (ଗୁଣୀ ଓ ସମର୍ଥଲୋକର କାର୍ଯ୍ୟକୁ ନିର୍ଗୁଣ ଓ ଅସମର୍ଥ
ବ୍ୟକ୍ତି ଅନୁକରଣ କରିବା)
191.
କୁଆ କାନ ନେଇଗଲା ବୋଲି ଶୁଣି, କାନ ନ ଦେଖି କୁଆ ପଛରେ ଗୋଡ଼ାଇବା | (ଶୁଣା କଥାରେ ଭୁଲିଯାଇ କାର୍ଯ୍ୟ କରିବା)
192.
କୁଆକୁ ବାଟ ନାହିଁ, ଅନ୍ଧାରକୁ ଛାଟ ନାହିଁ | ( କାଉ ପାଇଁ ରାସ୍ତା କିମ୍ୱା ଅନ୍ଧାରରେ ଛାଟ ଅନାବଶ୍ୟକ)
193.
କୁକୁର ଲାଙ୍ଗୁଡ଼ ବାରବରଷରେ ସଳଖ ହୁଏ ନାହିଁ | (ଯାହାର ଯାହା ପ୍ରକୃତ ତାହା ଶତଚେଷ୍ଟାରେ ବଦଳେ ନାହିଁ )
194.
କୁକୁରକୁ ମୁହଁଦେଲେ ଉପରକୁ ଚଢେ | (ନୀଚ ଲୋକ ପ୍ରତି କୋମଳ ବ୍ୟବହାର କଲେ ସେ ତାହାର ଅପବ୍ୟବହାର କରେ )
195.
କୁକୁର, ବ୍ରାହ୍ମଣ, ଘୋଡ଼ା, କେବେ ନୁହନ୍ତି ଯୋଡ଼ା |
196.
କୁକୁର କାମୁଡ଼ା ଆଣ୍ଠୁ ତଳକୁ |
197.
କୁଞ୍ଚିକୁଞ୍ଚିଆ ମାଗୁରନିଶୁଆ ହିଆରେ ନ ଥାଇ ବାଳ | (ଏତିନିଙ୍କୁ ପରତେ ନ ଯିବୁ ବଞ୍ଚିଥିବୁ ଯେତେକାଳ | (ଲୌକିକ ବିଶ୍ୱାସ)
198.
କୁଜିଗେଣ୍ଡା ଶଙ୍ଖ ପାଲଟେ | (ସାମାନ୍ୟ ବସ୍ତୁ ମୂଲ୍ୟବାନ୍ ବସ୍ତୁରେ ପରିଣତ ହେବ )
199.
କୁଟ ବଚନ, ମିଠା ତିଅଣ ପାଶୋର ନ ଯାଏ ମନୁ, ଦିନଦିନକର କଥା ମନେ ପଡ଼ିଗଲେ ଘାରି ହୋଇଯାଏ
ତନୁ |
200.
କୁଟା ଖଣ୍ଡକ ଦିଖଣ୍ଡ ନ କରିବା | (ଅକର୍ମଣ୍ୟ ବ୍ୟକ୍ତି)
201.
କୁଣିଆକୁ କିଆଁ କାନ୍ଥ ଭାରା |(ସମ୍ପର୍କଶୂନ୍ୟ ଅଥବା ସାମୟିକ ଉପସ୍ଥିତ ବ୍ୟକ୍ତିକୁ ଅନ୍ୟ ବ୍ୟକ୍ତିର ସଂସାର ଚିନ୍ତା
ଲାଗିବା)
202.
କୁଣିଆ ଫେରିଲେ ଘର ଉଶ୍ୱାସ |
203.
କୁଣ୍ଡାଦେଇ ପାଠ ପଢିବା | (ଗୁରୁଙ୍କ ଦକ୍ଷଣା ନ ଦେଇ ପାଠ ପଢ଼ିଲେ ଗୁରୁ ସେ ପିଲାର ପାଠପ୍ରତି ଦୃଷ୍ଟି ଦିଅନ୍ତି
ନାହିଁ | ଫଳରେ ସେ ଅଯୋଗ୍ୟ ହୁଏ )
204.
କୁତା ତ କୁତା ଶ୍ୱଶୁର ଘରେ ଜ୍ୱାଇଁ | (ଶ୍ୱଶୁର ଘରେ ଜୋଇଁ ବହତୁ ଦିନ ରହିଲେ ସମ୍ମାନହାନି ଘଟେ )
205.
କୁମ୍ଭକର୍ଣ୍ଣ ନିଦ୍ରା | (ପୌରାଣିକ ପ୍ରବଚନ) (ରାବଣର ଭାଇ କୁମ୍ଭକର୍ଣ୍ଣ ବର୍ଷକଯାକ ଶୋଇ ରହିଥାଏ ଏବଂ ଖାଇବା
ପାଇଁ ବର୍ଷକରେ ଥରେ ଉଠେ | ଗାଢ଼ନିଦ୍ରା ଯାଉଥିବା ବ୍ୟକ୍ତିପ୍ରତି ଉପଲକ୍ଷ୍ୟ ବଚନ)
206.
କୁମ୍ଭାରଘର ବୋହୁ, ଝାଟିକି ନ ଗଲେ ମାଟିକୁ ଯାଉ | (ପରିଶ୍ରମୀ ଲୋକ ଅଳସୁଆ ହୋଇ ବସିରହି ପାରେ ନାହିଁ, କୌଣସି ନା କୌଣସି କାର୍ଯ୍ୟକରେ)
207.
କୁମ୍ଭାର ବଳଦ ମାଟି ଗାଡ଼ିଆ ପର୍ଯ୍ୟନ୍ତ | (କୁମ୍ଭାର ଘରର ବଳଦ ପରି ଯାହାର କାର୍ଯ୍ୟର ପରିସର ଅତ୍ୟନ୍ତ ସୀମାବଦ୍ଧ)
208.
କୁଳକ୍ଷୟ ବେଳକୁ ଘୋଡ଼ାମୁହାଁ ପୁଅ ଜନ୍ମ ହୁଅନ୍ତି | (ଅଯୋଗ୍ୟ ପୁତ୍ର)
209.
କୁଳ ବୁଡ଼ିବାର ଏମନ୍ତ ରୀତି, ଅଜା ଥାଉଁ ଥାଉଁ ମରୁଛି ନାତି |
210.
କୁଳକନ୍ୟା କି କାଳୀ ? ତୀର୍ଥ ପାଣି କି ଗୋଳି ? (ଉଚ୍ଚକୁଳ ସମ୍ଭୂତା କନ୍ୟା କାଳୀ ହେଲେହେଁ ଗ୍ରହଣୀୟା ଏବଂ ତୀର୍ଥପାଣି ଗୋଳି ହେଲେ
ମଧ୍ୟ ସର୍ବଦା ପବିତ୍ର)
211.
କୁଳବୁଡ଼େଈ ଘରବୁଡ଼େଈ, ଦିହେଁ ଅଟନ୍ତି ଦେଢ଼ ଅଢେଇ | (ଯେଉଁ ସ୍ତ୍ରୀ ଅପତ୍ୟହୀନା ଏବଂ ଯେଉଁ ସ୍ତ୍ରୀ ପରଘର ଭାଙ୍ଗେ ଏ ଦୁହେଁ ମନ୍ଦ )
212.
କୁଲାବୁଲେଇ ଚୋର ଧରିବା | (ଗୁଣୀମାନେ ତାନ୍ତ୍ରିକ ବିଦ୍ୟାବଳରେ କୁଲାବୁଲେଇ ଚୋର ଧରନ୍ତି | ଏହି ପ୍ରଣାଳୀ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ )
213.
କୁଲାର ମୁହେଁ ଯାଉଛେ, ସୁଜି ମୁହଁକୁ ଛପକୁଛେ | (ସମ୍ଭଲପୁର ଅଞ୍ଚଳରେ ପ୍ରଚଳିତ ପ୍ରବଚନ) ଅନ୍ୟ ବାଟରେ ବହୁ ଅର୍ଥ ଅପବ୍ୟୟ
ହେଉଥିବାବେଳେ ସାମାନ୍ୟ କଥାରେ କୃପଣତା ପ୍ରକାଶ କରିବା)
214.
କୁଲାକ ଚାଉଳ କୁକୁରକୁ ଦେଇ ଖୁଦ ମୁଠାକୁ ଆଶ | (ନିଜର ବିପୁଳ ସମ୍ପଦ ଅନ୍ୟମାନେ ଖାଇ ଯାଉଥିବାବେଳେ ସେଥିପ୍ରତି ଦୃଷ୍ଟି ନ ଦେଇ
ସାମାନ୍ୟ ବିତ୍ତପ୍ରତି ଆଶା ପୋଷଣ କରିବା )
215.
କୁଶକୁ ମୋଟ, ବେଣାକୁ ସରୁ | (ଯାହା କେଉଁଥିକି ଯୋଗ୍ୟ ନୁହେଁ )
216.
କୁସୁମ ପରଶେ ପଟ ନିସ୍ତରେ | (ଫୁଲର ସାହଚର୍ଯ୍ୟ ହେତୁ କଦଳୀପଟୁକା ପରି ମହ ଲୋକର ସଙ୍ଗ ହେତୁ ନୀଚ ଲୋକ ମଧ୍ୟ
ଉଚ୍ଚାସନ ପାଏ |)
217.
କୁହ ଯେଡ଼େ, ନୁହେଁ ତେଡ଼େ | (ଯେଉଁ ଲୋକର କଥା ଓ କାର୍ଯ୍ୟ ସମାନ ନୁହେଁ)
218.
କୁହୁଡ଼ି ପହଁରିବା | (କୁହୁଡ଼ି ପହଁରିବାକୁ ଚେଷ୍ଟାକରି ଲୋକ ଯେପରି ବିଡ଼ମ୍ୱିତ ହୁଏ ସେହିପରି ବୃଥାରେ
ଭ୍ରମିହେବା)
219.
କୂଅକୁ ଝର, ଦୁଧକୁ ସର | (ଝର ଥିବା କୂଅ ଏବଂ ସର ପଡ଼ୁଥିବା ଦୁଧ ଭଲ)
220.
କୂଅରେ ବେଙ୍ଗ ପଡ଼ିବା ନ୍ୟାୟ | (କୂଅ ଭିତରେ ବଡ଼ିଥିବା ବେଙ୍ଗପରି ଉପାୟାନ୍ତରହୀନ ଅବସ୍ଥା)
221.
କୂଅରେ ବେଙ୍ଗ ପଡ଼ିଲେ ସମସ୍ତେ ଟେଳାଏ ଟେଳାଏ ମାରନ୍ତି | (କୌଣସି ବ୍ୟକ୍ତିର ଅସହାୟ ଅବସ୍ଥାରେ ସୁଯୋଗ ନେଇ ଅନ୍ୟ
ଲୋକେ ତା ପ୍ରତି ଅତ୍ୟାଚାର କରିବା )
222.
କୂଅରେ ଥିବା ବେଙ୍ଗ ସଂସାର ଖବର ବୁଝିବା | (କୂଅରେ ଥିବା ବେଙ୍ଗ ବାହାର ଦୁନିଆର ଖବର ରଖେ ନାହିଁ | ସଂକୀର୍ଣ୍ଣଚେତା ବ୍ୟକ୍ତି )
223.
କୃପଣ ଲୋକର ଦୁଗୁଣ ସରେ |
224.
କୃଷ୍ଣବଂଶ ବୋଲି ଗଉଡ଼େ ମାଫ | (ବଂଶର ଦ୍ୱାହି ଦେଇ ନିଜର ସଚ୍ଚୋଟପଣିଆ ଜାହିର କରିବା )
225.
କେଉଟ ଧରେ ମାଛ, ଖାଏ କଙ୍କଡ଼ା | (କେଉଟ ମାଛ ଧରିଲେ ମଧ୍ୟ ଅଧିକ ପଇସା ପାଇବା ଉଦ୍ଦେଶ୍ୟରେ କଙ୍କଡ଼ା ଖାଇଲା ପରି ଧନୀ
ଲୋକର କୃପଣତା ଆଚରଣ )
226.
କେଉଁ ସଉତୁଣୀ ପାଳେ ନାଳେ, ଭଉଣୀ ସଉତୁଣୀ ବିଷ ଦେଇ ମାରେ |
227.
କେଉଁ କଥାକୁ, ନାଆ ପେଲିଦେଲି କଲିକତାକୁ | (ସାମାନ୍ୟ କଥାରେ ଡରି ଘର ଛାଡ଼ି ପଳାଇବା, ବ୍ୟଙ୍ଗୋକ୍ତି)
228.
କେଉଁ ବାହାଘରକୁ ଦୁଇ ଗୋଡ଼ରେ ଅଳତା | (ଅତି ସାମାନ୍ୟ କାର୍ଯ୍ୟ ବା ଘଟନା ଉପଲକ୍ଷେ ବିରାଟ ଆୟୋଜନ)
229.
କେତେବେଳେ ଶଗଡ଼ ଉପରେ ନାହା, କେତେବେଳେ ନାହା ଉପରେ ଶଗଡ଼ | (ଭାଗ୍ୟ ପରିବର୍ତ୍ତନ, ଅବସ୍ଥା ବିପର୍ଯ୍ୟୟ)
230.
କେତେ ଘାଣ୍ଟିବ ଘାଣ୍ଟୁ, ତିଅଣ ସୁଆଦ କି ଜାଣିବ ଚଟୁ ?
231.
କେତେବେଳେ ଫୁଲୁରୀ ମାଲପା ଥପ୍ ଥପ, କେତେବେଳେ କାଠି ଖଣ୍ଡକେ ରମ୍ପ ରମ୍ପ |
232.
କେତେବେଳେ ପାଲିଙ୍କି ଉପରେ ପାଟଛତା, କେତେବେଳେ ବେଡ଼ି ଉପରେ କୋରଡ଼ା |
233.
କେତେକାଳ ଥିବ ଚାନ୍ଦବଦନ, ନ ସଢ଼ି ରହେ କି ମହତ ପାନ ? (ଯୌବନ ଓ ରୂପ କ୍ଷଣସ୍ଥାୟୀ)
234.
କେବେ ତେଲ ଶାଢ଼ୀ ବିନେ ଲଣ୍ଡା, କେବେ
ଖଣ୍ଡ ଖଣ୍ଡ ମୁଣ୍ଡା ମୁଣ୍ଡା |
235.
କେଭେଁ ନ କରିବୁ ଟିକରା ଚାଷ, କର ଦେଇ ନାହିଁ ଲାଭରେ ଆଶ (କୃଷିବଚନ)
236.
କେମ୍ପା କରଣ, ଛୋଟ ଘୋଡ଼ା, ଖନା ଓକିଲ, ହାକିମ ଢେଢା, ସଖି ଗୋ ମନ୍ଦ |
237.
କେରାଣ୍ଡି ଗୁନ୍ଥି ଶେଉଳ ଧରିବା | (ଅଧିକ ଲାଭ ଆଶାରେ ପ୍ରଥମେ କିଛି ବ୍ୟୟ ବା ତ୍ୟାଗ କରିବା)
238.
କେଳା କୁଡ଼ିଆ, ବାର ମାସରେ ତେର କୁଡ଼ିଆ | (କେଳାମାନେ ଯାଯାବର ଜାତି, ତେଣୁ କୌଣସି ଏକ ସ୍ଥାନରେ ସ୍ଥିର ହୋଇ ରହିପାରନ୍ତି ନାହିଁ
)
239.
କେଳା ଯୁଆଡ଼େ, କେଲୁଣୀ ସେଆଡ଼େ | (କେଳାମାନେ ସାଧାରଣତଃ ସେମାନଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ସଙ୍ଗରେ ଧରି ସ୍ଥାନରୁ
ସ୍ଥାନାନ୍ତରକୁ ଯାନ୍ତି )
240.
କୋଇଲି ଡ଼ିମ୍ୱ ଫୁଟାଇବା ନ୍ୟାୟ | (କୋଇଲି ଆପଣା ଫୁଟାଇ ନ ପାରି କାଉ ବସାରେ ଛାଡ଼ିଦେଇ ଆସେ | କାଉ ନିଜ ଡିମ୍ୱ ଭ୍ରମରେ ତାହାକୁ ଫୁଟାଇ ବଡ଼ କଲେ ସେ ଛୁଆ ପୁଣି ଆପଣା ମୋ ପାଖକୁ
ଉଡ଼ି ପଳାଏ | ପରଦ୍ୱାରା ଆପଣା କାର୍ଯ୍ୟ
କରାଇ ନେବା )
241.
କୋଡ଼ ଯାଦୁ କୁଣ୍ଡେଇ ହେବା | (କ୍ଷୁଦ୍ର ରୋଗ କଷ୍ଟଦାୟକ)
242.
କୋଟିକରୁ ଗୋଟିଏ ଊଣା | (କୋଟିକରୁ ଗୋଟିଏ କମି କରିବା କମ୍ ନ କରିବା ସଙ୍ଗେ ସମାନ )
243.
କୋଡ଼ିହଣାଠଉଁ ମିହନ୍ତ ନାହିଁ |
244.
କୋଣାରକ କାମ କେଡ଼େ ସୁନ୍ଦର ଲୋ ଲେଖନ ମୁନରେ କମ, ସେଠି ଯଦି ଖାଲି ଦିଅଁ ଥାଆନ୍ତା ଲୋ
ପଶି ନ ପାରନ୍ତା ଯମ |
245.
କୋପେ ବର ନୋହିଲେ ତପେ ବର | (ତପସ୍ୟା ଦ୍ୱାରା ନତୁବା କ୍ରୋଧ ପ୍ରଦର୍ଶନ ଦ୍ୱାରା ଦେବତାମାନଙ୍କଠାରୁ ବର ପାଇବା
ଦେଖା ଯାଇଥାଏ )
246.
କୋଳଥ ଅଟକାଳି ଖୋଇବ ଯେ, ରାତି ଅଧରେ ହଗେଇ ନବ ସେ | ( ଯେ ଅନ୍ୟକୁ ମନ୍ଦ କାର୍ଯ୍ୟରେ ପ୍ରବର୍ତ୍ତାଏ ତାହାକୁ
ଅବଶ୍ୟ ତହିଁର ଫଳାଫଳ କେତେକାଂଶରେ ଭୋଗ କରିବାକୁ ପଡ଼ିବ )
247.
କୋଳଥ ଡ଼ାଲି, କୁଣିଆ ଆସିଲେ ଦେ ଢାଳି | (କୃପଣ ବ୍ୟକ୍ତିର ବନ୍ଧୁ ପ୍ରତି ବ୍ୟବହାର ସମ୍ୱନ୍ଧରେ ବ୍ୟଙ୍ଗୋକ୍ତି)
248.
କୋଳରେ ରହି, କୋଳର ମାଉଁସ ଖାଇ | (ଆତ୍ମୀୟ ଲୋକେ ଶତ୍ରୁତା ଆଚରଣ କରିବା)
249.
କୋଳରେ ଶୁଏ, କାନରେ କହେ, ତା କଥା କି ଅନ୍ୟଥା ହୁ, (ଆପଣା ସ୍ତ୍ରୀର ବଚନ ମନୁଷ୍ୟ
ଭାଙ୍ଗେ ନାହିଁ )
250.
କୋଳି ଖାଇ କୋଳି ମଞ୍ଜି ପୋତିବା | (କୌଣସି ପଦବୀ ବା ସ୍ଥାନରେ ପୁରୁଷାନୁକ୍ରମରେ ଚିରକାଳ ରହିବାର ଆଶା ପୋଷଣ କରିବା)
251.
କୋଳପୋଛା ପୁଅ ଗେଲବସର, ଲେଫଡ଼ା ମୁହଁଟା ଦିଶେ ସୁନ୍ଦର | (ବାପ ମା ସବା ସାନ ପୁଅକୁ ବିଶେଷ ସ୍ନେହ କରିବାର ଦେଖାଯାଏ )
252.
କୋଶେ ଯାଅ, ଧୋଓ ପାଆ, ପୋଷେ ଖାଆ, ଯେଣେ ଇଚ୍ଛା ତେଣେ ବୁଲୁଥା | (ବାଟ ଚାଲି ଟିକିଏ ବିଶ୍ରାମ କରିବା ପରେ ପରିମିତ ଆହାର କଲେ ସ୍ୱାସ୍ଥ୍ୟ ଭଲ ରହେ )
253.
କୋଶେ ଗଲେ ପୋଷେ ମିଳେ | (ଦୂର ଦେଶରେ ଚାକିରି କଲେ ନିଜ ଗ୍ରାମ ଅପେକ୍ଷା ସେଠାରେ ଅଲବତ୍ ଅଧିକ ଅର୍ଥ ଉପାର୍ଜନ
ହେବ )
254.
କୋହଳ ପାଇଲେ ଦୋହଳ (ଦୋଓଡ଼) ଚଷନ୍ତି | (ସୁବିଧା ପାଇଲେ ଲୋକେ ଅନ୍ୟଠାରୁ ଦୁଇଗୁଣ କାମ କରାଇ ନିଅନ୍ତି )
255.
କୌରବଙ୍କର ଖାଇ ପାଣ୍ଡବର ଗାଇବା | (ପୌରାଣିକ ପ୍ରବଚନ | ଶକୁନି କୌରବଙ୍କ ପକ୍ଷରେ ଥାଇ ବରାବର ଗୋପନରେ ପାଣ୍ଡବମାନଙ୍କୁ ସାହାଯ୍ୟ କରୁଥିଲେ | ସେହିପରି ଜଣକର ଦାନା ଖାଇ ଗୋପନରେ ତାର ଶତ୍ରୁକୁ ସାହାଯ୍ୟ କରିବା )
ଖ
1.
ଖଜୁରି ଗଛର କି ଗୁଣ ବର୍ଣ୍ଣିବା, ସେତ ମୂଳରୁ ପାହାଚ ପାହାଚ | (.ଯାହା ଦୋଷପୂର୍ଣ୍ଣ ତହିଁରୁ ଦୋଷ ବାଛି ଲାଭ ନାହିଁ )
2.
ଖଡ଼ା ବଡ଼ି ଥୋଡ଼, ଥୋଡ଼ ବଡ଼ି ଖଡ଼ା | (ଏକ ବିଷୟରେ ପୁନାରାବୃତ୍ତି)
3.
ଖଡ଼କି ନୁହେଁ କି ପେଡ଼ିକି ନୁହେଁ | (ଯାହା କୌଣସି କାର୍ଯ୍ୟରେ ଲାଗିପାରିବ ନାହିଁ )
4.
ଖଣ୍ଡରେ ଖାର ମିଶାଇବା | (ଭଲରେ ମନ୍ଦ ମିଶାଇବା)
5.
ଖଣ୍ଡା ହାଣେ, ଫରି ଯଶ ନିଏ | (ଜଣେ କାମ କରେ, କିନ୍ତୁ ଆଉ ଜଣେ ବାହାଦୁରି ନିଏ)
6.
ଖଣ୍ଡି ଖଣ୍ଡି କାଶ, ଖର ନିଃଶ୍ୱାସ, ସଖି ଗୋ ମନ୍ଦ ଏ | (ଆସନ୍ନ ମୃତ୍ୱୁର ଲକ୍ଷଣ)
7.
ଖଣ୍ଡିଏ ଧାନରେ ଊଣେଇଶ ତାମ୍ୱି ପୋଲ, ଆଉ ତାମ୍ୱିକ ଗୋଡ଼ି ମାଟି | (ସମ୍ୱଲପୁର ଅଞ୍ଚଳରେ ପ୍ରଚଳିତ ଅଗାଡ଼ି ଓ ଗୋଡ଼ି ମାଟିପୂର୍ଣ୍ଣ ଧାନ)
8.
ଖଣ୍ଡିଆ ଗୀତ, ରଙ୍କ ମାନିତ, ଧୋବା ସଙ୍ଗାତ, ଭଣ୍ଡାମିତ, କହେ ଦନାଇ ଏ କାହିଁକି ହତ | (ଦନାଇ ଦାସଙ୍କ ପହଳି)
9.
ଖଣ୍ଡିଆ ମହାଦେବଙ୍କୁ ଡରେ ନାହିଁ | (ଯେ ଦୁନିଆରୁ ଅଲଗା, ସେ କାହାରିକୁ ଭୟ କରେ ନାହିଁ )
10.
ଖଣ୍ଡିଗଣିଆର ଦିଗୁଣ ସରେ | ଆଟିକା ପୋଛାର ମାଇପ ମରେ | (କୃପଣ ବ୍ୟକ୍ତି ପ୍ରତି ପ୍ରଯୁଜ୍ୟ ବଚନ)
11.
ଖଣ୍ଡଧାରରେ ଚାଲିବା ନ୍ୟାୟ | (ନ୍ୟାୟ ଅନ୍ୟାୟ ପ୍ରତି ତୀକ୍ଷଣ ଦୃଷ୍ଟି ରଖି ଚଳିବା)
12.
ଖତ କୁଢ଼ରେ ସ୍ୱର୍ଗର ସ୍ୱପ୍ନ | (ନୀଚ ଦୁଃସ୍ଥ ଲୋକର ଉଚ୍ଚ ଅଭିଳାଷ ପୋଷଣ)
13.
ଖତ କୁଢ଼କୁ ଆଖି ଦେବା ନ୍ୟାୟ | (ଘୃଣ୍ୟ ଜଘନ୍ୟ ବସ୍ତୁ ପ୍ରତି ଲାଳାୟିତ ହେବା)
14.
ଖତକୁଢ଼ ନିଆଁରେ ଜଗତୁ ପୋଡ଼େ | (ସାମାନ୍ୟ ଘଟଣାରୁ ବେଳେ ବେଳେ ବୃହତ ଅନିଷ୍ଟ ସାଧିତ ହୋଇଥାଏ)
15.
ଖତ ବରଷେ, ପଙ୍କ ପୁରୁଷେ | (ଖତ ଅପେକ୍ଷା ପଙ୍କ ଜମିର ଉର୍ବରତା ବଢ଼ାଇବାରେ ଉପଯୋଗୀ )
16.
ଖତ ଗଦାରେ ପଦ୍ମ ଫୁଟିବା | (ଅନୁନ୍ନତ ବା ଅଶିକ୍ଷିତ ପରିବାର, ଗ୍ରାମ ବା ଅଞ୍ଚଳରେ ଅସାଧାରଣଗୁଣ ସମ୍ପନ୍ନ
ବ୍ୟକ୍ତିର ଆବିର୍ଭାବ )
17.
ଖର ଲୋକ ମେଳ, ଖଣ୍ଟ ସଙ୍ଗେ ଗୋଳ, ଖଣ୍ଡିଆ କଟୁରୀ ହାଣ୍ଡିଶାଳ ଗୁହାଳ, ସଖି ଗୋ ମନ୍ଦ ଏ |
18.
ଘର ଗାଈର କ୍ଷୀର ସୁଆଦ |
19.
ଖରା ସହେ ମେରୁ, ଖରା ସହେ ଗୋରୁ, ଖରା ସହେ ମୂଲିଆ ବାପୁଡ଼ା, ଖରା ସହେ ତରୁ |
20.
ଖର ବଳଦ ମଇକି, ପଖାଳ ଭାତ ଦହିକି, ଖଣ୍ଡ ନଡ଼ିଆ ଖଇକୁ, କାନକୋଳି କଣ୍ଟା ପହିକୁ, ସଖି
ବଡ଼ ମନ୍ଦ ଏ |
21.
ଖଲିଆ ବୋଇଲା ପାଟଳାରେ ଦେଖ ମୋର ଚାଲିକି, ତୁ ମୁଁ ଦିହେଁ ସାଙ୍ଗ ହୋଇଲେ ଗୋସେଇଁ ଖାଇବା
ବାଲିକି | (ଖଲିଆ ଓ ପାଟଳା ବଳଦ
ଗୃହସ୍ୱାମୀର ଅମଙ୍ଗଳ କାରକ )
22.
ଖଲି ତଳ ଦନା, କଂସା ତଳ ଗିନା |
23.
ଖବରଦାର, ଗୋବରା ଜେନା ଚୌକୀଦାର |
24.
ଖସିଲେ ବୟସ, ଘଷିଲେ ଚନ୍ଦନ, ବାସିଲେ ମାଉଁସ ନ ଯାଏ ବିକା |
25.
ଖା ଠାକୁର ଖା କ୍ଷୀରି ବାପା ଯାଇଛନ୍ତି ନଳତିଗିରି | (କୌଣସି ପ୍ରକାର ପୂଜା ବଢ଼ାଇ ଦେବା)
26.
ଖା, ଭୁଞ୍ଜ, ଗିଳ ଏକା କଥା ନୁହେଁ | (ଅର୍ଥ ଏକ ହେଲେହେଁ ପ୍ରକାଶଭଙ୍ଗୀର ତାରତମ୍ୟ ଅଛି )
27.
ଖା ଖା ବୋଇଲେ କି ଦିନ ସରେ, ନାଁ ଦେବି ଦେବି ବୋଇଲେ ଦୁଃଖ ହରେ ?
28.
ଖାଆନ୍ତି କୁରୁବଳଙ୍କର ଯୁଝନ୍ତି ପାଣ୍ଡବଙ୍କର |
29.
ଖାଇ ନିନ୍ଦା ପତର ହଗା | (କୃତଘ୍ନ ବ୍ୟକ୍ତି)
30.
ଖାଇବ ଯାହାର ଗାଇବ ତାର | (ଉପକାରୀ ବ୍ୟକ୍ତିର ପ୍ରତ୍ୟୁପକାର କରିବା)
31.
ଖାଇବ ସଅଳ, ଶୋଇବ ଆଗେ, ଉଠିବ ସଅଳ ଚାଲିବ ବେଗେ |
32.
ଖାଇ ଶୋଇଲେ ବଢଇଆୟୁ, ଖାଇ ଧାଇଁଲେ ବଢ଼ଇ ବାୟୁ, ଖାଇ ବସିଲେ ବଢ଼ଇ ପେଟ, ଖାଇ ଖାଇଲେ
ଯମର ଭେଟ | (ସ୍ୱାସ୍ଥ୍ୟରକ୍ଷା ବଚନ)
33.
ଖାଇଲେ ଜାତି ଯାଏ ନାହିଁ, କହିଲେ ଜାତି ଯାଏ |
34.
ଖାଇବ ସଅଳ, ପିନ୍ଧିବ ମହଳ, ଦାଣ୍ଡଘରଖଣ୍ଡି ଅଛୁଆଁ କର | ଅଧେ ଆପଣା ଅଧେ ପର, ତେବେ ଓଡ଼ିଶାରେ କରିବ ଘର | (ଅତ୍ୟାଚାରୀ ରାଜାଙ୍କ ଅମଳରେ ପ୍ରଜାଙ୍କ ଅବସ୍ଥା )
35.
ଖାଇବାକୁ ପାଇଲେ ଜୀବଜନ୍ତୁ ବଶ ହୁଅନ୍ତି |
36.
ଖାଇବା ପତରରେ ଧୁଳି ଦେବା | (କୌଣସି ବ୍ୟକ୍ତିର ଜୀବିକାରେ ବାଧା ଦେବା)
37.
ଖାଇବା ଚିଜରେ ମଣ୍ଡା, ମଣିଷ ଯାକରେ ଲଣ୍ଡା | ବ୍ରାହ୍ମଣ ଯାକରେ ପଣ୍ଡା, ମଇଁଷି ଯାକରେ ପଣ୍ଡା | ଗାଁ ଯାକରେ ଦଣ୍ଡା, ହତିଆର ଯାକରେ ଖଣ୍ଡା | ଏ ସବୁ ବଡ଼ ହୁଣ୍ଡା |
38.
ଖାଇବି ହାତ ପୁଣ୍ୟ ବାଆଁ ହାତ ପାଏ ନାହିଁ | (ଜଣକର ପୁଣ୍ୟ ଆଉ ଜଣେ ଭୋଗ କରିପାରେ ନାହିଁ )
39.
ଖାଇଲା ବ୍ରାହ୍ମଣ ତିନ୍ତିଲା ମୂଷା, ଭୋଦିଆ ଗଉଡ଼ କାର୍ତ୍ତିକିଆ ଚଷା, କହେ ଦନାଇ କେ
ଦେଖେ ଦଶା | (ଏମାନେ ହଟହଟା ହୁଅନ୍ତି)
40.
ଖାଇଲେ ପେଟ ପୁରେ, ନା କହିଲେ ପେଟ ପୁରେ ?
41.
ଖାଇଲେ ଖାଇଲି ଦି’କୋରଡ଼ା, ମନ ଓରିମାନା ମେଣ୍ଟିଲା |
42.
ଖାଇବ ପିତା, ଗାଇବ ଗୀତା; ତେବେ ହୋଇବ ଜଗତଜିତା | (ସ୍ୱାସ୍ଥ୍ୟ ପାଇଁ ପିତା ଓ ଆତ୍ମାର ସଦଗତି ପାଇଁ ଗୀତାଧ୍ୟୟନ ଆବଶ୍ୟକ)
43.
ଖାଇବାକୁ ଦାନା ନାହିଁ କି ପିନ୍ଧିବାକୁ କନା ନାହିଁ | (ଘୋର ଦାରିଦ୍ର୍ୟ)
44.
ଖାଇ ସାରିଲେ ଗାଈକି ଯିବି, ଖାଇସାରିଲି କାହିଁକି ଯିବି ? (ସ୍ୱାର୍ଥସିଦ୍ଧି ଉତ୍ତାରୁ ଧରାଛୁଆଁ ନ ଦେବା)
45.
ଖାଇଲାବେଳକୁ ପୁଅର ମା, ହୁଳହୁଳି ପକେଇଲା ବେଳକୁ ଜିଭରେ ଘା | (ଅନ୍ୟ ଦ୍ୱାରା ନିଜର କାର୍ଯ୍ୟ ସାଧନ କରାଇ ନେବା ପାଇଁ ଯେତିକି ବ୍ୟଗ୍ର, ଅନ୍ୟ
ବ୍ୟକ୍ତିର କୌଣସି କାର୍ଯ୍ୟରେ ସାହାଯ୍ୟ କରିବାବେଳକୁ ସେପରି ନୁହନ୍ତି )
46.
ଖାଇଲା ପୁଅ ଝିଅ ରଙ୍କ |
47.
ଖାଇଲେ ବୁଢ଼ା ବଅସର ହୁଏ | (ଉତ୍ତମ ଭୋଜନ ପାଇଲେ ବୃଦ୍ଧ ବ୍ୟକ୍ତି ଯୁବକପରି ବଳିଷ୍ଠ ହୁଏ )
48.
ଖାଇ ନ ଜାଣି ଭାତର ଦୋଷ, ଦେଇ ନ ଜାଣି ପତର ଦୋଷ |
49.
ଖାଇ ହଗା, ଯାଚି ମଗା, ଏ ଦୁଇଟା ହତଭାଗା |
50.
ଖାଉନ୍ଦକୁ ଆଶ୍ରାକରି ଭଣ୍ଡାରିକୁ ଜୁହାର, ଖାଳେଇ ଗଲା ମାଳେଇ ଗଲା | (କେଉଟ ଖାଳେଇରେ ପୁରାଇ ରଖିଥିବା ମାଛ ଏବଂ ମାଳକରି ଗୁନ୍ଥି ରଖିଥିବା ମାଛ ଉଭୟେ
ଡ଼େଇଁ କରି ପଳାଇବା | ସବୁ ଆଶା ଲୋପ ପାଇବା )
51.
ଖାଲ ବିଲ ଚାଷ, ଖଣ୍ଡ ଖୀରି ଗ୍ରାସ, ଖଟିଥିବ ଗୁଣଚିହ୍ନା ନରପତି ପାଶ, ସଖି ଗୋ ଭଲ ଏ |
52.
ଖୁଣ୍ଟ ଗୁଣେ ଘୋଡ଼ା କୁଦେ | (ପ୍ରଭୁ ବା ସ୍ୱାମୀର ହେମନ୍ତରେ ଭୃତ୍ୟ ବା ସ୍ତ୍ରୀ ବାହାରେ ନିଜର ବଡ଼େଇ ଦେଖାଇ
ହୁଅନ୍ତି )
53.
ଖୁଡ଼ୀ ଖୁଡ଼ୁତା, ମୁହଁରେ ଆଦର ପୁତା ପୁତା କପଟ ସ୍ନେହ)
54.
ଖୁଦ ଫୁଟିଲେ ନକେଇ |
55.
ଖୁଣି ଯାର, ଗର୍ଜନ ତାର | (ଆପଣା ପୁଅକୁ ଶତ୍ରୁଭ୍ରମରେ ହତ୍ୟା କରିବା ପିତାସମ୍ୱନ୍ଧରେ ଉକ୍ତି )
56.
ଖୁଁ ଖୁଁ କାଶ, ଖର ନିଃଶ୍ୱାସ, ଖର ଜନ୍ତୁ ଥିବା ଘରେ ବାସ, ଖଣ୍ଟ ଗାଁ ରେ ଚାଷ, ସଖି ଗୋ
ମନ୍ଦ ଏ |
57.
ଖୁଁ ଖୁଁ କାଶ, ନଈ ପାରି ଚାଷ, ମଇ ତଳିଆ ଟେକା, କଚେରି ତଳିଆ ଟୋକା, ସଖି ବଡ଼ ମନ୍ଦ |
58.
ଖୋଜିବା ବାଟ ହଜାରେ ହଜିବା ବାଟ ଗୋଟାଏ |
59.
ଖୋଳ ପର୍ବତ ମାର ମୂଷା | (ସାମାନ୍ୟ ଫଳ ପାଇବାପାଇଁ ବିଶେଷ ପରିଶ୍ରମ ବା ଆୟୋଜନ କରିବା )
ଗ
1. ଗଉଡ଼ର ଗୁହାଳ ଧୋଇ, ମୋଚିର ବାହାଘର | (ଜଣକର ବିପଦରୁ ଆଉ ଜଣେ ଲାଭ ଉଠାଇବା)
2. ଗଉଡ଼, ଭଣ୍ଡାରି ଗୋଖା, ନିତି ଭାଙ୍ଗୁଥିବ ପଖା, ତେବେ
ସେ ଦେବେଟି ଦେଖା | (ମାଡ଼ୁଆ ଜାତି)
3. ଗଉଡୁଣୀ ଆପଣା ଦହିକୁ ଖଟା କହେ କି ? (ନିଜର ପଦାର୍ଥ ଯେଡ଼େ ଖରାପ ହେଲେ ମଧ୍ୟ କେହି ଖରାପ ବୋଲି କହନ୍ତି ନାହିଁ )
4. ଗଉଡ଼ ହୁଡ଼ିଲେ ଦିନେ, ଚଷା ହୁଡ଼ିଲେ ବରଷେ, ଗେରସ୍ତ
ହୁଡ଼ିଲେ ପୁରୁଷେ |
5. ଗଙ୍ଗା ବୋଇଲେ ଥିବି, ଗାଙ୍ଗୀ ବୋଇଲେ ଯିବି | (ଶାନ୍ତନୁଙ୍କ ସ୍ତ୍ରୀ ଗଙ୍ଗାଙ୍କ ସମ୍ୱନ୍ଧରେ ପୌରାଣିକ ପ୍ରବଚନ | ଆଦର ପାଇଲେ ପ୍ରସନ୍ନ ଓ ଆଦର ନ ପାଇଲେ ଅପ୍ରସନ୍ନ ହେବା ବ୍ୟକ୍ତି ପ୍ରତି ପ୍ରଯୁଜ୍ୟ )
6. ଗଙ୍ଗା ଯା, ଗୟା ଯା, କର୍ମ ଘେନି ବୁଲୁଥା | (ପ୍ରତ୍ୟେକ କ୍ଷେତ୍ରରେ କର୍ମର ପ୍ରାଧାନ୍ୟ)
7. ଗଙ୍ଗା ଗଲି ଯେତିକି, ଫଳ ପାଇଲି ସେତିକି | (କୌଣସି ବିଷୟ ବା କାର୍ଯ୍ୟରେ ଅତୃପ୍ତି)
8. ଗଙ୍ଗା ଜଳରେ ଗଙ୍ଗା ପୂଜା କରିବା | (ଯାହାର ଧନ ତାହାରି ଧନରେ ତାକୁ ସନ୍ତୁଷ୍ଟ କରିବା)
9. ଗଙ୍ଗାକୁ ଡ଼େଇଁବା ବେଳେ କିଏ ପୁଅ ମାଇପକୁ ଚାହେଁ | (ଆତ୍ମହତ୍ୟାକରୀ ବ୍ୟକ୍ତିର ପରିବାର ପ୍ରତି ଅନାସକ୍ତି )
10.
ଗଛର ଛାଇ, ମଣିଷର ହାଇ, ଯହିଁ ପଡ଼େ ତହିଁ ଉଭାଇଯାଇ |
11.
ଗଛ ଭାଙ୍ଗିଲେ ମୂଳରେ ପଡ଼େ |
12.
ଗଛ ଚଢ଼ି ନ ଜାଣେ ଯେ, କୁଆଆଇଁଠା ଖାଏ ସେ |
13.
ଗଛରୁ ପଡ଼ିଲା ମଲା ନ୍ୟାୟ | (ସଫା ସଫା କଥା)
14.
ଗଛ ଉପରକୁ ଚଢ଼ାଇଦେଇ, ମୂଳ କାଟିଦେବା | (ବିଶ୍ୱାସଘାତକତା ଆଚରଣ କରିବା)
15.
ଗଛ ଥାଉ ଫଳ ପଛକେ ଯାଉ | (ପ୍ରସୂତି ଓ ସନ୍ତାନ ଉଭୟଙ୍କର ଅବସ୍ଥା ସଂକଟାପନ୍ନ ଥିବା ଅବସ୍ଥାରେ ଲୋକେ କହନ୍ତି – ସନ୍ତାନ ଯାଉ ପଛକେ ମା ବଞ୍ଚି କରିଥାଉ )
16.
ଗଜ ଦନ୍ତରେ ସୁନା ଛଆଣି | ଦୁଇଟି ମୂଲ୍ୟବାନ୍ ପଦାର୍ଥ ବା ସୁଗୁଣର ମିଳନ)
17.
ଗଜମୂର୍ଖ ଚଲଣାଚୋର, ଅଣ୍ଟି ନ ପୂରିଲେ ଆହୁରି ତୋଳ | (ମୂର୍ଖ ଓ ନିର୍ବୋଧ ବ୍ୟକ୍ତି ପ୍ରତି ଉପଲକ୍ଷ୍ୟ ବଚନ)
18.
ଗଜମଣ୍ଡା, ତାକୁ ଖାଇଲେ ହେବ ଭେଣ୍ଡା | (କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ବଡ଼ଓଷାରେ ତିଆରିହେବା ନାନା ସ୍ୱାଦିଷ୍ଟ ପୁରରେ
ପୂର୍ଣ୍ଣ ମଣ୍ଡାପିଠା)
19.
ଗଜା ମରୁଡ଼ିରେ ମୂଜୁ ଯାଏ | ଖେତ ମରୁଡ଼ିରେ ବିହନ ଥାଏ |
20.
ଗଞ୍ଜେଇ ଟିପୁ ଟିପୁ ତାଲୁକ ନିଲାମ | (ମଉଜ ମଜଲିସ ଓ ନିଶାବାଜିରେ ସମ୍ପତ୍ତି ହରାଇବା)
21.
ଗଞ୍ଜେଇଆ ଭୋଳ, ଅପୁଆ ଚୋର, ଧୂଆଁ ପତୁରିଆ ଘରେ ନିତି ଗୋଳ |
22.
ଗଞ୍ଜେଇ ନିଶାରେ ମୂଷା ବିରାଡ଼ିକି ଚିହ୍ନି ନ ପାରିବା | (ନିଶା ଭୋଳରେ ଆପଣା ପକ୍ଷ ଓ ଶତ୍ରୁ ପକ୍ଷ ଚିହ୍ନି ନ ପାରିବା)
23.
ଗଡ଼ଜାତରେ ଯଦି କରିବୁ ଘର, ଦାଣ୍ଡ ଘର ଖଣ୍ଡି ଅଛୁଆଁ କର | (ଗଡ଼଼ଜାତ ରାଜାଙ୍କ ଅତ୍ୟାଚାର ଭୟରେ)
24.
ଗଡ଼ ହୋଇ କରି ନ ଥାଏ ଟାଣ, ଘର ଗୁରସ୍ତର ନ ଥାଏ ପଣ, ଥୋଇଲା ମାଇପର ନ ଥାଏ ଠଣ, କହେ
ଦନାଇ ଏ କାହିଁରେ ଗଣ |
25.
ଗଣ୍ଠିଆ କାହାର ଘଇତା, ଦାରୀ କାହାର ମାଇପ |
26.
ଗଣ୍ଡ ମଇତ୍ର ପୁଆଳ ନିଆଁ | (ମୁର୍ଖ ବନ୍ଧୁ ଓ ପୁଆଳ ନିଆଁ କୌଣସି କାମକୁ ଆସନ୍ତି ନାହିଁ )
27.
ଗଣ୍ଡି ଘୋଡ଼ା ବେଇବା ନ୍ୟାୟ | (ଅସମ୍ଭବ କଥା)
28.
ଗୟାରେ ନ ଦେଲେ ପିଣ୍ଡ ନୁହେଁ, ପ୍ରୟାଗରେ ନ ବୁଡ଼ିଲେ ମୁଣ୍ଡ ନୁହେଁ, ପୁରୀରେ ନ ଖାଇଲେ
ତୁଣ୍ଡ ନୁହେଁ |
29.
ଗରଜ ପଡ଼ିଲେ ଗଧପାଦ ଧରିବାକୁ ହୁଏ | (ଅକଳରେ ପଡ଼ିଲେ ବିଦ୍ୱାନ ଉଚ୍ଚପଦସ୍ଥ ବ୍ୟକ୍ତି ମଧ୍ୟ ଇତର ବ୍ୟକ୍ତିର ଶରଣାପନ୍ନ
ହୁଅନ୍ତି )
30.
ଗରଜିଲା ମେଘ ବରଷେ ନାହିଁ, କି ଭୁସିଲା କୁକୁର କାମୁଡ଼େ ନାହିଁ |
31.
ଗରଜିଲା ବାଘ କି ମଣିଷ ଖାଏ ? (ଯେଉଁମାନେ ମୁହଁରେ କଡ଼ାକଡ଼ା କଥା କହନ୍ତି ସେମାନଙ୍କ ଅନ୍ତର ନିଷ୍ଠୁର ନୁହେଁ )
32.
ଗରଜନ୍ତି ମେଘ, ବରଷନ୍ତି ପାଣି, ଉଠନ୍ତି ଗଡ଼ିଶା ବେଳକାଳ ଜାଣି |
33.
ଗରିଆ ପୋତିବ ତ କରିଆ ପିନ୍ଧ | (ସଂଚୟ କରିବାକୁ ଇଚ୍ଛା କଲେ ଖରଚ କମାଇବାକୁ ହେବ)
34.
ଗରିଆର ଜାତି ଯାଏ ନାହିଁ, ମାଠିଆର ଜାତି ଯାଏ | (ଜାତି ଅଜାତି ଭେଦ ଆର୍ଥିକ ଅବସ୍ଥା ଉପରେ ନିର୍ଭର କରେ )
35.
ଗରିବ ମାଇପ ସବୁରି ଶାଳୀ | (ଲୋକର ଦାରିଦ୍ର୍ୟର ସୁଯୋଗ ନେଇ ଲୋକେ ନାନା ଥଟ୍ଟା ପରିହାସ କରନ୍ତି )
36.
ଗର୍ଭଣୀ ଗାଈ ବାଟ ଛାଡ଼ିଦେବା | (ଦୁର୍ଦ୍ଦାନ୍ତ ବ୍ୟକ୍ତି ପ୍ରତି ପ୍ରଯୁଜ୍ୟ ବଚନ)
37.
ଗର୍ବ ମନୁଷ୍ୟକୁ ଖର୍ବ କରେ |
38.
ଗଲା ମଲା ଏକା କଥା | (ନିରୁଦ୍ଦିଷ୍ଟ ବ୍ୟକ୍ତି ଓ ମୃତ ବ୍ୟକ୍ତି ଉଭୟ ସମାନ)
39.
ଗଲି ଆଇଲି, ଯାହା ଦେଖିଥିଲି ତାହା କହିଲି | (ନିଜର ମତାମତ ନ ଦେଇ ପ୍ରତ୍ୟକ୍ଷ ଘଟନା
ବର୍ଣ୍ଣନା କରିବା )
40.
ଗଳା ନାଶ ଯାଏ ବାଟେ, ସୂତା ନାଶ ଯାଏ ହାଟେ, ଘଟି ନାଶ ଯାଏ ଘାଟେ, ଜଟୀ ନାଶ ଯାଏ ନାଟେ |
41.
ଗବ ବଢ଼ିଲେ କି ଜୁଆଳି ହୁଏ ?
42.
ଗହଣା ନାଇଲେ ଓଢ଼େଇ ଚାଲ, ପୁଅ ବେଇଥିଲେ ଘୋଡ଼େଇ ଚାଲ |
43.
ଗହମ ଗୋଟିଗଣିତା, ରୁଟି ଖାଉଛି କିଏ ? (ବ୍ୟୟ ସଂକୋଚର ଚରମ ସୀମା)
44.
ଗାଁ କନିଆଁ ଶିଘାଂଣିନାକୀ | (ଆପଣା ଗାଁ ଲୋକ ଯେଡ଼େ ଗୁଣୀ ବା ସୁନ୍ଦର ହେଉ ପଛେ ଲୋକେ ସହଜରୁ ତା ସ୍ୱୀକାର କରନ୍ତି
ନାହିଁ)
45.
ଗାଁ ପରିଗୁଣ ଧୋବାତୁଠରୁ ଦିଶେ, ବନ୍ଧୁପରିଗୁଣ ଅଧବାଟରୁ ହସେ, ଭାରିଜା ପରିଗୁଣ ନିତି
ପ୍ରତି ଘଷେ, ବୋହୂ ପରିଗୁଣ ନିତି ପରଷେ, ଶାଶୁ ପରିଗୁଣ ପାଞ୍ଚରେ ବସେ, ପୁଅ ପରିଗୁଣ ବାପକୁ
ପୋଷେ |
46.
ଗାଁ ପରିମଳ ଧୋବା ତୁଠରୁ ଜଣାଯାଏ | (ଗ୍ରାମର ପରିଷ୍କାର ପରିଚ୍ଛନତା ଧୋବା ତୁଠର ଲୁଗା ଦେଖି କଳନା କରିବା)
47.
ଗାଁ ମୁଣ୍ଡ ଘର ଚୋରକୁ, ବୁଢ଼ାକାଳ ବିଭା ପରକୁ |
48.
ଗାଁ ଚୋର କି କନ୍ଦିରେ ବଣା ? (ଗ୍ରାମବାସୀ ବ୍ୟକ୍ତି ସେହି ଗ୍ରାମବାସୀ ଅନ୍ୟ ବ୍ୟକ୍ତିର ଘରେ ଚୋରି କରିବାକୁ ଗଲେ
ଉକ୍ତ ଘରର ଅନ୍ଧି ସନ୍ଧି ତଟ ଉତ୍ତମରୂପେ ଜଣା ଥିବାରୁ ତାକୁ କୌଣସି ପ୍ରକାର ଅସୁବିଧା ହୁଏ
ନାହିଁ )
49.
ଗାଁ ଯୋଗୀକୁ ଭିକ ନ ମିଳେ | (ତାର ସଚଳ ଅବସ୍ଥା ସମ୍ୱନ୍ଧରେ ଜାଣିଥିବାରୁ ଗ୍ରାମବାସୀ ଭିକ ଦିଅନ୍ତି ନାହିଁ )
50.
ଗାଁ ବଳଦ ବିକାଯାଏ ନାହିଁ | (କାରଣ ଲୋକେ ତାର ଗୁଣ ଅବିଗୁଣ ଉତ୍ତମରୂପେ ଜାଣିଥାନ୍ତି)
51.
ଗାଁ ଗଉଡ଼ିଆ ରାଇଜେ ରଜା |
52.
ଗାଁ ବଳଦିଆ ବିକାଏ ନାହିଁ, ଯଦି ବିକାଏ କଉଡ଼ି ନାହିଁ |
53.
ଗାଁ ଭିନ୍ ଭିନ୍ ମୁସୁଷ ଏକା | (ମନୁଷ୍ୟର ପ୍ରକୃତି ସର୍ବତ୍ର ସମାନ)
54.
ଗାଁ ବାହାରେ ଘର, ଚୋର ନିଆଁକୁ ଡ଼ର |
55.
ଗାଁ ରେ ଯେବେ କରିବୁ ଘର, କିଛି ଆପଣା କିଛି ପର | (ଗ୍ରାମରେ ଲୋକର ଶତ୍ରୁ ମିତ୍ର ଉଭୟ ଥାନ୍ତି )
56.
ଗାଁ ଧୋଓରା ଯେଉଁଠି ପଶେ, ପଧାନ ହଳ ସେଇଠି ଚଷେ | (ଗ୍ରାମର ପ୍ରଧାନ ବ୍ୟକ୍ତି ଗ୍ରାମର ଶ୍ରେଷ୍ଠ ଜମି ଖଣ୍ଡିକ ଚାଷକରେ )
57.
ଗାଁ ଧୋଓରା ପୋଖରୀ ତଳ, ୟାକୁ ଦେଉଥିବ ଆଗତ କର | (ଏ ଶ୍ରେଣୀର ଜମି ଅତ୍ୟନ୍ତ ଉର୍ବର)
58.
ଗାଁ ଧୋଓରା, ସାଇ ବେହେରା, ନ ମିଳେ ଋଣ, ପିତା ତିଉଣ, ସରସ ଲୁଣ, ଝିଅ ମରଣ, ଆଗେ ଦୁଃଖ
ପଛେ ସୁଖ )
59.
ଗାଆଣକୁ ଗା କହିଲେ ଗାଏ ନାହିଁ, ଡ଼ାହାଣୀକୁ ଖା କହିଲେ ଖାଏ ନାହିଁ | (ନିଜର ଗୁମର ପଦାରେ ପଡ଼ିଯିବା ଭୟରେ)
60.
ଗାଈ କରିଥିବ ଖୁରଡ଼ି, ବଳଦ କରିବ ଢ଼େପା, ଆଖୁ ବିଲରୁ ମାଣେ ନ କରିବ, ପାଏ କରିବ କପା | (କୃଷି ଓ ଗୋରୁଙ୍କ ସମ୍ୱନ୍ଧେ ଉପଦେଶ ବଚନ)
61.
ଗାଈ ପୁଅ ଅଣ୍ଡିରା, ଘରେ ନ ବାନ୍ଧେ କଣ୍ଡରା | (କଣ୍ଡରାଙ୍କ ଭଳି ନୀଚ ଜାତିର ଲୋକେ ମଧ୍ୟ ଗାଈପୁଅ ଅଣ୍ଡିରା ଦ୍ୱାରା ଚାଷ କାର୍ଯ୍ୟ
କରନ୍ତି ନାହିଁ )
62.
ଗାଈ ପେଟରୁ ମାଣିକ ଜାତ | (ଗାଈପେଟରୁ ମାଣିକ ଜାତ ହେବା ଭଳି ଦୁର୍ଦ୍ଦଶା)
63.
ଗାଈ ମୁହଁରେ ଦୁଧ | (ଦୁଧେର ପରିମାଣ ଗାଈର ଖାଦ୍ୟ ଉପରେ ନିର୍ଭର କରେ)
64.
ଗାଈ ଗୁହାଳରେ ପୁଆଳ ମୁଠେ | (ବହୁ ଲୋକଙ୍କ ପାଇଁ ଅଳ୍ପ ଖାଦ୍ୟର ବ୍ୟବସ୍ଥା)
65.
ଗାଁଉଲି ଲୋକ, ସହର ଦେଖିଲେ ନ କରେ ଭୋକ |
66.
ଗାଈ ନ ବୋଲେ ଗୋସାଇଂ ବୋଲି, ଗୋଟେ ଧାଉଁଛି ଦୋହଣି ଧରି |
67.
ଗାଣ୍ଡି ଲଙ୍ଗଳା ମୁଣ୍ଡରେ ଫୁଲ, ଚାଲି ଯାଉଥାଏ ଦୁଲ୍ ଦୁଲ୍ | (ବୃଥା ଆଡ଼ମ୍ୱର ପ୍ରଦର୍ଶନ କରିବା)
68.
ଗାଣ୍ଡିକନା ମୁଣ୍ଡରେ ବାନ୍ଧିବା | (କ୍ରୋଧୀ ଓ ଏକଜିଦିଆ ବ୍ୟକ୍ତି ପ୍ରତି ଉପଲକ୍ଷ୍ୟ ବଚନ)
69.
ଗାଣ୍ଡିମୁଣା ପିନ୍ଧିବା ଲୋକ ମୂତିବାକୁ ବାଟ ରଖିଥାଏ |
70.
ଗାନ୍ଧାରୀର ଘଇତା ଯେତେ ମଲେ, ଧୃତରାଷ୍ଟ୍ରର ମାଇପ ସେତେ ମଲେ | (ପୌରାଣିକ ପ୍ରବଚନ) (ଉପଯୁକ୍ତ ସ୍ୱାମୀର ଉପଯୁକ୍ତ ପତ୍ନୀ)
71.
ଗାମୁଚ୍ଛା ନ ଥାଇ କି ସ୍ନାହାନ, ଆଦର ନ ଥାଇ କି ଭୋଜନ |
72.
ଗାରଡ଼ି ମନ୍ତ୍ର ଯାକୁ ସାଜେ, ଅନ୍ୟ ଲୋକର ମୁଣ୍ଡରେ ବାଜେ | (ଗାରେଡ଼ି ମନ୍ତ୍ର ଜାଣିଥିବା ଲୋକ ଅନ୍ୟର ଅନିଷ୍ଟ ଘଟାଇବାର ଦେଖାଯାଏ )
73.
ଗାର କାଟୁ କାଟୁ ଠ | (ବିନା ଅୟାସ ଓ ଉଦ୍ୟମରେ କୌଣସି କାର୍ଯ୍ୟ ହୋଇଯିବା)
74.
ଗାଳି ଦେଲେ ଦିହ ଛିଣ୍ଡିଯିବ ନାହିଁ |
75.
ଗାଳି ଦେବା ଲୋକ ବଡ଼ ନୁହେଁ, ଗାଳି ସହିବା ଲୋକ ବଡ଼ |
76.
ଗାଲୁଆଙ୍କର ବାରବାଟୀ ତାଷ | (ଚାଷ)
77.
ଗାଲୁକୁ ମାଲୁ ସରି ନୁହେଁ | (ବଳ ପ୍ରୟୋଗ ଦ୍ୱାରା ଗାଲୁ ମାରୁଥିବା ବ୍ୟକ୍ତିକୁ ପାରି ହେବ ନାହିଁ )
78.
ଗାଲୁଆକୁ ମାଲୁଆ ହାରେ, ଖଉରିଆକୁ ତେଲ ହାରେ |
79.
ଗାଳ ଟିପିଲେ ଦୁଧ ବାହାରିବା ନ୍ୟାୟ | (ଅଳ୍ପ ବ୍ୟୟସ୍କ ବ୍ୟକ୍ତି ପ୍ରତି ବୟସ୍କମାନଙ୍କର ଆକ୍ଷେପୋକ୍ତି )
80.
ଗାଲରେ ଚୂନ କାଳି ଦେବା ନ୍ୟାୟ | (ଘୋର ଅପମାନିତ କରିବା)
81.
ଗାଲରେ ହାତଦେଇ ବସିବା | (ନୈରାଶ୍ୟ ଓ ଚିନ୍ତା)
82.
ଗିଧର ଦୃଷ୍ଟି ସହସ୍ରେ କୋଶ | (ଶାଗୁଣା ବହୁଦୂରରୁ ଗଢ଼ର ସନ୍ଧାନ ପାଇଲାପରି ଲୋଭୀ ବ୍ୟକ୍ତିର ଦୃଷ୍ଟି ସୁଦୂରପ୍ରସାରୀ
ଅଟେ )
83.
ଗୀତ ନାଶ ଯାଏ ବାଟେ,ପାଣି ନାଶ ଯାଏ ଫାଟେ, ସ୍ତ୍ରୀ ନାଶ ଯାଏ ହାଟେ |
84.
ଗୁଆ ମାରି ଗବକୁ ପାଣି ତେଣ୍ଡିବା | (ବହୁମୂଲ୍ୟ ପଦାର୍ଥ ଉଜୁଡ଼ିବାକୁ ଦେଇ ଅଳ୍ପମୂଲ୍ୟ ପଦାର୍ଥର ଯତ୍ନ ନେବା)
85.
ଗୁଆ ଗଛମୂଳେ ଚୁଙ୍ଗୁଡ଼ି ଜୀଅଁନ୍ତି | (ଗୁଆଗଛ ବିଶେଷ ପାଣି ଦରକାର କରେ)
86.
ଗୁଆ ଟାଣ ପାନ, ବୁଆ ଟାଣ ଧାନ, ଚୂନ ଟାଣ ନାଶ, ଲୁଣ ଟାଣ ମାଛ |
87.
ଗୁଜଗୁଜିଆର ମାଇପ ମରେ | (କୃପଣ ବ୍ୟକ୍ତିର ସ୍ତ୍ରୀ ଖାଇବାକୁ ନ ପାଇ ପ୍ରାଣତ କରେ)
88.
ଗୁଞ୍ଜ ପାଣିରେ ପଡ଼ିଲେ ଲୁହା ଯାଏ ନାହିଁ | (ପ୍ରତିକୂଳ ପରିସ୍ଥିତି ପ୍ରକୃତ ଗୁଣୀ ପ୍ରତିଭାକୁ ମଳିନ କରିପାରେ ନାହିଁ )
89.
ଗୁଡ଼ ଚାଖୁ ଚାଖୁ ଯାଏ, ତେଲ ମାଖୁ ମାଖୁ ଯାଏ |
90.
ଗୁଡ଼ ଘରେ ପିମ୍ପୁଡ଼ି ପରିଛା | (ଖାଦକକୁ ଖାଦ୍ୟ ଜଗିବାକୁ କହିବା)
91.
ଗୁଡ଼କୁ ଗଣେଶ କରି ଗାଣ୍ଡି କାଟି ନୈବେଦ୍ୟ ଦେବା | (ଯାହାର ଧନ ତାକୁ ଭେଟି ଦେଇ ପ୍ରଶଂସା ଅର୍ଜନ କରିବା)
92.
ଗୁଡ଼ ଲେଡ଼ା ହେଲେ ଗଲା, ପୁଅ ବେଡ଼ା ହେଲେ ଗଲା |
93.
ଗୁଡ଼ ଅଭାବେ ତେନ୍ତୁଳି ପଣା |
94.
ଗୁଡ଼ ଘରେ ପିମ୍ପୁଡ଼ି ଖାଇଯିବା | (ଅତ୍ୟନ୍ତ ଜରୁରୀ ପରିସ୍ଥିତି)
95.
ଗୁଣ ଥିଲେ କାନ୍ଦି, ବାଳ ଥିଲେ ବାନ୍ଧି |
96.
ଗୁଣ ଥିଲେ ବାହୁନି, ଘରେ ଥିଲେ ଛାଉଣି |
97.
ଗୁଣ ସୁନ୍ଦର ବୋଲି ଗୋଳି ପିଇବି କି ? ରୂପ ସୁନ୍ଦର ବୋଲି ପାରି ଶୋଇବି କି?
98.
ଗୁଣିଆ ନ ଡାକିଲେ ଡାହାଣି ନ ଛାଡ଼େ |ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ | (ବଣିଆ ସୁନା ଚିହ୍ନିଲା ପରି ପ୍ରକୃତ ଗୁଣୀ ଲୋକ ଅନ୍ୟର ଗୁଣ ଗ୍ରହଣରେ ସମର୍ଥ )
99.
ଗୁଣ ସାଗର, ଗୁଣ ରଖିଗଲ ଅଖା ଭିତର | ଅଖା ଧୋଉଥିବ, ଗୁଣ ଗାଉଥିବ | (ଦୂଷ୍ଟ ଓ ଅନିଷ୍ଟକାରୀ ବ୍ୟକ୍ତି ପ୍ରତି ବ୍ୟଙ୍ଗୋକ୍ତି )
100.
ଗୁଣ ଟାଣକୁ ଧନୁ ଟାଣ |
101.
ଗୁଣ ଥିଲେ ଛୋଟ କନ୍ଦର୍ପ |
102.
ଗୁଣ ଦ୍ୟନ୍ତେ ଧନୁ ବଙ୍କା, ଚନ୍ଦ୍ର ବଙ୍କା ଦିନେ ଦିନେ, ତେନ୍ତୁଳି ସର୍ବଦା ବଙ୍କା,
ମୂର୍ଖ ବଙ୍କା ସବୁଦିନେ | (ମୂର୍ଖ ଲୋକଙ୍କୁ ବୁଝାଇ
ବାଟକୁ ଆଣିବା କଠିନ )
103.
ଗୁଣକୁ ପୂଜା, ଅବିଗୁଣ ହେଲେ ବାଇଦ ବଜା | (ମନ୍ଦ ଗୁଣ ଯୋଗୁଁ ଶୀଘ୍ର ଦୁର୍ନାମ ରଟେ )
104.
ଗୁଣ୍ଡୁଚିମୂଷା ସେତୁବନ୍ଧ ନ୍ୟାୟ | (ପୌରାଣିକ ପ୍ରବଚନ) (ନିଷ୍ଠାପର ବ୍ୟକ୍ତିର କ୍ଷୁଦ୍ର ଉଦ୍ୟମ ଫଳରେ ବିରାଟ କାର୍ଯ୍ୟ
ସାଧିତ ହୋଇପାରେ )
105.
ଗୁପ୍ତ ଦାନର ଗୁଣ ବେଶୀ, ଗୁପ୍ତ ପାପର ଖୁଣ ବେଶୀ |
106.
ଗୁହ କୁଟା ଆଣି ଘରେ ପୁରାଇବା | (ଅତିଲୋଭ)
107.
ଗୁହକୁ ମାଇଲେ ମୁହଁକୁ ପଡ଼େ | (ନୀଚ ବା ଖଳ ଲୋକର ସମାଲୋଚନା କଲେ, ନିଜେ ଲୋଚିତ ହେବାର ସମ୍ଭାବନା ଅଛି )
108.
ଗୁହ କାଢ଼ି କିଆଁ ନାକରେ ହାତ ? (ନୀଚ କାର୍ଯ୍ୟ କରି ତହିଁପ୍ରତି ଘୃଣା ପ୍ରକାଶ କରିବା)
109.
ଗୁହର ଦୁଇପିଠି ସମାନ | (ଯାହା ନୀଚ ଓ ଘୃଣ୍ୟ ତାହାକୁ ଯେଉଁ ଦିଗରୁ ବିଚାର କଲେ ମଧ୍ୟ ସେହି ଏକାକଥା )
110.
ଗୁହରେ ଗୋବର ଲେସିବା | (ଅଧିକ ଅପରିଷ୍କାର କରିବା)
111.
ଗୁହାଳ ସୁତରା ଗାଈ ହମାଳି ପଶେ | (ଆଦର, ଯତ୍ନ ପାଇଲେ ଲୋକେ ବଳେ ବଳେ ଆସି ବହଞ୍ଚନ୍ତି )
112.
ଗେଣ୍ଡା ହୋଇ ଶଙ୍ଖ ପାଲଟେ | (କ୍ଷୁଦ୍ର ନଗଣ୍ୟ ବସ୍ତୁ ସମୟକ୍ରମେ ମୂଲ୍ୟବାନ ବସ୍ତୁରେ ପରିଣତ ହୁଏ )
113.
ଗେଣ୍ଡେଇଶୁଣୀଲେ ପିଠା ଖା ମୋ ଗୋଡ଼ ନ କାଟ | (ଏହି କଥା କହି ଗ୍ରାମର ସ୍ତ୍ରୀଲୋକମାନେ ଶ୍ରାବଣ ଅମାବାସ୍ୟା ଦିନ ପୋଖରୀରେ ଚିତଉ
ପିଠା ପକାଇ ଦେଇ ଆସନ୍ତି | ଏହା କଲେ ଗେଣ୍ଡା ଗୋଡ଼ କାଟିବନାହିଁ ବୋଲି ପ୍ରଚଳିତ ବିଶ୍ୱାସ )
114.
ଗୋ କନ୍ୟା ଭାଗ୍ୟ ଥିଲେ ପାଇ | (ଭଳ ଗୋରୁଟିଏ କିମ୍ୱା ଗୁଣବତୀ ସ୍ତ୍ରୀଟିଏ ପାଇବା ଭାଗ୍ୟ ଉପରେ ନିର୍ଭର କରେ)
115.
ଗୋଇଠା ମାରି ବିଷ୍ଣୁ ହେବା | (ପ୍ରଥମେ ଅପମାନ ଦେଇ ପରେ କ୍ଷମା ପ୍ରାର୍ଥନା କରିବା)
116.
ଗୋଇଠା ମାରି ପଣସ ପଚାଇବା | (କୃତ୍ରିମ ଉପାୟରେ କଞ୍ଚା ପଣସ ପଚାଇବା)
117.
ଗୋଇଠା ଖାଇ ଗୋଇଠା ମାରିବା ଗୋଡ଼କୁ ଆଉଁସିବା (ତୋଷାମଦ କରିବା)
118.
ଗୋଟିଏ ଧାନକୁ ରଜା ମୁଳକ ଦେଇପାରେ ନାହିଁ | (ଚକ୍ରବୃଦ୍ଧି ସୁଧରେ କରଜ ନେଇଥିବା ଧାନ ଶୁଝିବା କଷ୍ଟକର)
119.
ଗୋଟିଏ ଚାଉଳରୁ ଗଢ଼ା (ସୁନ୍ଦର ନିଖୁଣ ଚେହେରା )
120.
ଗୋଟିକଯାକ ତୁଳସୀ |(ଦୋଷଶୂନ୍ୟ ବ୍ୟକ୍ତି | ଭଣ୍ଡ, ଅସାଧୁ ବ୍ୟକ୍ତି ପ୍ରତି ବ୍ୟଙ୍ଗୋକ୍ତି |)
121.
ଗୋଟିଏ ହାତରେ ତାଳି ବାଜେ ନାହିଁ | (କଳହ ବା ବିବାଦ ପାଇଁ ଦୁଇଲକ୍ଷ ଲୋଡ଼ା ହୁଏ )
122.
ଗୋଟିଏ ଢେଲାରେ ଦୁଇଟା ଆମ୍ୱ ଝାଡ଼ିବା | (ଏକାବେଳେ ଦୁଇଟି କାର୍ଯ୍ୟ ସାଧନ କରିବା)
123.
ଗୋଟିଏ ହାଟରେ କିଣି ଆଉ ଗୋଟିଏ ହାଟରେ ବିକି ଦେବା | (ଅତିଶୟ ବୁଦ୍ଧିମାନ ଓ ସିଆଣା ବ୍ୟକ୍ତି)
124.
ଗୋଠଖଣ୍ଡୀଆ ଗାଈ | (ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ ସଙ୍ଗେ ମିଳି ମିଶି ରହିବାକୁ ସୁଖପାଏ ନାହିଁ )
125.
ଗୋଠ ଖଣ୍ଡିଆର ଗୋସେଇଁ ମରେ |
126.
ଗୋଠ ମାତିଲେ ଖଣ୍ଡିଆ (ହଡ଼ା) ମାତନ୍ତି | (କୌଣସି ଦଳ ବା ଗୋଷ୍ଠୀ ଅନ୍ତର୍ଗତ ଦୁର୍ବଳ ଓ ଅସମର୍ଥ ଲୋକେ ଅନ୍ୟମାନଙ୍କ ସଙ୍ଗରେ
ମାତି ଉଠନ୍ତି )
127.
ଗୋଠ ସୁସାର ଥିଲେ ଗାଈ ହମାଳି ପଶେ |
128.
ଗୋଠକୁ ସୁନ୍ଦର ଗାଈ, ଗାଁକୁ ସୁନ୍ଦର ନଡ଼ିଆଗଛ ଛାଇ, ଝୀଅକୁ ସୁନ୍ଦର ଜୋଇଁ, ତିରୀଙ୍କୁ ସୁନ୍ଦର
ପିତଳ ଖଡୁବାହି)
129.
ଗୋଠେ ଅଣ୍ଡିରା ଘରେ ମାଈ, ବଂଶ ବୁଡ଼ିଲାରେ ଭାଇ |
130.
ଗୋଡ଼ାଇଥିବୁ ଧରିବୁ ନାହିଁ, ଉଞ୍ଚାଇଥିବୁ ମାରିବୁ ନାହିଁ | (ଦଣ୍ଡବିଧାନ ନ କରି ଭୟପ୍ରଦର୍ଶନ ଦ୍ୱାରା କାର୍ଯ୍ୟସାଧନ ବିହିତ ଅଟେ )
131.
ଗୋଡ଼ ଖସିଲେ ଜଣେ ମରେ, ତୁଣ୍ଡ ଖସିଲେ ବଂଶ ମରନ୍ତି | (କଥା କହି ନ ଜାଣିବା ଫଳରେ ବହୁ ଲୋକ ହଟହଟା ହୁଅନ୍ତି )
132.
ଗୋଡ଼କୁ ସୁନ୍ଦର ଚଢ଼ଉ ଜୋତା, ମୁଣ୍ଡକୁ ସୁନ୍ଦର କପଡ଼ା ଛତା |
133.
ଗୋତ୍ରମାରା ଡାହୁକ, ବଂଶ ମରା ଗୁଣ୍ଡୁରି | (ଯେ ଶତ୍ରୁର ବଶୀଭୂତ ହୋଇ ଆତ୍ମୀୟ ସ୍ୱଜନମାନଙ୍କର କ୍ଷତି ଘଟାଏ)
134.
ଗୋଦରୀ ଲୋ | ତୋ ଗୋଡ଼କୁ ଅନା | (ଦୋଷଦର୍ଶୀ ଲୋକଙ୍କୁ ପ୍ରଥମେ ନିଜ ଦୋଷ ସମ୍ୱନ୍ଧରେ ଅବହିତ ହେବା ପାଇଁ ଉପଦେଶ ବଚନ )
135.
ଗୋଦର ଗୋଡ଼କୁ ଫୁଳ ଚନ୍ଦନ | (ଅଯୋଗ୍ୟ ପାତ୍ରରେ ଅର୍ଘ୍ୟ ପ୍ରଦାନ)
136.
ଗୋଦର ଗୋଡ଼ର କଣ୍ଟା ପୁଲେ ପୁଲେ ଯାଏ |
137.
ଗୋଦରା ଦେଖିଲେ ଲସିବ, ଦାନ୍ତୁରା ଦେଖିଲେ ହସିବ | (ଯେ ଦାନ୍ତୁରା ନୁହେଁ ସେ ଆଉ ଦାନ୍ତୁରା ହେବାର ଆଶଙ୍କା ନାହିଁ, କିନ୍ତୁ ଗୋଦର ହେବାର
ସମ୍ଭାବନା ରହିଛି )
138.
ଗୋଦର ଗୋଡ଼ରେ ବିଷି ଫୋଟକା | (ଦୁଇଟି ରୋଗ ବା ଦୁର୍ଗୁଣର ଏକତ୍ର ସମାବେଶ)
139.
ଗୋଦରା କୋଡ଼େ ଯେତେ ମାଡ଼େ ସେତେ | (ଗୋଟିଏ ଦିଗରୁ କାର୍ଯ୍ୟରେ ଅଗ୍ରସର ହେଉଥିବାବେଳେ ନିଜର ଅସାବଧାନତା ବା ଅପାରଗତାବଶତଃ
ସେଥିରେ ଅନ୍ୟ ଦୃଷ୍ଟିରୁ ବହୁତ ଦୋଷ ତ୍ରୁଟି ରହିଗଲେ ଏହି ଉଦାହରଣ ଦିଆଯାଏ )
140.
ଗୋଦର କୋଷ, ଏ ଦୁହିଁଙ୍କି ନାହିଁ ବିଶ୍ୱାସ | (ଜଳବାୟୁ ପ୍ରଭାବରୁ କେତେବେଳେ କାହାକୁ ଆକ୍ରମଣ କରିବ ଠିକଣା ନାହିଁ )
141.
ଗୋଦରୀକି ଶ୍ରୀବନ୍ତୀ (ଶ୍ରୀମତୀ) କହିଲେ ସେ ଗୋଡ଼ ବୁଲେଇ ପକାଏ | (ଅପାତ୍ରରେ ସମ୍ମାନ ଅର୍ପଣ କଲେ ସେ ଗର୍ବରେ ପୁରି ଉଠେ )
142.
ଗୋଧି ସାପ ବିଷ ଘଡ଼ଘଡ଼ି ମାଇଲେ ଛାଡ଼େ (ଅନ୍ଧବିଶ୍ୱାସ)
143.
ଗୋପରେ ବଢ଼ିବା | (କୃଷ୍ଣ କଂସର ଅଜାଣତରେ
ଗୋପରେ ବଢ଼ିବା ପରି ଅଲକ୍ଷ୍ୟରେ ଥିବା)
144.
ଗୋବର ସାଉଣ୍ଟି ନ ଯାଇ ଟୋକେଇ (ଗାଣ୍ଡୁଆ) ଫୋପାଡ଼ିବା |
145.
ଗୋବରା ଚଢ଼େଇକି ପାଚିଲାକଦଳୀ ଦେଖାଇବା | (ପ୍ରଲୋଭନ ଦେଖାଇବା)
146.
ଗୋବଧ ପାତକ ମହାଦେବଙ୍କୁ ପାର ଯାଇନାହିଁ | (ପୌରାଣିକ ପ୍ରବଚନ | ମହାଦେବ ପୂଜା ପାଇଁ ରଖିଥିବା କୁଶ ଗୋଟିଏ ବାଛୁରୀ ଖାଇଯିବାରୁ ମହାଦେବ କ୍ରୋଧରେ ସେ
ବାଛୁରୀଟିକୁ ହତ୍ୟା କଲେ ଏବଂ ତାଙ୍କର ଏହି ପାପ ନିମନ୍ତେ ବାଛୁରୀର ମୁଣ୍ଡଟି ତାଙ୍କ ହାତରେ
ଲାଖିରହିଲା)
147.
ଗୋବଧ ପାତକ ଗଉଡ଼ ମୁଣ୍ଡରେ ଯାଏ | (ନିଜକୃତ ପାପ ଅନ୍ୟ ବ୍ୟକ୍ତି ମୁଣ୍ଡରେ ଲଦି ପ୍ରାୟଶ୍ଚିତରୁ ନିଷ୍କୃତି ଲଭିବା)
148.
ଗୋବର ଗଣେଶ | (ଅକର୍ମଣ୍ୟ ଓ ଅଯୋଗ୍ୟ
ବ୍ୟକ୍ତି)
149.
ଗୋରସରେ ପୋଡ଼ିଥାଏ ଯେ ମହି ଦେଖିଲେ ଡ଼ରେ | (ତତଲା ଦୁଧରୁ ହାତ ପୋଡ଼ି ପକାଇଥିବା ବ୍ୟକ୍ତି ଦହି ଦେଖି ଭୟ କରେ )
150.
ଗୋରୁ ମାରି ଜୋତା ଦାନ | (ପାପ ଅର୍ଜିତ ଅର୍ଥ ଦ୍ୱାରା ଉକ୍ତ ପାପରୁ ଉଦ୍ଧାର ପାଇବା ପାଇଁ ଚେଷ୍ଟା କରିବା)
151.
ଗୋରୁ ମାଇଲେ ମଲି, ଗୋରୁକୁ ମାଇଲେ ମଲି | (ଦୋଘାଇ ବା ଦୋସନ୍ଧିରେ ପଡ଼ି ନିଜର କର୍ତ୍ତବ୍ୟ ନିରୂପଣ କରି ନ ପାରିବା)
152.
ଗୋରୁ ଲାଙ୍ଗୁଡ଼ ଛୁଇଁ ହଲପ କରିବା | (ଗୋରୁ ଲାଙ୍ଗୁଡ଼ ଛୁଇଁ ମିଥ୍ୟା କହିଲେ ଘୋର ପାପ ହୁଏ ବୋଲି ଲୌକିକ ବିଶ୍ୱାସ )
153.
ଗୋରୁ ଲାଙ୍ଗୁଡ଼ ଧରି ବୈତରଣୀ ପାର ହୋଇଯିବା | (ପହଁରି ଜାଣି ନଥିବା ଲୋକ ଗୋରୁ ଲାଞ୍ଜ ଧରି ନଦୀ ପାର ହୋଇଯିବା ପରି ଅନ୍ୟର ଆଶ୍ରା
ଧରି ଉଦ୍ଧାର ପାଇଯିବା )
154.
ଗୋରସ ଆମିଷ ଏକାଠେଇଁ ବିଷ | (ସ୍ୱାସ୍ଥ୍ୟରକ୍ଷା ବଚନ)
155.
ଗୋରୁ ଠାପୁଆ ବଞ୍ଚନ୍ତି, ମଣିଷ ଠାପୁଆ ମରନ୍ତି |
156.
ଗୋରୁ ମୁଣ୍ଡ ଥାପି କପା ତୋଳିବା | (କପା କିଆରୀରେ ବନ୍ୟଜନ୍ତୁମାନଙ୍କୁ ହୁରୁଡ଼ାଇବା ପାଇଁ ଗୋରୁମୁଣ୍ଡ ଥାପିଲା ପରି
ଅନ୍ୟକୁ ଆଗରେ ଥୋଇ ନିଜର ସ୍ୱାର୍ଥ ସାଧନ କରିଯିବା )
157.
ଗୋରୁ ପଛକେ ମରୁ, ମାଣିକ ବାହାରୁ | (ଗୋରୁ ମୁଣ୍ଡରେ ମାଣିକ ଥାଏ ବୋଲି ଜନଶ୍ରୁତି ଅଛି )
158.
ଗୋରୁ ମାରି ଶାଗୁଣା ପୋଷିବା | (ଉପକାରୀ ବ୍ୟକ୍ତିର ଅନିଷ୍ଟ ସାଧନ କରି ଅପକାରୀ ବ୍ୟକ୍ତି କଲ୍ୟାଣ ସାଧନ କରିବା )
159.
ଗୋସେଇଁ ନଥିଲେ ଘନ ଚକର | (ଗୃହର ମୁରବୀ ନଥିଲେ ଭୃତ୍ୟଗଣ ତାହାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନାନା ବିଶୃଙ୍ଖଳା
ଘଟାଇ ଥାନ୍ତି)
160.
ଗ୍ରହଣ ଖଣ୍ଡିଆ | (ଚନ୍ଦ୍ର ବା ସୂର୍ଯ୍ୟଗ୍ରହଣ
କାଳରେ ମାତାର ଗର୍ଭଧାନ ହୋଇଥିଲେ ପିଲା କଦାକାର ହୁଏ ବୋଲି ଲୋକେ ବିଶ୍ୱାସ କରନ୍ତି )
ଘ
1. ଘଇତା ଅଯୋଗ୍ୟ ପଣେ, ମାଇପ ଶୁଏ ସନ୍ତରା ବଣେ |
2. ଘଇତା ଯାହାର କନକ ପାତର, ତାକୁ ପାଟଶାଢ଼ୀ କେତେ ମାତର | (ଯାହାର ସ୍ୱାମୀ ରାଜାଙ୍କର ଗନ୍ତାଘରରକ୍ଷକ, ତାକୁ ପାଟଶାଢ଼ୀ ଅପୂର୍ବ ନୁହେଁ )
3. ଘଇତା ସକ ସକ ବେଳେ ମାଇପ କଜଳ ଆଖି ଦେଖାଇବା | (ସ୍ୱାମୀର ଜୀବନ ସଙ୍କଟାପନ୍ନ ଥିବା ଅବସ୍ଥାରେ ସ୍ତ୍ରୀ ସୁନ୍ଦୂର କଜଳ ଘେନିବା)
4. ଘଇତା ପଛକେ ମରୁ, ସଉତୁଣୀ ରାଣ୍ଡ ହେଉ | (ନିଜର କ୍ଷତି କରି ପ୍ରତିବେଶୀ ଉପରେ ଦାଉ ସାଧିବା)
5. ଘଡ଼ିକି ଘଡ଼ି ଅନ୍ତର |
6. ଘଡ଼ିକେ ଘୋଡ଼ା ଛୁଟିବ | (ଘନ ଘନ ପରିବର୍ତ୍ତନ ଘଟିବା)
7. ଘଡ଼ିକ ହାକିମୀ ପାହାଡ଼ ତୋଡ଼େ | (ତାଡ଼େ) (ଅଳ୍ପକାଳ କ୍ଷମତାରେ ଥିବା ତାହାର ପ୍ରତାପ ଦେଖାଇବା ପାଇଁ ଚେଷ୍ଟାକରେ )
8. ଘଣା ବଳଦ, ଘଣାରୁ ଫିଟିଲେ ଥୋଡ଼ିକି ଲଦ | (ତେଲିଘର ବଳଦର ଜମା ବିଶ୍ରାମ ନ ଥାଏ )
9. ଘଣା ବଳଦର ଗୋଠରେ କି ସମ୍ୱନ୍ଧ | (ଗୋଠକୁ ଯିବାପାଇଂ ତାକୁ ଅବସର ମିଳେ ନାହିଁ )
10.
ଘଣାର ଆଗେ କି ଚଣାର ଟାଣ | (ଚଣା ଘଣାରେ ଅନାୟାସରେ ପେଷି ହୋଇଯାଏ )
11.
ଘର ଢ଼ିଙ୍କି କିମ୍ଭୀର | (ଆତ୍ମୀୟ ଲୋକେ ବିଶ୍ୱାସଘାତକତା ଆଚରଣ କରିବା)
12.
ଘର ନିଆଁ ଅଣ୍ଟିରେ ପୂରେଇବା ନ୍ୟାୟ | (ନିଜ ଘରର ଦୋଷ ଦୁର୍ନୀତିକୁ ଘୋଡ଼ାଇବା ପାଇଁ ବୃଥା ଚେଷ୍ଟା କରିବା)
13.
ଘରପୋଡ଼ିଠାରୁ ବିପତ୍ତି ନାହିଁ, ଘୋଡ଼ାଚଢ଼ାଠାରୁ ସମ୍ପତ୍ତି ନାହିଁ |
14.
ଘର ପୋଡ଼ିରୁ କୁଟାଖିଏ ମିଳିଲେ ସହି | (ସର୍ବସ୍ୱ ନଷ୍ଟ ହୋଇ ଯାଉଥିବା ବେଳେ ଯତକିଞ୍ଚିତ୍ ମିଳିଲେ ତାହା ଶ୍ରେୟସ୍କର )
15.
ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି, କଣା (ଅନ୍ଧ) କହୁଛି ମେଘ ଦୁଲୁକୁଛି |
16.
ଘର ବୁଡ଼ି ପାଣି ଆଣ୍ଠିଏ ହେଲାଣି, ପୁଅ ଲିଆଖିଆପଣ ଛାଡ଼ିନାହିଁ | (ଆସନ୍ନ ବିପଦ ପ୍ରତି ସଚେତନ ନ ଥିବା ବ୍ୟକ୍ତି ପ୍ରତି ପ୍ରଯୁଜ୍ୟ )
17.
ଘର ଗଉଣୀ ମା ବାପ | ((ଆପଣା ଗୃହରେ ସଞ୍ଚିତ ପିତାମାତା ପରି ବଞ୍ଚାଏ)
18.
ଘର କଥା ଘୋର | (ଘର କରିଥିଲେ ନାନା ଜଞ୍ଜାଳ
ଓ ବହୁ ଦୁଃଖକଷ୍ଟ ସହିବାକୁ ବ଼ଡ଼େ )
19.
ଘର କରିବୁ ସାଇପେ, ପରତେ ନ ଯିବୁ ବାଈରେ, ପରିହାସ କରିବୁ ଆଈରେ |
20.
ଘରକୁ ସୁନ୍ଦର ବୁଢ଼ା ବୁଢ଼ୀ, ଦାନ୍ତକୁ ସୁନ୍ଦର ରୁଡ଼ା ମୁଢ଼ି, ହାତକୁ ସୁନ୍ଦର
ବୀହାଚୁଡ଼ି, ପ୍ରୀତିକି ସୁନ୍ଦର ଗଡ଼ାଗଡ଼ି, କଳିକି ସୁନ୍ଦର କୋଡ଼ାକୋଡ଼ି |
21.
ଘର ଭଣ ଭଣ (ଭନ୍ ଭନ୍) ବାହାରେ ଝୋଟି (ଖୁଣ୍ଟି) (ସମ୍ୱଲପୁରର ଘର ଭିତର ଅଳିଆରେ
ପୂର୍ଣ୍ଣ, ଅଥଚ ବାହାରେ ଚିତା ପଡ଼ୁଛି )
22.
ଘର ପରିଗୁଣେ ବିଲେଇ, ଦାରୀ ଶିଅନ୍ତି ହେଁସ କତରା ପାରି | (ଲୁଗାପଟା ଆଦି ଖରାରେ ଦିଆ ହୋଇଥିବା ବେଳେ ସେଥିରେ ବିରାଡ଼ିମାନେ ଶିଅନ୍ତି )
23.
ଘର ତୋଳିବାକୁ ବହୁତ କାଳ, ଭାଙ୍ଗିବାକୁ ଦଣ୍ଡେ ବେଳ | (ଗଢ଼ିବାକୁ ଯେତେ ସମୟ ଲାଗେ, ଭାଙ୍ଗିବାକୁ ସେତେ ଲାଗେ ନାହିଁ )
24.
ଘରଭେଦେ ରାବଣ ମଲା | (ପୌରାଣିକ ପ୍ରବଚନ) (ରାବଣ ଓ ବିଭିଷଣ ମଧ୍ୟରେ ଗୃହବିବାଦ ହିଁ ରାବଣ ମୃତ୍ୟୁର ପ୍ରଧାନ
କାରଣ)
25.
ଘର ଦେଖ, ବର ଦେଖ, କାନ୍ଥ ଖୋଳି କୁଜ ଦେଖ | (କନ୍ୟା ବିବାହ ଦେବା ବେଳେ ବରଘରର ସବୁ କଥା ଉତ୍ତମ ଭାବରେ ବୁଝି ସୁଝି ଦେବାକୁ ହୁଏ)
26.
ଘର ପଛେ ପୋଡ଼ିଲା, ଓଡ଼ଶ ତ ମଲେ | (ସାମାନ୍ୟ ଉପକାର ପାଇଁ ଘୋର କ୍ଷତି ବରଣ କରିବା ଭଳି ମୁର୍ଖତା)
27.
ଘରପୋଡ଼ି ବେଳେ କୂଅ ଖୋଳା | (ହାସ୍ୟାସ୍ପଦ କଥା)
28.
ଘର ଭାଙ୍ଗିଲେ ଦିନ ଦିପହରେ କାଠ | (କାଠର ଅଭାବ ରହେ ନାହିଁ )
29.
ଘର ଭିତରେ ଚୋର, ସହରରେ ଧେଣ୍ଡୁରା |
30.
ଘର ଭିତରେ ଦାରୀ ନଚେଇବା | (ଘର ଭିତରେ ନାନା ଅନାଚାର ଓ ଅକ୍ରିୟା କରିବା)
31.
ଘରର କେହି ନୁହେଁ, ଧାନ ହେଁସରେ କୁଆ ବସେଇ ଦଉନି | (ଅନଧିକାର ଚର୍ଚ୍ଚା)
32.
ଘର ଦିଅଁ ନ ପୂଜି ପର ଦିଅଁ ପୂଜିବା | (ନିଜ ସଭ୍ୟତା ଓ ସଂସ୍କୃତିରେ ଯାହା ଉତ୍କୃଷ୍ଟ ତାହା ପ୍ରତି ଅବହେଳା ପ୍ରଦର୍ଶନ
କରିବା)
33.
ଘର ଯାକ ଓଳେଇ ଦୁଆର ମୁହଁରେ ପୋଖରୀ ବସିବା | (ପଣ୍ଡ ପରିଶ୍ରମ କରିବା)
34.
ଘରଣୀ ଗଙ୍ଗା, ପେଜ ପିଇକରି ବାନ୍ଧିଛୁ ସଙ୍ଗା | (କୃପଣ ସ୍ତ୍ରୀ)
35.
ଘରମୁହାଁ, ଚୋରମୁହାଁ,
ମାଈମୁହାଁ, ଭାତମୁହାଁ ଏ ନୁହନ୍ତି କାହିଁ | (ଏମାନେ ଜୀବନରେ ଉନ୍ନତି କରି ପାରନ୍ତି ନାହିଁ )
36.
ଘରକରଣା ବୁଦ୍ଧି ଯାହାକୁ ଆସେ, ଗାଣ୍ଡିରୁ ମୁଣ୍ଡରୁ ଲୁଗା ଟେକି ଦେଇ ବସେ | (ମିତବ୍ୟୟୀ ବ୍ୟକ୍ତି)
37.
ଘରୁ ଖାଇ ଘୋଡ଼ା ଆଗରେ ଡେଇଁ ବା)
38.
ଘରୁ ଖାଇ ବଣିଜ ଶିଖିବା | (ବିନା ପାରିଶ୍ରମିକରେ ଅନ୍ୟର କାର୍ଯ୍ୟ କରିବା)
39.
ଘରେ ନ ପଶୁଣୂ ଚାଳ ବାଜିବା | (କୌଣସି କାର୍ଯ୍ୟ କରିବା ପୂର୍ବରୁ ବିଘ୍ନ ଜାତ ହେବା)
40.
ଘରେ ନାହିଁ ଲେମ୍ୱୁଲୁଣ, ଦାଣ୍ଡରେ ଦେଖ ଚାତରପଣ, ସଭାରେ ବଖାଣେ ତିନି ତିଉଣ | (ବୃଥା ବାହ୍ୟ ଆଡ଼ମ୍ୱର)
41.
ଘରେ ଘରେ ଠାକୁର ବାଡ଼ୀ | (କୌଣସି ବିଷୟ, ଅନୁଷ୍ଠାନ ବା ପରମ୍ପରା ସର୍ବସାଧାରଣଭାବରେ ନ ଥାଇ ସ୍ୱତନ୍ତ୍ରଭାବରେ
ପ୍ରତ୍ୟେକ ଗୃହରେ ଥିଲେ ଏହି ଉଦାହରଣ ଦିଆଯାଏ)
42.
ଘରେ ନାହିଁ ତିରନ୍ ତଷୁ, ପିଚା ବଲୁଛେ ମେଚେଁ (ମାଞ୍ଚିଆ) ବସୁ | (ବୃଥା ଅଭିଳାଷ ପୋଷଣ)
43.
ଘରେ ଥାଏ ସିଆନ୍, ହାଟକୁ ଯାଏ ଗୁଆଁର | (ବୁଦ୍ଧିମାନ ଲୋକ ସ୍ୱାବଲମ୍ୱୀ ତେଣୁ ତାକୁ ପ୍ରତ୍ୟେକ ଜିନିଷ ପାଇଁ ହାଟକୁ ଯିବାକୁ
ପଡ଼େ ନାହିଁ )
44.
ଘରେ କୁଲାଦେଇ ଓଷା, ଦାଣ୍ଡରେ ବସି ନିଶରେ ଘିଅ ହାତ ମାରୁଛି | (ବୃଥା ବାହ୍ୟ ଆଡ଼ମ୍ୱର ପ୍ରଦର୍ଶନ)
45.
ଘରେ ନାହିଁ ଖୁଦ୍ ପାଏ, ଟୁକୁଣା ଘେନି ହରିତେ ଯାଏ |
46.
ଘା ଶୁଖେ, ଚିହ୍ନ ମେଣ୍ଟେ ନାହିଁ | (ଲାଞ୍ଚନା କିମ୍ୱା ଅପମାନର ସ୍ମୃତି ମନରୁ ପୋଛି ହୋଇ ଯାଏ ନାହିଁ )
47.
ଘାନ କାଟି ଯାଇ ପରିଛାପଣ | (ଅନଧିକାର ଚର୍ଚ୍ଚା)
ଘିଅଖିଆ ଦେହ ତରଳି ପଡ଼ୁଛି |
(ଅତ୍ୟଧିକ ଝାଳ ବୋହୁଥିବା ଦେହ)
ବହୁତ ସୁନ୍ଦର ଢଗଢଗ ଢମା
ReplyDelete