ଦେଶ
ମିଶ୍ରଣ ପ୍ରସ୍ତାବ
ଉତ୍କଳ
ଦେଶ ଚ୍ଛିନ୍ନ ବିଚ୍ଛିନ୍ନ ହୋଇ ବିଭିନ୍ନ ପ୍ରଦେଶିକ ଗଭର୍ଣ୍ଣମେଣ୍ଟ ଅଧୀନ ଅଛି | ଏହି କାରଣରୁ ପୁରାଣ ପ୍ରସିଦ୍ଧ ଉନ୍ନତ ଉତ୍କଳ ଜାତି ଆଜି ଏକାନ୍ତ ଅନୂନ୍ନତାବସ୍ଥାରେ ରହି
ସମସ୍ତ ବିଷୟରେ ପଶ୍ଚାତପଦ ହୋଇ ପଡିଅଛି | ଏହି ପ୍ରଦେଶଗୁଡ଼ିକୁ ଏକ ପ୍ରାଦେଶିକ ଶାସନାଧୀନ ରଖିବା ଚିନ୍ତାଶୀଳ
ଦେଶ ହିତୈଷୀ ଉତ୍କଳବାସୀମାନଙ୍କର ଏକାନ୍ତ ଇଚ୍ଛା | ଏହି ଆକାକ୍ଷା
ଚିରପୋଷିତ ଥିଲେ ହେଁ | ଆଜିକି ପ୍ରାୟ ବ 15 ର୍ଷ ପୂର୍ବେ ଏହି ମିଶ୍ରଣ ପ୍ରସ୍ତାବର ରୀତିମତ
ସୂତ୍ରପାତ ହେଲା, ଉତ୍କଳ ସମ୍ମିଳନୀରେ ବର୍ଷକୁ ବର୍ଷ ଏହି ପ୍ରସ୍ତାବ କରା ଯାଉଅଛି, ଏବଂ ମଧ୍ୟେ
ମଧ୍ୟେ କିଛି କିଛି ଆନ୍ଦୋଳନ ହେଉଅଛି | କିନ୍ତୁ ଏଥିରେ କିଛିଫଳ ହେଉନାହିଁ |
ବାର୍ଷିକ ମିଳନ-ବିନା ଉଚ୍ଚସ୍ବରରେ ଥରେ ବକ୍ତୃତା କରିଦେଲେ ବା
ନିର୍ଦ୍ଧାରଣର ନକଲଟାଏ ଭାଇସ୍ ରାୟଙ୍କ ନିକଟକୁ ପଠାଇ ଦେଲେ ଯେ ଦେଶମିଶ୍ରଣ ହୋଇଯିବ ଏହା
ସମ୍ଭବପର ନୁହେ | ଏହିପରି ବାର୍ଷିକ ପ୍ରସ୍ତାବରେ ଓ ବକ୍ତୃତାରେ କିଛିକାର୍ଯ୍ୟ ହୋଇ
ପାରୁନାହିଁ ବୋଲି ଗତ ବାଲେଶ୍ବର ସମ୍ମିଳନୀରେ ଦେଶମିଶ୍ରଣ ବିଷୟରେ ଏକ “ସବକମିଟି” ଗଠିତ ହେଲା | ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି କମିଟିରେ ସଭ୍ୟ ନିଯୁକ୍ତ ହେଲେ | କିନ୍ତୁ ଏହି କମିଟି ମଧ୍ୟ ଏକ ପ୍ରସ୍ତାବରେ ପରିଣତ ହେଲା |
ଚଳିତ ବର୍ଷର ଦେଖୁ ଦେଖୁ ତିନିମାସ ଗତ ହୋଇଗଲା | କମିଟିର ଗୋଟିଏ ହେଲେ ବୈଠକ ହେଲାନାହିଁ | ମେମ୍ବରମାନଙ୍କର ମିଳାମିଶା କଥାବାର୍ତ୍ତା ଆଚ଼ାର ବିଚ଼ାର କିଛିହେଲେ
ହେଲାନାହିଁ | ପ୍ରଥମ ତିନିମାସରେ
ଯେତେବେଳେ ଦେଶମିଶ୍ରଣର ଗନ୍ଧ ବାସନା କିଛିନାହିଁ ଅବଶିଷ୍ଟ ନଅ ମାସରେ ଯେ କିଛି କାର୍ଯ୍ୟହେବ
ଏହାର କୌଣସି ସୂଚ଼ନା ଦେଖା ଯାଉନାହିଁ | ଜମିଦାରମାନେ ଆପଣାର ଧନ ଭଣ୍ଡାର ଏବଂ ଓକୀଲମାନେ ଆପଣାର ଫିସ୍
ନିମନ୍ତେ ବ୍ୟତିବ୍ୟସ୍ତ | ମୋପରି ନଗଣ୍ୟ ଲୋକର
ଚିତ୍କାର ବା ଶୁଣୁଛି କିଏ ? ବ୍ରହ୍ମପୁରଠାରେ କୌଣସି ସଭାରେ ନିର୍ଦ୍ଧାରିତ ହେଲା ଯେ ପ୍ରତିବର୍ଷ
ପାର୍ଶ୍ବପରିବର୍ତ୍ତନ ଏକାଦଶୀଦିନ ଉତ୍କଳୀମାନେ ଦେଶମିଶ୍ରଣ ସଂକଳ୍ପରେ ଉପବାସ କରିବେ | କିନ୍ତୁ ଏହି ପବିତ୍ର ସଂକଳ୍ପ ତହିଁ ଆରଦିନ ଲୋକଙ୍କ ମନରୁ ଅପସାରିତ ହେଲା | ଏହିପରି ନିଶ୍ଚେଷ୍ଟ ନିରୁଦ୍ୟମ, ଉଦାସୀନତା ଓ ସ୍ବାର୍ଥପରତାରେ ଜାତୀୟ ଉନ୍ନତି ସାଧିତ
ହୋଇପାରେ ? ଦେଶମିଶ୍ରଣ ଆନ୍ଦୋଳନ
ହେଉଛି ଉତ୍କଳୀମାନଙ୍କର ପରମ ପବିତ୍ର ଅନୁଷ୍ଠାନ | ଏହି ମିଶ୍ରଣ ଉପରେ ଉତ୍କଳ ଜାତିର
ସର୍ବବିଧ ଉନ୍ନତି ଏକାନ୍ତ ନିର୍ଭର କରେ | ମିଶ୍ରଣ ବ୍ୟତୀତ ଅନୁନ୍ନତ ଓ ପଶ୍ଚାତ୍ପଦ ଉତ୍କଶର ଅନ୍ୟ ପରିକ୍ରାଣ
ନାହିଁ | ଓଡ଼ିଆ ଜାତି ମଧ୍ୟରୁ
ଦଶ ଜଣ ଡେପୁଟି ହେବେ, ପନ୍ଦର ଜଣ ମୁନସିଫ୍ ହେବେ କିବା ଦଶ, ପନ୍ଦର ସ୍ଥାନରେ ପ୍ରାଇମେରି,
ସେକଣ୍ଡରି ବା ହାଇସ୍କୁଲ ନାମରେ କେତେଗୋଟି ସ୍କୁଲ ସ୍ଥାପିତ ହୋଇଯିବ, ତଥାପି ଉତ୍କଳ ଜାତିର
ଜାତୀୟ ଉନ୍ନତି ହୋଇ ନପାରେ | ନେତୃସ୍ଥାନୀୟ ଚିନ୍ତାଶୀଳ ବ୍ୟକ୍ତିମାନେ ନିବ୍ଭୃତ୍ତ ହୃଦୟରେ ବସି
ବିଚାର କଲେ ଏହି କଥାର ସାରବତ୍ତା ଉପଲବ୍ଧି କରି ପାରିବେ |
ଭାରତରେ ବଙ୍ଗଦେଶ ଉନ୍ନତ ଦେଶ, ବଙ୍ଗାଳୀ ଜାତି ଉନ୍ନତ ଜାତି | ଏହାର କାରଣ, ଏମାନେ ଏକତ୍ରିତ ଅଛନ୍ତି ଏବଂ ଏକ ଶାସାନାଧୀନ ଅଛନ୍ତି | ବଙ୍ଗର ବିଚ୍ଛେଦ ହେଲା | ଏହି ବିଚ୍ଛେଦ ଅନିବାର୍ଯ୍ୟ, ପୁଣି ବଙ୍ଗର ପୁନର୍ମିଳନ ଅସମ୍ଭବ ଓ
ଅସାଧ୍ୟ ବୋଲି ଘୋଷିତ ହେଲା | କିନ୍ତୁ ବଙ୍ଗାଳୀମାନଙ୍କର ଏହି ଅନହ୍ୟ ହେଲା | ବଙ୍ଗର ପୁନର୍ମିଳନ ନହେବା ପର୍ଯ୍ୟନ୍ତ ବଙ୍ଗଳୀଙ୍କର ମନ ଆଉ କେଉଁଥିରେ ଲାଗିଲା ନାହିଁ | ବଙ୍ଗାଳୀମାନେ ପ୍ରାଣପଣେ ତୁମୁଳ
ଆନ୍ଦୋଳନ କଲେ | ସମଗ୍ର ଦେଶର ବହୁକାଳବ୍ୟାପୀ ନିରନ୍ତର ଘୋରତୀବ୍ର ଆନ୍ଦୋଳନ ଲଗାଇଲେ | ପରିଶେଷରେ ପାର୍ଲିଆମେଣ୍ଟରେ ଅଟଳ ନିଷ୍ପତ୍ତି ଟଳିଗଲା | ସ୍ବୟଂ ସମ୍ରାଟ ଆସି
ବିଚ୍ଛିନ୍ନ ବଙ୍ଗକୁ ପୁନରପି ମିଶାଇ ଦେଇଗଲେ | ମାନବର ଚେଷ୍ଟାରେ ଅସାଧ୍ୟ କଅଣ ଅଛି ? ଯତ୍ନକଲେ ରତ୍ନମିଳେ, ମନକୁ ଦୃଢ଼କଲେ ମାନବ ସିଦ୍ଧି ଲାଭ କରେ | (ସମ୍ବଲପୁର ହିତୈଷିଣୀ- 24.03.1917)
ବେଙ୍ଗଲ ନାଗପୁର ରେଳଓୟେ
‘ବେଙ୍ଗଲ ନାଗପୁର’ ନାମ ନେଲେହେଁ ଏହି
ଓଡ଼ିଶାର ଅନ୍ନ ଜଳରେ ପରିପାଳିତ ଓ ପ୍ରାୟ ଓଡ଼ିଶାହିଁ ଏହାର ଜନ୍ମଭୂମି ଏକଥା ଆମ୍ଭେମାନେ ବରାବର
କହି ଆସୁଅଛୁ | ବିଶେଷରେ ଉତ୍କଳର ମହା ହିନ୍ଦୁ ତୀର୍ଥ ପୁରୀ ଏହାର ବିଶିଷ୍ଟ
ଅବଲମ୍ବନ | ପୁରୀ ଯାତ୍ରିମାନଙ୍କ ଦ୍ବାରା ଏହାର ବଡ଼ ବେଶୀ ଲାଭହୁଏ | କିନ୍ତୁ ଏତେକଥା ସତ୍ତ୍ବେ ରେଲରେ, ଷ୍ଟେସନରେ ଟିକଟରେ କୁତ୍ରାପି ଓଡ଼ିଆ ଭାଷାରେ
ଅକ୍ଷରଟାଏ ପର୍ଯ୍ୟନ୍ତ ଲେଖାନାହିଁ | ଉତ୍କଳର ଜନସାଧାରଣ ନାନା ଭାବରେ ଯେ ରେଲ
କର୍ମଚ଼ାରିଙ୍କ ଦ୍ବାରା ପ୍ରତାରିତ ହୁଅନ୍ତି ତାହାନୁହେ, ସେମାନଙ୍କର ଅସୁବୀଧାର ସମୟ ସମୟରେ ପର୍ଯ୍ୟନ୍ତ
ରହେନାହିଁ | ବିଶେଷତଃ ଯାତ୍ରାଦି ଦିନମାନଙ୍କରେ ଗାଡ଼ିସବୁ ପଶୁଯୋଗ୍ୟ ଗୁହାଳରୁ
ମଧ୍ୟ ହୀନ ହୁଏ | ଯେଉଁ ଘରେ 25 ଜଣ
ବସିବେ ସେ ଘରେ ବାଧ୍ୟକରି କର୍ମଚ଼ାରିମାନେ 60, 70 ଜଣ ଭର୍ତ୍ତିକରି ଦିଅନ୍ତି | ଓଡ଼ିଆ ଜାଣନ୍ତି ନାହିଁ, ସେ ଘରେ କେତେ ଜଣ ବସିବାର କଥା | ଏହିପରି ଓଡ଼ିଶାର
ଅନ୍ନରେ ପ୍ରତିପାଳିତ ହୋଇ ‘ବଙ୍ଗ ନାଗପୁର’ ନାମୀ ଲୋହଯାନ କ୍ରମେ କ୍ରମେ ଓଡ଼ିଶାର ମନୁଷ୍ୟତା ପର୍ଯ୍ୟନ୍ତ ଶୋଷଣ
କରିବାର ଉପାୟ କରୁ ଅଛନ୍ତି | ବାରମ୍ବାର ଆମ୍ଭେମାନେ ଏବିଷୟରେ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ
କରିଅଛୁଁ | କିନ୍ତୁ କାହିଁରେ କିଛି ଫଳ ହୋଇନାହିଁ |
କେବଳ ସେତିକି
ନୁହେ | ଗଞ୍ଜାମ ଓଡ଼ିଶାରୁ ବିଛିନ୍ନ
ହେଲେହେଁ, ଏହା ଓଡ଼ିଶାର ଗୋଟିଏ ପ୍ରାକୃତିକ ଓ କେତେକ ଅଂଶରେ ଗୋଟିଏ ଅତି ପ୍ରଧାନ ଅଂଶ | କଟକ ଓଡ଼ିଶାର ରାଜଧାନୀ ହେଲେହେଁ ହିନ୍ଦୁସମାଜର ପରମ କ୍ଷେତ୍ର ପୁରୀ ଓଡ଼ିଶାର ପ୍ରଧାନ
ସ୍ଥଳ | କିନ୍ତୁ କଲିକତାରୁ ପୁରୀକୁ ଯେପରି ସୁବିଧା ରେଳ ଅଛି, ଗରୀବ
ଗଞ୍ଜାମରୁ ତାହାର ଦଶ ଭାଗରୁ ଭାଗେ ନାହିଁ | ଏତେଦିନ ଯାଏ ପୁରୀ ଗଞ୍ଜାମମଧ୍ୟରେ ଦିନରେ ଗଞ୍ଜାମରୁ ଯିବା ଓ
ପୁରୀରୁ ଆସିବାର ଗାଡି ନଥିଲା | ଏବେ ଗୋଟିଏ ମିଶାଣ ହୋଇଅଛି | କିନ୍ତୁ ଦୁଃଖର କଥା ସେ ଗାଡି ସଭ୍ୟ
ମନୁଷ୍ୟ ଥିବା ଦେଶରେ ଚ଼ାଲିଲା ପରି ଚ଼ାଲୁନାହିଁ | ଆମ୍ଭେମାନେ ଶୁଣୁଛୁ
ତାହା ପୁଣି ଆଗାମୀ ମାସଠାରୁ ବନ୍ଦ ହୋଇଯିବ | ଏଥିରେ ଲୋକଙ୍କର କି ଅସୁବିଧା ହେବ
ତାହା ସହଜରେ ଅନୁମେୟ | ସବୁ କଥାରେ ଏହିପରି
ଲଞ୍ଛିତ ଓ ଅବହେଳିତ ହେବା ଓଡ଼ିଶାର କଅଣ ଅଦୃଷ୍ଟ ଲିପି ? (ଆଶା-23-11-1914)
ଓଡ଼ିଆ ବିଦ୍ବେଷ
ବଙ୍ଗାଳୀମାନେ ଓଡ଼ିଆମାନଙ୍କୁ ସର୍ବଦା ବିଷନେତ୍ରରେ ଦେଖିଥାନ୍ତି | ଓଡ଼ିଆମାନେ ଅସଭ୍ୟ ଏକଥା ସେମାନେ ସାହିତ୍ୟକେ ମଧ୍ୟ ପ୍ରଚ଼ାର କରି ଆସୁଛନ୍ତି | ନାନାବିଧ ବଙ୍ଗଳା ପୁସ୍ତକରେ ଓଡ଼ିଆଙ୍କର
ନିନ୍ଦା ପ୍ରଚ଼ାରିତ ହେଉଅଛି | କଲିକତାର ପ୍ରସିଦ୍ଧ ମାସିକ ପତ୍ରିକା ‘ପ୍ରବାସୀ’ ବଙ୍ଗାଳୀମାନଙ୍କର ଏପରି ଅସଙ୍ଗତ
ବ୍ୟବହାରରେ ମର୍ମାହିତ ହୋଇ କେତେକ କଥା କହିଥିଲେ | କଟକ କଲେଜର ପରିଚିତ ଅଧ୍ୟାପକ
ଯୋଗେଶଚନ୍ଦ୍ର ମଧ୍ୟ ଏକଥା ଉଠାଇ ଥିଲେ ମାତ୍ର ଫଳ ଫଳିବାକୁ ନାହିଁ | ଏବେ ବସୁମତୀ ପତ୍ରିକାରେ ପଢ଼ିଲୁଁ ‘ମେଟ୍ରୋପଲିଟାନ ବହୁବଜାର ଶାଖାର ଶ୍ରୀଯୁକ୍ତ ହରିଦାସ ବିଦ୍ୟାବିନୋଦଙ୍କ ପ୍ରଣୀତ 2ୟ ଭାଗ-
ଛାତ୍ର ସୁହୃଦ’ ର ଏକସ୍ଥାନରେ ଲେଖାଅଛି – ଓଡ଼ିଆମାନେ ମନୁଷ୍ୟ କି ଅନ୍ୟ ଜୀବ ଠିକ
କରିବା କଠିନ | ବୋକା ଶିରୋମଣି ହଳଦି
ଲଗାନ୍ତି ପିନ୍ଧିବା ଲୁଗା କୁତ୍ସିତ ଓ ମଇଲା ବିଦ୍ୟାଳୟରେ ପରିଚ଼ାଳିତ ପୁସ୍ତକରେ ଏପରି ଜାତି
ବିଦ୍ବେଷ ଚଳୁଅଛି ଏହା ବିଚିତ୍ର କଥା ବୋଲିବାକୁ ହେବ, ବଙ୍ଗ ସାହିତ୍ୟ ଉନ୍ନତ ସଭ୍ୟ ମାତ୍ର
ଭିତର ଅତି କଦାକାର ଓ ବିଭତ୍ସ ଏହି ଘଟଣା ତହିଁର ନମୂନା | ଯେଉଁ ଜାତିର
ଛାତ୍ରମାନେ ଏପରି ପୁସ୍ତକ ପଢ଼ନ୍ତି ସେମାନେ ମନୁଷ୍ୟ କି ପଶୁ ତାହା ଆଗେ ନୁରୃପିତ ହେବା
ବାଞ୍ଚନୀୟ |
ଓଡ଼ିଆମାନେ ଅଯୋଗ୍ୟ ହୋଇ ପାରନ୍ତି ମାତ୍ର ବଙ୍ଗଳୀଙ୍କ ଆଗରେ ନୁହେ
କାରଣ, ଓଡ଼ିଆ ଚୈତନ୍ୟଙ୍କ ପ୍ରଚ଼ାରିତଧର୍ମ୍ମ ବଙ୍ଗାଳୀର ପ୍ରିୟବସ୍ତୁ | ବଙ୍ଗଳା ଗଦ୍ୟର ପ୍ରଚଳନ କର୍ତ୍ତା ଓଡ଼ିଆ ପଣ୍ଡିତ ମୃତ୍ୟୁଞ୍ଜୟ, ପୁଣି ସାତଗୋଟି ପାଇକର
ଆକ୍ରମଣରେ ପଳାୟିତ ବଙ୍ଗ ରାଜା ଲକ୍ଷ୍ମଣସେନ ଓଡ଼ିଆଙ୍କ ଆଶ୍ରୟରେ ଜୀବନ ଶେଷ କରିଥିଲେ | ଓଡ଼ିଆ ଜୟଦେବଙ୍କ ଗୀତଲହରୀ ଯେଉଁ ଜାତିର ପ୍ରେମ-ସଙ୍ଗୀତ ହୋଇଅଛି ସେହି ଜାତି ଓଡ଼ିଆଙ୍କୁ
ଘୃଣା କରା ବିଚିତ୍ର ବୋଲିବାକୁ ହେବ | ବର୍ତ୍ତମାନ ଭାରତର ନବଜାଗରଣ ସମସ୍ତେ ଯେଉଁ | (ସମ୍ବଲପୁର ହିତୈଷିଣୀ- 09-07-1921)
ଗଡ଼ଜାତରେ ସମ୍ବାଦପତ୍ର
ଓଡ଼ିଶାରେ ଏବେ 26 ଟି ଦେଶୀୟ ରାଜ୍ୟ ଅଛି, ଏହି ରାଜ୍ୟମାନଙ୍କରେ ଜଣେ
ଜଣେ ରାଜା ବିଦ୍ୟମାନ ଥାଇ ରାଜ୍ୟ ପରିଚ଼ାଳନା କରିନ୍ତି | ମୋଟରେ ପ୍ରାୟ 40
ଲକ୍ଷ ଲୋକ ଏହି ସମସ୍ତ ରାଜ୍ୟରେ ବାସ କରୁଅଛନ୍ତି | ଓଡ଼ିଶା ଗଡ଼ଜାତରେ
ସମ୍ବାଦପତ୍ରର ବ୍ୟବହାର ନିତାନ୍ତ କମ୍ ବୋଇଲେ ଚଳେ | କାରଣ ଗଡ଼ଜାତ
ପ୍ରଜାଶିକ୍ଷା ବିଷୟରେ ନିତାନ୍ତ ପଶ୍ଚାତପଦ | ଓଡ଼ିଶା ଗଡ଼ଜାତରେ ଉନ୍ନତ ଧରଣର ସମ୍ବାଦପତ୍ରର ପ୍ରଚଳନ ସର୍ବପ୍ରଥମେ
ରାଜା ସାର୍ ସୁଢ଼ଳଦେବ ଆରମ୍ଭ କରିଥିଲେ | ତାହାର ନାମ – ହିତୈଷିଣୀ |
ଏହି ‘ହିତୈଷିଣୀ’ ଓଡ଼ିଆ ଭାଷାର କିପରି ସାହାଯ୍ୟ କରିଅଛି ଏବଂ ରାଜନୈତିକ ଆନ୍ଦୋଳନରେ
ଓଡ଼ିଶାକୁ କିପରି ମତାଇଅଛି, ତାହାର ନିଦର୍ଶନ କେହି ରଖିନାହିଁ, ମାତ୍ର ଓଡ଼ିଆ ଭାଷାର ପ୍ରକୃତ
ଇତିହାସ ସଂଗ୍ରହ ହେଲେ ତାହାର ସ୍ଥାନ ଅକ୍ଳେଶରେ ନିରୂପିତ ହୋଇଯିବ |
‘ହିତୈଷିଣୀ’ ଓଡ଼ିଶା ଗଡ଼ଜାତର ସର୍ବପ୍ରଥମ ସମ୍ବାଦପତ୍ର |....
“ଉନ୍ନତ ଜାତିର ପ୍ରଧାନକାର୍ଯ୍ୟ ସମ୍ବାଦପତ୍ର ପରିଚ଼ାଳନା | ଗଡ଼ଜାତର ଓଡ଼ିଆ
ଅଶିକ୍ଷିତ ହେତୁ ସମ୍ବାଦପତ୍ର ପ୍ରତି ଆଗ୍ରହାନ୍ବିତ ନୁହେଁ | ଓଡ଼ିଶା ଗଡ଼ଜାତରେ ଓଡ଼ିଆ ଭାଷା ଚଳୁଅଛି
| ଅତଏବ ଓଡ଼ିଆ ସମ୍ବାଦପତ୍ର ଏ ରାଜ୍ୟମାନଙ୍କରେ ପ୍ରଚଳନ ହେବା ଆବଶ୍ୟକ
|
ସମ୍ବାଦପତ୍ର ପ୍ରତି ଗଡ଼ଜାତ ପ୍ରଜା ଆଗ୍ରହ ପ୍ରକାଶ କରିବାର
ଆମ୍ଭେମାନେ ଜାଣିବାକୁ ନାହିଁ | କର୍ତ୍ତୃପକ୍ଷମାନେ ଶିକ୍ଷାପ୍ରଚ଼ାର ନିମନ୍ତେ ଯେପରି ଅର୍ଥବ୍ୟୟ
କରନ୍ତି, ସେହିପରି ସମ୍ବାଦପତ୍ର ପ୍ରଚ଼ାରିତ ହେବା ନିମନ୍ତେ ପ୍ରଥମେ ଅର୍ଥବ୍ୟୟ କରିବା ଦରକାର |
ସମ୍ବାଦପତ୍ରଦ୍ବାରା ଶିକ୍ଷାପ୍ରଚ଼ାର କାର୍ଯ୍ୟ ଚଳିବ | ଏହା ବିଦ୍ୟାଳୟ ଗଠନ ତୁଲ୍ୟ | ଏହା କର୍ତ୍ତୃପକ୍ଷମାନେ ସର୍ବଦା ମନେରଖିବା ଉଚିତ |
ଗଡ଼ଜାତବାସୀ ପ୍ରଜାମାନେ ଶିକ୍ଷାପଥରେ ଅଗ୍ରସର ହୋଇ ଗଡ଼ଜାତର ନାମ
ବଢ଼ାଇବାକୁ ଚେଷ୍ଟାକର | ସବୁଦିନେ ହଳ ଲଙ୍ଗଳ ଧରି ଚ଼ାଷକଲେ ଚଳିବନାହିଁ | ଜ୍ଞାନ ଅର୍ଜନ ନିମନ୍ତେ ପରିଶ୍ରମ କଲେ ତିମ୍ଭମାନଙ୍କର ଭବିଷ୍ୟତ ଜୀବନ ସୁଖମୟ ହେବ | ବର୍ତ୍ତମାନ ଗଡ଼ଜାତ ପ୍ରଜାମାନଙ୍କର ପ୍ରଧାନ ଚିନ୍ତା – ଶିକ୍ଷା, ବାଣିଜ୍ୟ, କୃଷି,
ସ୍ବାସ୍ଥ୍ୟ | ଏହି ଚ଼ାରିଗୋଟି ବିଭାଗ ଯେପରି ଉନ୍ନତି ହୁଏ, ତତପ୍ରତି ସମସ୍ତ
ଆଗ୍ରହାନ୍ବିତ ଦେଖିବାକୁ ଚ଼ାହୁଁ | ଏସବୁ ବିଷୟରେ ଗଡ଼ଜାତର କର୍ତ୍ତୃପକ୍ଷମାନେ ଅଗ୍ରସର ହେବାକୁ ଅନୁରୋଧ
କରୁଅଛୁଁ | ” (ସମ୍ବଲପୁର ହିତୈଷିଣୀ-08-04-1922)
ନୂତନ ମାସିକ ପତ୍ର ଓ କର୍ମ୍ମୀ ଲକ୍ଷ୍ମୀନାରାୟଣ ସାହୁ
କର୍ମ୍ମପ୍ରାଣ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁ – ଆମ୍ଭମାନଙ୍କ
ପାଠକପାଠିକାମାନଙ୍କ ନିକଟରେ ଅପରିଚିତ ନୁହନ୍ତି | ଲକ୍ଷ୍ମୀନାରାୟଣ ସାହୁ କେବଳ ହିତୈଷିଣୀ ପାଠକ ପାଠିକା ନିକଟରେ କାହିଁକି ନିଜର ସୁପବିତ୍ର ଓ
ମାର୍ଜିତ କର୍ମ୍ମପ୍ରାଣ ଧୌତ ଲେଖନୀ ବଳରେ ଏବଂ ନିଜର ସ୍ବଭାବ ସୁନ୍ଦର କର୍ମ୍ମନିପୁଣତାରେ
ଉତ୍କଳର ସର୍ବତ୍ର ସୁପରିଚିତ କହିଲେ ଅତ୍ୟୁକ୍ତି ହେବ ନାହିଁ | ଆମ୍ଭମାନଙ୍କର
ପାଠକପାଠିକାଗଣ ଶୁଣି ଆନନ୍ଦିତ ହେବେ, ପ୍ରୋକ୍ତ ଲକ୍ଷ୍ମୀନାରାୟଣବାବୁ ନିଜର ସମ୍ପାଦକତ୍ବରେ
ଉତ୍କଳର ପବିତ୍ରଧାମ ନୀଳାଚଳ କ୍ଷେତ୍ରରୁ ‘ସହକାର’ ନାମକ ଖଣ୍ଡିଏ
ଉଚ୍ଚଧରଣର ସୁରୁଚିସମ୍ପନ୍ନ ମାସିକ ପତ୍ର ବାହାର କରିଅଛନ୍ତି |
ଲେଖାଗୁଡ଼ିକ ଅତି ଉନ୍ନତ ଧରଣର, ଆମ୍ଭେମାନେ ପଢ଼ି ପରମପ୍ରୀତି
ଲାଭକରିଅଛୁଁ ଏବଂ ସେଥିସଙ୍ଗେ ‘ସହକାର’ର ସ୍ଥାୟିତ୍ବ କାମନାକରି ଲକ୍ଷୀନାରାୟଣ ବାବୁଙ୍କୁ ଧନ୍ୟବାଦ ଦେଉଅଛୁଁ
|
ପରିଶେଷରେ ବକ୍ତବ୍ୟ ‘ସହକାର’ର ଲେଖା ଯେପରି ସୁରୁଚିସମ୍ପନ୍ନ ଓ ଉପାଦେୟ ତାହାର ବାହ୍ୟାବରଣ ଓ ଛାପା ପରିପାଟୀ
ତଦନୁରୂପ ହେଲାନାହିଁ | ଆଜିକାଲି ଯୁଗରେ ସେ ସବୁ ଅଭାବହେଲେ ପତ୍ରପତ୍ରିକାର ଆଦରର ବଡ଼
ଦୁରୁହ | ଆମ୍ଭର ଉତ୍କଳରେ ଅନେକ ପତ୍ରପତ୍ରିକାର ଉଦୟ ସଙ୍ଗେ ସଙ୍ଗେ ଅସ୍ତ
ହୋଇଯିବାର ପ୍ରଧାନ କାରଣ ଦେଶର ଉଚ୍ଚଶିକ୍ଷିତମାନଙ୍କର ଔଦାସୀନ୍ୟରେ ଦେଶ ସମାଜର ଉଦ୍ଦେଶ୍ୟନୁରୂପ
ବିଷୟ ବା ପ୍ରବନ୍ଧାଦିର ଅଭାବ ଏବଂ ଅର୍ଥାଭାବବଶତଃ ସୌଷ୍ଠବ ବୃଦ୍ଧିରେ ନାନା ପ୍ରକାର ବାଧା |
ନୂତନ ସମ୍ବାଦ ପତ୍ର
କଲିକତାରୁ ‘ଓଡ଼ିଶା’ ନାମକ ଖଣ୍ଡେ ଓଡ଼ିଆ ସାପ୍ତାହିକ କାଗଜ ବାହାରୁଅଛି | ଶୁଣାଯାଏ କାଗଜ ଖଣ୍ଡିକର ଓଡ଼ିଆ ସମାଜ ସହିତ ସମ୍ପର୍କ ଅଛି | ପତ୍ରିକାଟି ସ୍ଥାୟୀହେଲେ ଦେଶର କିଛି
ଉପକାର ହୋଇପାରେ | ‘ଓଡ଼ିଶା’ ଦେଶର ମତ ସୃଷ୍ଟି କରିବ ବୋଲି ସମ୍ପାଦକ ପ୍ରତିଜ୍ଞା କରିଅଛନ୍ତି | ଏଭଳି କାଗଜରେ ଯେ ବର୍ତ୍ତମାନ ଯୁଗରେ ନିତାନ୍ତ ଆବଶ୍ୟକ ଏହା କହିବା ବାହୁଲ୍ୟ ମାତ୍ର | (ସମ୍ବଲପୁର ହିତୈଷିଣୀ-14-10-1922)
ଓଡ଼ିଆ ଉପରେ ଅତ୍ୟାଚାର
ଗଲା ସପ୍ତାହରେ କଲିକତା ପ୍ରସିଡ଼େନ୍ସି ମୋଜେଷ୍ଟର କୋର୍ଟରେ ଜଣେ
ଓଡ଼ିଆ ପକ୍ଷରୁ ଏକ ଦରଖାସ୍ତ ଦାଖଲ ହୋଇଥିଲା | ସେଥିରେ ଲେଖାଥିଲା ଯେ ଜଣେ ଗୋରାର ଚାକର ସଙ୍ଗେ ଓଡ଼ିଆର କଳି ଲାଗିଲା | ଗୋରା ଦୂରରୁ ଏହା ଦେଖି ଧାଇଁ ଆସି
ଓଡ଼ିଆକୁ ମାଇଲା ଏବଂ ଡାମ୍ ସୁଅର ଆଦି ନାନା ଅପଭାଷାରେ ଗାଳି ଦେଲା | ମୋଜେଷ୍ଟର ଗୋରା ଉପରେ ସମନ କରା ଯିବାର
ଆଦେଶ ଦେଇଛନ୍ତି | ଏଭଳି ଘଟଣା ନୂଆଁ
ନୁହେ | ଗୋରା କାହିଁକି,
ଅନ୍ୟାନ୍ୟ ପ୍ରଦେଶର ଅନେକ କଳା ଲୋକ ମଧ୍ୟ ଓଡ଼ିଆମାନଙ୍କ ଉପରେ କଲିକତା ରେଙ୍ଗୁନୁ ପ୍ରଭୃତି ଦୂର
ବିଦେଶରେ ଏହିପରି ଏବଂ ଅନେକ ସମୟରେ ଏଥୁଁ ବଳି ଅତ୍ୟାଚାର କରିଥାନ୍ତି | ସେ ସବୁ ବିଚାର ଅଦାଲତକୁ ଆସେନାହିଁ
କିମ୍ବା ଆସିଲେ ଖବର କାଗଜରେ ବାହାରେ ନାହିଁ | ଏହି ସବୁ ଅତ୍ୟାଚାରରୁ ରକ୍ଷା ପାଇ ଆପଣାର ଅଧିକାର ଓ ସଂମାନରକ୍ଷା କରିବା ଲାଗି ପ୍ରଧାନ
ଶ୍ରମ କେନ୍ଦ୍ରମାନଙ୍କରେ ଓଡ଼ିଆ ଶ୍ରମଜୀବି ସଂଘ ଆବଶ୍ୟକ
| ଉପଯୁକ୍ତ କର୍ମୀ ଅଭାବରେ ସେ ଦିଗରେ ଉଦ୍ୟମ ନ ହୋଇ ପାରିବା ବଡ଼
ଆକ୍ଷେପର ବିଷୟ | ଯେଉଁସବୁ କେନ୍ଦ୍ରରେ ଶ୍ରମଜୀବିମାନଙ୍କ
ସଙ୍ଗେ ଶିକ୍ଷିତ ଓଡ଼ିଆ ଯୁବକମାନେ ଅଛନ୍ତି, ସେମାନେ ବିଚାରିଲେ କିଛି କାର୍ଯ୍ୟ କରିପାରନ୍ତେ,
ମାତ୍ର ସେମାନଙ୍କ ମଧ୍ୟରେ ସହଯୋଗିତା, ସ୍ବାର୍ଥତ୍ୟାଗ ଏବଂ ସଂଗଠନ ପ୍ରବୃତ୍ତିର ଅଭାବ ହେତୁ
ଓଡ଼ିଆମାନଙ୍କ ମଧ୍ୟରେ ବିଦେଶରେ ସୁଦ୍ଧା ଏକତା ନାହିଁ
| ମାତ୍ର ଓଡ଼ିଶାର ଅଧିକାଂଶ ଲୋକ ବିଦେଶରେ କାଳ କଟାଉଛନ୍ତି | ଓଡ଼ିଶାର ଭାତହାଣ୍ଡି ବିଦେଶରେ | ସେଠାରେ ଓଡ଼ିଆମାନଙ୍କୁ ଉପଯୁକ୍ତ କରି
ସେମାନଙ୍କ ସ୍ବର୍ଥ ସଂମାନ ରକ୍ଷା ନିମନ୍ତେ ଓଡ଼ିଶାରୁ ଦଳଗତ ଚେଷ୍ଟା ହେବା ଆବଶ୍ୟକ | (ଆଶା-30-05-1927)
ମୋସଲେମ ଲିଗ
ମୋସଲେମ ଲିଗ୍ ଭାରତୀୟ ମୁସଲମାନମାନଙ୍କର ଏକ ଶକ୍ତିଶାଳୀ ଅନୁଷ୍ଠାନ | ମାତ୍ର ଏ ବର୍ଷ ଲିଗ୍ ଭିତରେ ମତ ଭେଦ ଘଟି ନେତାମାନେ ଦୋଫାଙ୍କିଆ
ହୋଇ ପଡ଼ିଛନ୍ତି | ଏ ଦେଶର ଦଳେ
ମୁସଲମାନ ସାଇମନ କମିଶନକୁ ସାହାଯ୍ୟ ଦେବା ମତଲବରେ ଅଛନ୍ତି | ଏହି ଶ୍ରେଣୀର କେତେ ଲୋକ ମିଶି ଲିଗର ଅଧିବଶନ ମହମ୍ମଦ ସାଫିଙ୍କ
ସଭାପତିତ୍ବରେ ଲାହୋରଠାରେ କରାଇବାର ପ୍ରସ୍ତାବ କଲେ | ମୌଲାନା ମହମ୍ମଦ ଆଲି, ଆଳି ଇମାମ, ଜିନ୍ନା ପ୍ରଭୃତି ମୁସଲମାନ
ନେତାଗଣ ସେ ପ୍ରସ୍ତାବ ବିରୁଦ୍ଧରେ ରହି କଲିକତାଠାରେ ଲିଗର ଅଧିବେଶନ ବସାଇବାର ଠିକ୍ କଲେ | ଫଳରେ ଗତ ସପ୍ତାହରେ ଦୁଇ ବିପକ୍ଷ ଦଳର ଦୁଇଟି ଅଧିବଶନ ଲାହୋର ଏବଂ
କଲିକତାରେ ହୋଇ ଯାଇଛି | କଲିକତା ସଭାରେ ମି.ଜିନ୍ନା ସଭାପତି ହୋଇ ଥିଲେ | ଲାହୋର ମୁସଲମାନଙ୍କ ସଭା ଏକ ଅଭିନୟ ତୁଲ୍ୟ ହୋଇଥିଲା | କେତେକ ସ୍ବର୍ଥପର ମୁସଲମାନ ବସି ଭାରତର ଜାତୀୟତା ପ୍ରତି ଦୃଷ୍ଟି ନ
ଦେଇ ସେ ସଭା ବିରୁଦ୍ଧରେ ରହିଥିଲେ, ଏବଂ ସଭା ମଝିରେ ପ୍ରସ୍ତାବ ବିରୁଦ୍ଧରେ ସଭା ସ୍ଥାନରୁ ଉଠି
ଚାଲି ଆସିଥିଲେ | ସଭା ଦ୍ବାର ପୁଲିସ
ଦ୍ବାରା ଜଗିଆ ଥିଲା | କିନ୍ତୁ କଲିକତା ସଭାରେ ଭାରତର ସକଳ
ପ୍ରଦେଶର ନେତାମାନେ ଯୋଗ ଦେଇଥିଲେ | ଭାରତର ବର୍ତ୍ତମାନ ରାଜନୈତିକ
ପରିସ୍ଥିତି ଦୃଷ୍ଟିରେ ସେଥିରେ କେତେ ଗୁଡ଼ିଏ ଗୁରୁତର ପ୍ରସ୍ତାବ ଗୃହୀତ ହୋଇଛି | ବିଶେଷତଃ ସାଇମନ କମିଶନକୁ ବିସର୍ଜନ କରିବାର ସ୍ଥିର ହୋଇ ଅଛି | (ଆଶା-09-01-1928)
ସମ୍ବଲପୁରେ ମୃଗୟା
‘ଉତ୍କଳ ସେବକ’ରେ ପ୍ରକାଶିତ ଗୋଟିଏ ସମ୍ବାଦରୁ ଜଣାଯାଏଯେ “ବ୍ୟାଘ୍ରଶିକାର କରିବା
ସମୟରେ ମଧୂସୁଦନ ପତି ନାମକ ଜନୈକ କର୍ମଚ଼ାରୀ ବ୍ୟାଘ୍ର ଦ୍ବାରା ଆକ୍ରାନ୍ତହୋଇ ମୃତ୍ୟୁମୁଖରେ
ପତିତ ହୋଇଅଛନ୍ତି” ତାଙ୍କର କିପରି ମୃତ୍ୟୁ ଘଟିଲା ସନ୍ଧାନ କରିବାରୁ ନିମ୍ନ ଲିଥିତ
ଘଟଣାଟି ଅବଗତ ହେଲୁଁ | “ସମ୍ବଲପୁର ସବ୍ ଡ଼ିଭିଜନାଲ ଅଫିସର ଗସ୍ତକରିବାକୁ ଯାଇ ପାରିଧିକୁ
ବିଜେକଲେ | ମଧୂସୁଦନ ପତି ନିକଟବର୍ତ୍ତୀ ଗ୍ରାମର କୋହର ପ୍ରଭୃତି ନୀଚ ଜାତିର
କେତେକ ଲୋକଙ୍କୁ ନେଇ ଉକ୍ତ ସାହେବ ମହୋଦୟଙ୍କର ଶିକାରରେ ସାହାଯ୍ୟ କରିବାକୁ ବ୍ୟାଘ୍ରଖେଦା
କରୁଥିଲେ | କଅଣ କରିବେ ? ଚ଼ାକରିତ କରିଅଛନ୍ତି | ଉପରିସ୍ଥ କର୍ମଚ଼ାରୀ
ଆଦେଶ ଦେଲେ – “ଆମ୍ଭେ ଏତେ କାରିଖରୁ ଏତେ ତାରିଖ ପର୍ଯ୍ୟନ୍ତ ଶିକାର କରିବୁଁ” ଅଗତ୍ୟାବଧ୍ୟ ହୋଇ ମଧୂସୁଦନ ଲୋକମାନଙ୍କୁ
ଧରି ଗ୍ରାମଦେବତାଙ୍କର ସନ୍ତୋଷାର୍ଥେ ଏହି ବିପଦ ଶଙ୍କୁଳ କର୍ମ୍ମରେ ନିଯୁକ୍ତ ହେଲେ | ଏହି ସମୟରେ ବ୍ୟାଘ୍ର ତାଙ୍କୁ ଆକ୍ରମଣ କଲା ଓ ମଧୁସୁଦନ ନିଜର ଶୋକ ସନ୍ତପ୍ତ ପରିବାର
ବର୍ଗଙ୍କୁ ଦୁଃଖ ସାଗରେ ଭସାଇ ଦେଲେ” |
ସରକାର ବାହାଦୂର ସବ୍ ଡ଼ିଭିଜନଲ
ଅଫିସରଙ୍କ ଗ୍ରାମର ଲୋକମାନଙ୍କ ସଙ୍ଗେ ମିଳିମିଶି ସେମାନଙ୍କର ହାରୀଗୁହାରୀ ବୁଝିବାକୁ ଗସ୍ତ
ଖରଚ଼ ଗଣୁଅଛନ୍ତି ମାତ୍ର ଉକ୍ତ ସାହେବ ଓ ଅନ୍ୟାନ୍ୟ କେତେ ହାକୀମମାନେ ଉକ୍ତ ପରିଭ୍ରମଣ ସମୟରେ
ପାରିଧି ବିନୋଦନରେ କାଳଯାପନ କରୁଅଛନ୍ତି | ଯେଉଁମାନେ ଶିକାରରେ ଲାଗୁଅଛନ୍ତି ସେମାନଙ୍କୁ ଗୋଟିଏ ମାତ୍ର ପଇସା
ମିଳୁନାହିଁ | ଘୋର ଅରଣ୍ୟରେ ଭ୍ରମଣ କରି ବନ୍ୟ ଜନ୍ତୁମାନଙ୍କ ଦ୍ବାରା ଆକ୍ରାନ୍ତ
ହେଉଅଛନ୍ତି ଓ ଏତଦବ୍ୟତୀତ ସେମାନଙ୍କୁ କେତେକ ହାକିମଙ୍କ କୃପାବଳରୁ କ୍ଷୁଧାତୃଷ୍ଣା ଦୁଇ
ତିନିଦିନ ପର୍ଯ୍ୟନ୍ତ ଭୁଲି ଯିବାକୁ ପଡୁଅଛି | ହାୟ ! କି ଦୁର୍ଦ୍ଦଶା ! ମାସକୁ ମାସ ସମ୍ବଲପୁରର ପ୍ରଯୋକ (ପ୍ରତ୍ୟେକ) ଅଞ୍ଚଳରେ ମୃଗୟା
କାର୍ଯ୍ୟ ଚ଼ାଲଅଛି | ଗୌନ୍ତୟାମାନଙ୍କର ରସଦରେ ଶିକାରୀ ହାକୀମମାନଙ୍କର ଉଦର ପରିତୃପ୍ତ | ମାତ୍ର ଗରୀବ ମୂଲିଆମାନଙ୍କୁ ପଚ଼ାରେ କିଏ ? ସେମାନଙ୍କୁ
ଅନାହାରରେ ଦୁଇ ତିନ ଦିନ ପର୍ଯ୍ୟନ୍ତ କାଳ କଟାଇବାକୁ ପଡୁଅଛି | କାରଣ ହାକୀମମାନେ ଶିକାରରେ ଏତେ ଭୋଳ ହେଉଅଛନ୍ତି ଯେ ଖେଦାରେ ନିଯୁକ୍ତ ଥିବା ଶତ ଶତ
ମୂଳିଆମାନଙ୍କର କ୍ଷୁଧା ତୃଷ୍ଣା ପ୍ରତି ଭୃକ୍ଷେପ ନାହିଁ | ମୃଗୟା ସମୟରେ ବ୍ୟାଘ୍ରାଦି ହିଂସ୍ର ଜନ୍ତୁଙ୍କ ଶିକାରର ଲକ୍ଷ୍ୟ ସଙ୍ଗେସଙ୍ଗେ ନିରୀହ ଓ
ନିଃସ୍ବ ପ୍ରଜାମାନଙ୍କର ଅନାହାର ଯନ୍ତ୍ରଣା ଶିକାରର ଅନ୍ୟତମ ଲକ୍ଷ୍ୟ | ଦୟା ଓ ନ୍ୟାୟପରାୟଣତା ଇଂରାଜି ଶାସନର ପ୍ରଧାନ ଅଙ୍ଗ, ମାତ୍ର ଏହିପରି ସବ ଡ଼ିଭିଜନଲ ଅଫିସର
ପ୍ରଭୃତି କତିପୟ ହାକୀମ ସରକାରଙ୍କର ଉଦ୍ଦେଶ୍ୟକୁ କୁମାର୍ଗରେ ଚଳାଉ ଅଛନ୍ତି | ଅତଏବ ମାନନୀୟ ଗଭର୍ଣ୍ଣମେଣ୍ଟ ବାହାଦୂର ବିବିଧ ଶିକାରୀମାନଙ୍କୁ ଘନ ଘନ ଶିକାରରୁ କ୍ଷାନ୍ତ
କରିବେ ଓ ଶିକାର କରୁଥିବା ସମୟରେ ମୂଲିଆମାନଙ୍କୁ ଖାଦ୍ୟ ପେୟର ବନ୍ଦୋବସ୍ତ କରି ଓ ସେମାନଙ୍କର
ବହୁ ମୂଲ୍ୟ ଜୀବନର ମହତ୍ତ୍ବ ଉପଲବ୍ଧି କରି ଶିକାର କରିବାକୁ ଶିକାରୀ ହାକୀମମାନଙ୍କୁ ଆଦେଶ ଦେବେ
|
ଭାରତ ବନ୍ଧୁଙ୍କ ସାଧୁବାଣୀ
“ନିଉ ଷ୍ଟେଟସ୍ ମ୍ୟାନ୍” ପତ୍ରରେ ଭାରତର ସହୃଦୟ ବନ୍ଧୁ ସାର ଉଇଲିଏମ ଓ୍ୟାଡ଼ର ବର୍ଣ୍ଣ ଅକ୍ଟୋବର 10 ତାରିଖରେ ଲେଖି
ଅଛନ୍ତି
ବ୍ରିଟିସ୍ ସାମ୍ରଜ୍ୟ ପ୍ରତି ଭାରତ
ବର୍ଷର ଶ୍ରଦ୍ଧା ବିଷୟରେ ଚ୍ଳାସ-ଗାଠାରେ ଲର୍ଡ଼ କର୍ଜ୍ଜନ କହିଥିଲେ ଯେ (ଏହି ଯୁଦ୍ଧ ସମୟରେ)
ଭାରତୀୟ ରାଜ ଭକ୍ତିର ଏହି ଜ୍ବଳନ୍ତ ଉଦାହରଣ ଇତିହାସରେ ଅତୁଳନୀୟ | କିନ୍ତୁ ଲର୍ଡ଼ କର୍ଜନ ଯେତେବେଳେ କହିଥିଲେ ଯେ ବ୍ରିଟିସ୍ ସାମ୍ରାଜ୍ୟ ନ୍ୟାୟ,
ନିର୍ମ୍ମମତା, ସୁଶାସନ, ଦୟା ଓ ସତ୍ୟ ନିମନ୍ତେ ପ୍ରତିଷ୍ଠିତ, ସେତେବେଳେ ସେ ଠିକ ସତ୍ୟ କହି
ନାହାନ୍ତି |
କଲିକତାରେ ଗୋଟିଏ ସଭା ହୋଇଥିଲା, ସଭାସ୍ଥଳରେ ପ୍ରାୟ 8 ଲକ୍ଷ ଟଙ୍କା ଚ଼ାନ୍ଦା ସ୍ବୀକୃତ
ହୋଇଅଛି | ପ୍ରାୟ ସମସ୍ତ ପ୍ରଦେଶରେ ସେହିରୂପ ଅନେକ ସଭା ହୋଇ ଯାଇଅଛି | ବାଙ୍କିପୁରରେ ଆମ୍ଭମାନଙ୍କ ଛୋଟଲାଟଙ୍କ ସଭାପତିତ୍ବରେ ଗୋଟିଏ ସଭା ହୋଇ ସଭାସ୍ଥଳରେ 35
ଲକ୍ଷ ଟଙ୍କା ସ୍ବୀକୃତ ହୋଇଅଛି | ଏଲାହାବାଦରେ ହୋଇଥିବା ସଭାରେ ପ୍ରାୟ 2 ଲକ୍ଷ ଟଙ୍କା ସ୍ବୀକୃତ
ହୋଇଥିଲା | ଲାହୋରରେ ପଞ୍ଜାବର ଛୋଟଲାଟ କହିଥିଲେ ଯେ ଯୁଦ୍ଧାର୍ଥେ ପଞ୍ଜାବ ନାନା
ପ୍ରକାର ପ୍ରାୟ 30 ଲକ୍ଷ ଟଙ୍କା ଏଥିପୂର୍ବେ ଦେଇଅଛି | ସଭା ସ୍ଥଳରେ 60
ଲକ୍ଷ ଟଙ୍କା ସ୍ବୀକୃତ ହୋଇଅଛି | ବମ୍ବେ, ମାନ୍ଦ୍ରାଜ, ସିମଲା ଓ ଅନ୍ୟାନ୍ୟ ସ୍ଥଳରେ ମଧ୍ୟ ସଭା ହୋଇ
ଯାଇଅଛି |
ଏ ନଗରରେ ଗତ ରବିବାର ତା 11ରିଖ
ଅପରାହ୍ନ 4 ଘଣ୍ଚା ସମୟେ ଆମ୍ଭମାନଙ୍କର ମାନନୀୟ କମିଶନର ସାହେବଙ୍କ ସଭାପତିତ୍ବରେ ଗୋଟିଏ ସଭା
ହୋଇଥିଲା | ସଭାଗୃହଟି ପୂର୍ଣ୍ଣ ହୋଇଥିଲା, ଏପରିକି ଲୋତେ ବସିବାକୁ ସ୍ଥାନ ନପାଇ
କେହି କେହି ବାରନ୍ଦାରେ ମଧ୍ୟ ଦଣ୍ଡାୟମାନ ହୋଇଥିଲେ | ମାନନୀୟ କମିଶନର ସାହେବ ସଭାରେ ଓ
ଯୁଦ୍ଧରୁଣର ଉଦ୍ଦେଶ୍ୟ ବୁଝାଇ ଦେଇ କହିଥିଲେ ଯେ ତାଙ୍କ ନିଜର ଜୀବନର ସମସ୍ତ ସଞ୍ଚିତ ଧନ ଏହି
ରୁଣରେ ସେ ଦେବେ | ଯୁଦ୍ଧ ପ୍ରାରମ୍ଭରେ ତାଙ୍କର ସନ୍ତାନମାନେ ସେମାନଙ୍କର ବ୍ୟାଙ୍କର
ଗଚ୍ଛିତ ଟଙ୍କାକୁ ଯୁଦ୍ଧ ରୁଣରେ ଦେଇ ଅଛନ୍ତି | ତତପର ମାନନୀୟ ମଧୁସୂଦନ ଦାସ ମହୋଦୟ ଉପସ୍ଥିତ ଯୁଦ୍ଧକୁ ରାମରାବଣର
ଯୁଦ୍ଧ ସହିତ ତୁଳନା କରି ରାମକୁ ଆମ୍ଭମାନଙ୍କର ସମ୍ରାଟଙ୍କର ନ୍ୟାୟପରତା ଓ ରାବଣକୁ ଜର୍ମାନ
କାଇଜରଙ୍କର ଅନ୍ୟାୟନାରକ ସ୍ଥାନ ଦେଇଥିଲେ | ସେ ନିଜେ ଅର୍ଥାତ ଜଣେ ଓଡ଼ିଆ
ବ୍ୟବସ୍ଥାପକ ସଭାରେ ଭାରତବାସିଙ୍କର ଉପସ୍ଥିତି ଯୁଦ୍ଧରେ ଯେତେଦୂର ତ୍ୟାଗ ସ୍ବୀକାର କରିବାର
ଉଚିତ ତହିଁର ନିର୍ଦ୍ଧାରଣ କରାଇ ଥିଲେ | ଓଡ଼ିଶା ଭାରତରୁ ଭିନ୍ନ ନୁହେ ଏହି ପ୍ରସ୍ତାବ ଜଣେ ଓଡ଼ିଆଙ୍କ ଦ୍ବାରା
ହୋଇଥିଲା | ଏହା ପ୍ରକାଶ କରି ମଧୁ
ବାବୁଙ୍କ ସ୍ବଭାବ ବାଗ୍ମିତା ସହିତ ଉପସ୍ଥିତ ମହାସମର ଜନିତ ସଙ୍କଟ ଓ ଯୁଦ୍ଧକୁ ଶୀଘ୍ର ଅବସାନ
କରିବାର ଆବଶ୍ୟକତା ବୁଝାଇ ଦେଇଥିଲେ | ଓଡ଼ିଶାର ରାଜଭକ୍ତି ଚିର ପ୍ରସିଦ୍ଧ ଓ ଓଡ଼ଆମାନେ ଯେ ପ୍ରଚୁର
ପରିମାଣ ଅର୍ଥ ସହିତ ଗବର୍ଣ୍ଣମେଣ୍ଟଙ୍କୁ ସାହାଯ୍ୟ କରିବେ ଏଥିରେ ତାଙ୍କର ଅଣୁମାତ୍ର ସନ୍ଦେହ
ନାହିଁ | ଉପସ୍ଥିତ ରୁଣଦ୍ବାରା ଗବର୍ଣ୍ଣମେଣ୍ଟଙ୍କର ସାହାଯ୍ୟ ଓ ନିଜର ଲାଭ
ଦୁଇକାର୍ଯ୍ୟ ଏକା ବେଳକେ ସମାହିତ ହେବ | ମଧୁ ବାବୁ କହିଥିଲେ ଯେ ଯେଉଁ ଓଡ଼ିଆମାନେ ରାମଲୀଳାରେ ରାବଣର ପରାଜୟ
ଦିନ ବିରାଟ ଉତ୍ସବରେ ଅର୍ଥ ବ୍ୟୟକରି ଆସୁ ଅଛନ୍ତି ସେମାନେ ଯୁଦ୍ଧରୁଣରେ ଟଙ୍କା ଦେଇ
ଆମ୍ଭମାନଙ୍କର ସମ୍ରାଟଙ୍କୁ ସାହାଯ୍ୟ କରିପାରିବେ |
No comments:
Post a Comment