ଲୋକମୁଖରେ ପ୍ରାଚୀନ କାଳରେ ବହୁ ଶିଶୁଗୀତ ଶୁଣିବାକୁ ମିଳେ | ଏଥିରେ ଶିଶୁବୟସୋଚିତ
ଭାବ, ଭାଷା ଓ ଚମତ୍କାରିତା ଦେଖାଯାଏ | ଗାମ୍ଭୀର୍ଯ୍ୟବିହୀନ
ଭାବକୁ ବିଝାଇବାପାଇଁ ଅତି ସରଳ ଭାଷାରେ, ସରଳ ଛନ୍ଦରେ ଏଗୁଡ଼ିକ ରଚିତ | ପିଳାମାନଙ୍କର କୌତୂହଳ
ଉଦ୍ଦୀପନା ପାଇଁ କେତେକ ନିରର୍ଥକ ପଦ ମଧ୍ୟ ପ୍ରଥମରେ ଓ ଶେଷରେ ଯୁକ୍ତ କରାଯାଇଥାଏ | ପିଲାମାନଙ୍କୁ ଚନ୍ଦ୍ର
ଦେଖାଇ ଖେଳାଇବାର ଗୀତ ଅତି ଜନପ୍ରିୟ | ଜହ୍ନ ତ ସମସ୍ତଙ୍କର
ମାମୁଁ | ଶିଶୁଙ୍କର ମଧ୍ୟ ମାମୁଁ | ନିର୍ମଳ ଶରଦ ଚନ୍ଦ୍ର ବା
ଗୋରା ଜହ୍ନମାମୁଙ୍କୁ ଦେଖି କହ୍ନେଇର ମନ ଖୁସ | ମା ଯଶୋଦା ଜହ୍ନକୁ
କହୁଛନ୍ତି, “କାହ୍ନୁ ଭଣଜାକୁ ପାଟକାଛି ଦେଇଯାଆ | ଗୋଟିଏ ଦେଲେ କାହ୍ନୁ
ହସିବ, ଦୁଇଟି ଦେଲେ ଆନନ୍ଦରେ ପିଢ଼ା ମାଡ଼ି ବସିବ |” କାହ୍ନୁକୁ ପାଟକାଛି ଖୁବ୍
ମାନୁଥିବ | ଶିଶୁମାନଙ୍କୁ କାଛି ପିନ୍ଧେଇବା ରୀତି ସବୁ ଦିନେ ଚଳୁଛି |
ଆ ଆ ଜହ୍ନମାମୁଁ ଶରଦ ଶଶୀ, କାହ୍ନୁ ହାତରେ ମୋ ପଡ଼ରେ ଖସି | ଆ ଆ ଜହ୍ନମାମୁଁ ଆ ଆ ଆ,
ପାଟକାଛିଟିଏ ଦେଇ ଯାଆ | ଗୋଟିଏ ଦେଲେ କାହ୍ନୁ ମୋର ହସିବ, ଯୋଡ଼ିଏ ଦେଲେ ପିଢ଼ା
ମାଡ଼ି ବସିବ |
ଏହିପରି
ବହୁ ଶିଶୁଗୀତ ଅଛି | ପିଲାଙ୍କ ଖେଳଗୀତ, ଶୁଆ ବା ଶୋଇବା ଗୀତ, ପଢ଼ାଗୀତ
ପ୍ରଭୃତିରେ ମନସ୍ତତ୍ତ୍ୱର ବିଶ୍ଳେଷଣର ଆଭାସ ମିଳେ | ଏଥିରେ କଳ୍ପନାର ବିଳାସ ଅଳ୍ପମାତ୍ରାରେ ପ୍ରକାଶ ପାଇଥିଲେ
ମଧ୍ୟ ରଚନାଭଙ୍ଗୀର ମନୋହରତ୍ତ୍ୱ କବିତାକୁ ସରସ କରିଛି | ସରଳ ଭାବ, ସରଳ ଭାଷା ଓ ଛନ୍ଦର ସ୍ୱାତନ୍ତ୍ର୍ୟ ହିଁ ଏହାର
ବିଶେଷତ୍ୱ |
କେତୋଟି ଉଦାହରଣ ତଳେ ଦିଆଗଲା |
No comments:
Post a Comment